ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମକରି ଶିକ୍ଷକ ଗିରଫ
ପୁରୁଷୋତ୍ତମପୁର, ୨୭।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ୮ବର୍ଷର ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ବଳାତ୍କାର ଉଦ୍ୟମ କରିଥିବା ନେଇ ଗତ ସୋମବାର ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ମହିଳା…
ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ
ପୁରୀ ଅଫିସ, ୧୭।୧୦: ଆଶ୍ୱିନ ଶୁକ୍ଲପକ୍ଷ ଏକାଦଶୀ ତିଥି ଅର୍ଥାତ୍ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନ ସିଂହାସନରେ ରାଧାଦାମୋଦର ବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ…
ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧି ମେଳି
ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍.ଏ.)-ପୋଲିସ ଇନ୍ଫର୍ମର ସନ୍ଦେହରେ ମାଲକାନଗିରି ଜିଲା ଯୋଡ଼ାମ୍ବ ଥାନା ଅଧୀନ ଖଜୁରୀଗୁଡ଼ା ଗ୍ରାମର ଦାସୁ ଖେମୁଡୁ ହତ୍ୟାକାଣ୍ଡ ଏବଂ ଅନ୍ୟ ୩ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ଘଟଣା ପରେ ଗାଁ ଅଶାନ୍ତ ହୋଇପଡ଼ିଛି। ମାଓବାଦୀଙ୍କ ହିଂସାକାଣ୍ଡ ବିରୋଧରେ ଅଞ୍ଚଳବାସୀ ଏକାଠି ହୋଇଛନ୍ତି।…
ମା’ ଭଣ୍ଡାରଘରଣୀଙ୍କ ବିଜୟ ଉତ୍ସବ
ନବରଙ୍ଗପୁର,୨୬ା୧୦(ବି.ପ୍ର.)- ନବରଙ୍ଗପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ବିଜୟା ଦଶମୀ ପୂଜା ରବିବାର ରାତିରେ ସମାପନ ହୋଇଯାଇଛି। ସନ୍ଧ୍ୟାରେ ମା’ଙ୍କ ବିଜୟ ଶୋଭାଯାତ୍ରା ବାହାରିଥିଲା। ଏଥିରେ ମା’ଙ୍କ ବିମାନ ସହ ଆଖପାଖ ଅଞ୍ଚଳର ୧୩ରୁ ଊର୍ଦ୍ଧ୍ୱ ଶକ୍ତିପୀଠରୁ ଲାଠିଗୁଡ଼ିକ ଯୋଗଦେଇଥିଲେ।…
୬ ଜୁଆଡ଼ି ଗିରଫ
ଗୁଣପୁର,୨୬ା୧୦(ଡି.ଏନ୍.ଏ.)- ରାୟଗଡ଼ା ଜିଲା ଗୁଣପୁର ପୋଲିସ ସୋମବାର ଏକ ଜୁଆଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୬ହଜାର ଟଙ୍କା ସହ ୪ ବାଇକ୍ ଏବଂ ୫ ମୋବାଇଲ୍ ଜବତ କରାଯାଇଥିବା ଗୁଣପୁର ଥାନାଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା…
ଘର ବାରଣ୍ଡାରେ ପିଟି ହେଲା ବାଇକ: ଚାଲିଗଲା ଯୁବକଙ୍କ ଜୀବନ
ବୁଗୁଡ଼ା,୨୬ା୧୦(ଡି.ଏନ୍.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ ଝୋଳରୀ – ପଙ୍କଳବାଡି ମୁଖ୍ୟ ସଡ଼କ ନିକଟସ୍ଥ ପଙ୍କଜପଲ୍ଲୀଠାରେ ରବିବାର ସନ୍ଧ୍ୟାର ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ପୋଲସରା ଥାନା କେନ୍ଦୁବାଡ଼ି ଗ୍ରାମର ନୀଳ ମାଧବ ଭୂୟାଁ (୫୦)। ନୀଳ ବାଲିପଦରରୁ…
ଛୁରି ଭୁସି ହତ୍ୟା ଘଟଣା: ଜେଲ ଗଲେ ୨ ଭାଇ
ଦିଗପହଣ୍ଡି,୨୬ା୧୦(ଡି.ଏନ୍.ଏ.)- ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶନିବାର ବଚ୍ଚନ ସ୍ବାଇଁଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ବଚ୍ଚନଙ୍କ ଭଉଣୀ ଲକ୍ଷ୍ମୀଙ୍କ ଏତଲାକୁ ଭିତ୍ତିକରି ପୋଲିସ ସୋମବାର ହତ୍ୟାରେ ସମ୍ପୃକ୍ତି ଥିବା ୨ ଭାଇଙ୍କୁ କୋର୍ଟଚାଲାଣ କରିଛି।…
୩ ଜୁଆ ଆଡ୍ଡାରେ ଚଢ଼ାଉ, ୨୭ ଗିରଫ
ବୁଗୁଡ଼ା, ୨୬ା୧୦(ଡି.ଏନ୍.ଏ.)- ବୁଗୁଡ଼ା ପୋଲିସ ରବିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୭ ଜଣ ଜୁଆଡିଙ୍କୁ ଗିରଫ କରିଛି। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଜାମିନରେ ଛଡ଼ାଯାଇଥିବା ସୂଚନା ମିଳିଛି। ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ପୋଲିସ ଉକ୍ତ ଥାନା ତାକରଡ଼ା…
ରେଳ ଧାରଣାରୁ ମିଳିଲା ପରିବାରର ୩ ଜଣଙ୍କ ମୃତଦେହ
ଟିକିରି/ଦଶମନ୍ତପୁର,୨୬ା୧୦(ଡି.ଏନ୍.ଏ.)-କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେଶନ ନିକଟରୁ ସୋମବାର ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ ଚିକାମ୍ବ ଗ୍ରାମର କେଶବ ସୁବୁଦ୍ଧି(୩୮), ଝିଅ ଶ୍ରେୟା(୧୨) ଏବଂ ପୁଅ…
ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ
ଡେରାବିଶ,୨୬ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୃଷ୍ଣନଗର ପିଞ୍ଛାପାଟିଆ ଗାଁରେ ସୋମବାର ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କୁ ଡାଙ୍ଗମାଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ଏକ ବିଦ୍ୟାଳୟ ଗୃହରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଛି।…
୪ଟି ପର୍ଯ୍ୟାୟରେ ହେବ କଟକ ଦୁର୍ଗାପୂଜା ଭସାଣ
କଟକ ଅଫିସ,୨୬।୧୦-କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହୋଇଛି ଦଶହରା। ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ…
ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁଶୀଳ ପ୍ରଧାନଙ୍କ ପୁଅ ଯାଦବ। ଦୁର୍ଘଟଣା ପରେ…

