ଫିକାପଡ଼ିବ ପର୍ଯ୍ୟଟନ ଋତୁ

ଢେଙ୍କାନାଳ ଅଫିସ, ୧୨।୧୨: ଆସିଛି ଶୀତ। ଆଣିଛି ଅଜସ୍ର ଉନ୍ମାଦନା। ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ। କୋଳାହଳମୟ ପରିବେଶଠୁ ଦୂରରେ କେଇଘଣ୍ଟା ହଜିଯିବାକୁ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ପର୍ଯ୍ୟଟନସ୍ଥଳୀ। ଭୂତାଣୁ ଭୟରେ କଟକଣା ବେଡିରେ ବନ୍ଧା ହୋଇଥିବା ମଣିଷ ମତୁଆଲା କୋହଲା ପାଗର ମଜା ନେବାକୁ ଚାହିଁବସିଛି। କିନ୍ତୁ ପ୍ରଶାସନ ମାରିପାରିବନି ହୁଗୁଳା। କରୋନା କମିଛି ସତ, ହେଲେ ଏଯାଏ ଟଳିନି ସଙ୍କଟ। ଶୀତରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଡିସେମ୍ବର, ଜାନୁୟାରୀକୁ ଜଗିବା ବେଶି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମୁକୁଳା କରି କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନି ପ୍ରଶାସନ। ଫଳରେ ପାର୍ବଣ ଭଳି ପର୍ଯ୍ୟଟନ ଋତୁ, ବଡ଼ଦିନ, ନୂଆବର୍ଷ ମଉଜ ମଧ୍ୟ ଫିକାପଡ଼ିବା ଆଶଙ୍କା ଦେଖାଦେଇଛି।
ଢେଙ୍କାନାଳରେ ତଳମୁହାଁ ହେଲାଣି କରୋନା ଗ୍ରାଫ୍‌। ଧୀରେ ଧୀରେ କୋହଳ ହେଉଛି କଟକଣା। ସ୍ବାଭାବିକ ଟ୍ରାକ୍‌କୁ ଫେରୁଛି ଜୀବନ। ହେଲେ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଲାଗି ମୁକୁଳା କରି ବିପଦକୁ ଆମନ୍ତ୍ରଣ କରିବାକୁ ଚାହୁଁନି ପ୍ରଶାସନ। ତେଣୁ ଡିସେମ୍ବର ୨୫ ବଡ଼ଦିନରୁ ଜାନୁୟାରୀ ପହିଲା ନୂଆବର୍ଷ ଯାଏ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ଏବଂ କପିଳାସକୁ ପୋଲିସ ଛାଉଣୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନ୍ୟ ପ୍ରମୁଖ ବଣଭୋଜି ସ୍ଥଳରେ ମଧ୍ୟ ଜନସମାଗମ ଉପରେ କଟକଣା ଜାରି କରିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି।
ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା, କପିଳାସକୁ ବାଦ୍‌ ଦେଲେ ଗଣେଶ ଖୋଲା, ନାଧରା, ସାପୁଆ, ଦଣ୍ଡାଧର ଡ୍ୟାମ୍‌, ଐତିହାସିକ କୀର୍ତ୍ତି ଅନନ୍ତଶୟନ ପୀଠ ବୁଲିବାକୁ ପର୍ଯ୍ୟଟନ ଋତୁରେ ଢେଙ୍କାନାଳକୁ ବହୁ ଦେଶୀୟ ଏବଂ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ତେବେ ଚଳିତ ବର୍ଷ ସ୍ଥିତି ଭିନ୍ନ। କରୋନା ସଂକ୍ରମଣ ଭୟ କମି ନ ଥିବାରୁ ଜନସମାଗମ ରୋକିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ପାଲଟିଛି। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଗତ ୧୦ ତାରିଖରେ ଏସ୍‌ପିଙ୍କୁ ପତ୍ର ଲେଖିଛନ୍ତି। କାମାକ୍ଷାନଗର ଏବଂ ହିନ୍ଦୋଳ ଉପଖଣ୍ଡରେ ଥିବା ପର୍ଯ୍ୟଟନସ୍ଥଳୀରେ ପୋଲିସ ମୁତୟନ ପାଇଁ ସମ୍ପୃକ୍ତ ଉପଜିଲାପାଳମାନେ ପଦକ୍ଷେପ ନେବେ। ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀରେ ବଣଭୋଜି ନିଷେଧ କରାଯାଇଛି। ଅଧିକାଂଶ ପର୍ଯ୍ୟଟନ ସ୍ଥଳୀ ରାସ୍ତାକୁ ବନ୍ଦ କରିଦିଆଯାଇଛି। ରବିବାର ଏବଂ ଅନ୍ୟ ଛୁଟିଦିନରେ ଉକ୍ତ ସ୍ଥାନରେ ଅଧିକ ପୋଲିସ ମୁତୟନ କରାଯିବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଛି।
ଏ ସଂକ୍ରାନ୍ତରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଜନସମାଗମ ଆଶଙ୍କାରେ ଚଳିତ ମାସ ଆରମ୍ଭରୁ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବନ୍ଦ ରଖାଯାଇଛି। ବଡ଼ଦିନରୁ ନୂଆବର୍ଷ ଯାଏ କଟକଣା କଡ଼ାକଡ଼ି କରାଯିବ। ଅଧିକ ପୋଲିସ ମୁତୟନ କରାଯିବା ଲାଗି ଜିଲାପାଳଙ୍କ ସହ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri