ବଡ଼ଚଣା କୁନ୍ଦଳ ଛକରେ ଚାଲୁଥିଲା ବେନାମୀ ସସ୍‌ କାରଖାନା: ଚଢ଼ାଉ ପରେ ଗୋଦାମ ସିଲ

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ କୁନ୍ଦଳ ଛକରେ ଏକ ବେନାମୀ ସସ୍‌ କାରଖାନା ଚାଲୁଥିଲା। ଏହି ଖବର ମିଳିବା ପରେ ଶୁକ୍ରବାର ରାତିରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସସ୍‌ ତିଆରି ହେଉଥିବା ଦ୍ରବ୍ୟର ଗୁଣବତ୍ତା ପରୀକ୍ଷା ପାଇଁ ପୋଲିସ ନମୁନା ସଂଗ୍ରହ କରିଥିଲା। ଏଥିସହିତ ଗୋଦାମକୁ ସିଲ୍‌ କରାଯାଇଥିଲା। ଏକ ବଡ଼ ହଲ୍‌ ମଧ୍ୟରେ ସସ୍‌ କାରଖାନା ଚାଲୁଥିଲା ବେଳେ ଏଥିରେ ବ୍ୟବହୃତ ଜିନିଷ ଅସଲି କି ନକଲି ତାହା ଜଣାପଡି ନ ଥିଲା। ସେଥିପାଇଁ ସେଠାରେ ପ୍ରସ୍ତୁତ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପୋଲିସ ନୋଟିସ ଦେଇ ଛାଡ଼ିବା ସହିତ ସମ୍ପୂର୍ଣ୍ଣ କାଗଜପତ୍ର ଦାଖଲ ପାଇଁ ସମୟ ଦେଇଛି। ଖାଦ୍ୟ ନିରୀକ୍ଷକ ପ୍ରସ୍ତୁତ ହେଉଥିବା ସସ୍‌କୁ ପରୀକ୍ଷା କରିଛନ୍ତି କି ନାହିଁ ସେ ସମ୍ପର୍କରେ କାଗଜପତ୍ର ମାଗିଥିଲେ ମଧ୍ୟ ପ୍ରସ୍ତୁତକାରୀ କମ୍ପାନୀ କୌଣସି କାଗଜ ଦେଖାଇ ପାରି ନ ଥିଲେ। ପୋଲିସ ଗୋଦାମକୁ ସିଲ୍‌ କରିବା ସହ ପ୍ରସ୍ତୁତ ସସ୍‌ର ନମୁନା ପରୀକ୍ଷା ପାଇଁ ପଠାଇଛି। ଯଦି ଏହା ନକଲି ଜଣାପଡ଼େ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତି, ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବାଦାମବାଡ଼ି ରାସ୍ତାରେ ଭୂତଳ ପାଇପ୍‌ ଫାଟିଲା

କଟକ ଅଫିସ,୧୧ା୧୦: କଟକ ବାଦାମବାଡି ଟ୍ରାଫିକ ଛକରେ ରବିବାର ଅପରାହ୍ନରେ ପୁଣିଥରେ ଭୂତଳ ପାଣି ପାଇପ ଫାଟିଥିଲା। ଏଥିଯୋଗୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହେବା...

ଆମ୍ବୁଲାନ୍ସ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସୋରଡ଼ା,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବଡ଼ଗଡ଼ ରାସ୍ତା ଖରିଗୁଡା ଛକରେ ସୋମବାର ମଧ୍ୟାହ୍ନରେ ୧୦୨ ଅମ୍ବୁଲାନ୍ସ ଦମ୍ପତିଙ୍କୁ ଧକ୍କା ଦେବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ଜି.ଉଦୟଗିରିରେ ପାରଦ ୪୦ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୯ା୬(ଡି.ଏନ.ଏ.): ଜି.ଉଦୟଗିରିରେ ପାରଦ ଏବେ ୪୦ ଡିଗ୍ରୀ ପାର କରିଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଦିନକୁ...

ମୃଦଙ୍ଗ ତାନ ମୋହୁଛି ମନ

କାମାକ୍ଷାନଗର, ୧୫।୩(ଡି.ଏନ.ଏ.):  ଦଙ୍ଗଟିଏ ପାଇଲେ ସେ ହୋଇଯାଆନ୍ତି ଆନମନା। ତାଙ୍କ ସୂକ୍ଷ୍ମ ହସ୍ତଚାଳନାରେ କଥା କୁହେ ଏହି ପାରମ୍ପରିକ ବାଦ୍ୟ। ହରେକୃଷ୍ଣ ହରେରାମ ହେଉ କି...

୯ ଦିନରେ ୨.୭୦ କୋଟିରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୭।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଶୁକ୍ରବାର ସ୍ପେଶାଲ ଡ୍ରାଇଭ୍‌ କରାଯାଇ ୯ ଦିନ ମଧ୍ୟରେ ୨.୭୦ କୋଟିରୁ...

ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଅଛି: ତହସିଲଦାର

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି...

କରୋନାରୁ ରକ୍ଷା ପାଇଁ ପୂଜାର୍ଚ୍ଚନା

ଖଇରା, ୨୬ା୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଏଥିରୁ...

ପୁରୀ ଜିଲାରେ କୋହଳ ହେଲା କର୍ଫ୍ୟୁ

ପୁରୀ ଅଫିସ,୨୩।୬: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ପୁରୀ ଜିଲାରେ ଏକ ପ୍ରକାର କର୍ଫ୍ୟୁ ଲଗାଯାଇଥିଲା। ଏହାକୁ...

Advertisement
Archives

Model This Week