କୃଷି ବିଜ୍ଞାନ କେନ୍ଦ୍ରରେ ମହୁଚାଷ ପ୍ରଶିକ୍ଷଣ ଶିବିର

ସୁନ୍ଦରଗଡ଼, ୧୨।୧୨ (ଡି.ଏନ୍‌.ଏ) -ଜିଲାରେ ମହୁଚାଷର ଅଭିବୃଦ୍ଧି ନିମନ୍ତେ ଚାଷୀଙ୍କ ପାଇଁ ୩ ଦିନିଆ ଦକ୍ଷତାମୂଳକ ତାଲିମ ଶିବିର ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଶିବିରରେ ଜିଲାର ୯ଟି ବ୍ଲକ ସୁନ୍ଦରଗଡ ସଦର, ଲେଫ୍ରିପଡା, ଟାଙ୍ଗରପାଲି , ହେମଗିର, ସବଡେଗା, ବାଲିଶଙ୍କରା, କୁତ୍ରା, ବଡଗାଁ ଓ ରାଜଗାଙ୍ଗପୁର ବ୍ଲକର ୩୦ଜଣ ଚାଷୀଯୋଗ ଦେଇଥିଲେ। ଏହି ଶିବିରରେ ମହୁଚାଷ ସମ୍ପର୍କରେ ଚାଷୀଙ୍କୁ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ ସହ ତାଲିମ ଦିଆଯାଇଥିଲା। ଶତ୍ରୁଘନ ମିଶ୍ର, ପ୍ରସନ୍ନ ପଟେଲ, କୌଶିକ ନାୟକ, ଡ. ସୁଶାନ୍ତ ନାୟକ, ବୈଜ୍ଞାନିକ ପୂର୍ବଭାରତୀୟ ଆଞ୍ଚଳିକ ଗବେଷଣା କେନ୍ଦ୍ର ରାଞ୍ଚିର ସଂଘମିତ୍ରା ସାହୁ ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ପ୍ରଧାନ ମହୁଚାଷର ବିଭିନ୍ନ କୌଶଳ ଓ ଏହା ଦ୍ୱାରା ଚାଷୀମାନେ କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ, ଆତ୍ମାର ଉପନିର୍ଦ୍ଦେଶକ ନୃସିଂହ ବେହେରା, ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଜଗତେଶ୍ୱର ବେହେରା, ଜଳବିଭାଜିକା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପୀତବାସ ସାହୁ ,ସିଆଇଆରଟିଡି ଅନୁଷ୍ଠାନର ନଟ କିଶୋରମିଶ୍ର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ; ମରଣାତ୍ମକ ଆକ୍ରମଣରେ ୪ରୁ ଅଧିକ ଗୁରୁତର

ସୁନ୍ଦରଗଡ଼,୪।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ ଗୁରୁବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଡ଼ି ଧାଡ଼ିରେ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri