ଓଡ଼ିଶା ଯୁବକଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜେଇ ଚୋରା ଚାଲାଣ ରାକେଟର ଚେର ଓଡ଼ିଶାରୁ ଗୁଜରାଟକୁ ଲମ୍ବିଛି। ଚୋରା ଚାଲାଣ ରାକେଟର ମୁଖ୍ୟଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ପାଟପୁର ପୋଲିସ ସହାୟତାରେ ଘରୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ପାଟପୁର ଥାନା ସିଙ୍ଗପୁର ଗ୍ରାମର ସୁରେନ୍ଦ୍ର ପାତ୍ର ବୋଲି ପୋଲିସ କହିଛି। ଗୁଜରାଟ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରିବା ପରେ ଶନିବାର ବ୍ରହ୍ମପୁରସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ଙ୍କ କୋର୍ଟରେ ହାଜର କରିଥିଲେ। କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ ନିମନ୍ତେ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ଗୁଜରାଟର ଅହମ୍ମଦାବାଦ ସିଟି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ କିଛି ଅଭିଯୁକ୍ତଙ୍କୁ ଧରିଥିବା ଜଣାପଡ଼ିଛି। ଧରା ପଡ଼ିଥିବା ଅଭିଯୁକ୍ତମାନଙ୍କ ସୂଚନାକୁ ଭିତ୍ତି କରି ସେଠାକାର ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପୋଲିସ ଅଧିକାରୀ ଏସ୍‌ଆଇ ପି. କେ. ଭୂଟ୍ଟ ସଦଳବଳ ଶୁକ୍ରବାର ପାଟପୁର ଥାନାରେ ପହଞ୍ଚିଥିଲେ। ପାଟପୁର ପୋଲିସ ସହାୟତାରେ ଗୁଜରାଟ ପୋଲିସ ଅତର୍କିତ ଚଢ଼ାଉ କରି ସିଙ୍ଗପୁର ଗ୍ରାମରୁ ସୁରେନ୍ଦ୍ରଙ୍କୁ ଗିରଫ କରି ବିଳମ୍ବିତ ସାରେ ପାଟପୁର ଥାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତ ଜଣକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଥିବା ପାଟପୁର ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଣ୍ଟ ହାଉସରେ ମୃତଦେହ: ହତ୍ୟା ସନ୍ଦେହ

ବରଗଡ଼ ଅଫିସ,୧୬।୧୦: ବରଗଡ଼ ସହରର ହାଟପଦା-ତଳିପଡା ରାସ୍ତା ପାଶର୍‌ବରେ ରହିଥିବା ଏକ ଟେଣ୍ଟ ହାଉସ ପରିସରରୁ ଶୁକ୍ରବାର ପୋଲିସ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛି।...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ବତନ୍ତ୍ର ଜଜ ଲୋକନାଥ ସାହୁ ଆଜି ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏହି ଘଟଣାରେ...

କରୋନା ସମ୍ପର୍କରେ ମିଥ୍ୟା ତଥ୍ୟ, ୩ ଜଣଙ୍କ ନାମରେ ମାମଲା

ସୁନ୍ଦରଗଡ଼, ୧୫ା୪(ଡି.ଏନ.ଏ.) ସୋସିଆଲ ମିଡିଆରେ କରୋନା ସଂକ୍ରମଣ ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ସୁନ୍ଦରଗଡ଼ ପୋଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ...

୩୧ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୩୧ତାରିଖ...

୩୦ ମିନିଟ୍‌ରେ ଜାମିନ ମିଳିବା ଘଟଣା: ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ,୩୦।୧: ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ କେସ୍‌ ରେକର୍ଡରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରି ନ ଥିବାରୁ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ...

ବନ୍ଦହେଲା ସାପ୍ତାହିକ ହାଟ

ଶଙ୍କରାଖୋଲ,୨୧ା୩(ଡି.ଏନ୍‌.ଏ.) କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ୧୪୪ଧାରା ଜାରି କରିଥିବାବେଳେ ଚକାପାଦ ଓ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ସାପ୍ତାହିକ...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ଭଦ୍ରକ ଅଫିସ,୧୧।୧: ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ୩୧ତମ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ,...

ଦାଦନ ଶ୍ରମିକଙ୍କୁ ନେଇ ସମ୍ମିଳନୀ: ନିର୍ଯାତନା, ହତ୍ୟା ମାମଲାକୁ ଚପା ଯାଉଛି

ବଲାଙ୍ଗୀର ଅଫିସ,୩୦ା୬ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ତଥା ହତ୍ୟା, ଅପହରଣ, ଆର୍ଥିକ ଶୋଷଣ ଭଳି ଗୁରୁତର ଘଟଣାଗୁଡିକୁ ଅଭିଯୋଗସତ୍ତ୍ୱେ ପୋଲିସ...

Play 250+ Trending Games
Archives

Model This Week

Why Dharitri