ସଞ୍ଜ ନଇଁଲେ ମାଫିଆ ସକ୍ରିୟ

ଅନୁଗୋଳ ଅଫିସ, ୧୦।୧: ପ୍ରାୟ ବର୍ଷେ ହେଲାଣି କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ଅନୁଗୋଳ ଜିଲାରେ ସକ୍ରିୟ ହୋଇପଡ଼ିଛନ୍ତି ଲଘୁ ଖଣିଜ ପଦାର୍ଥ ମାଫିଆ। ସଞ୍ଜ ନଇଁଲେ ଅନାବାଦୀ, ଗୋଚର ଜମିରୁ ମାଟି ତାଡ଼ି ଟ୍ରକ୍‌, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରୁଛନ୍ତି। ବିଭିନ୍ନ ନଦୀରୁ ବାଲି, ପାହାଡ଼ିଆ ସ୍ଥାନରୁ ମୋରମ ଓ ମାଙ୍କଡ଼ା ପଥର ଜିଲାର ବିଭିନ୍ନ ସ୍ଥାନ ସହ ଜିଲା ବାହାରକୁ ପଠାଉଛନ୍ତି। ବିଶେଷକରି ବିଳମ୍ବିତ ରାତିରେ ବଅଁରପାଳ ଓ ବଡ଼କେରା ଦେଇ ଏସବୁର ଚୋରା ଚାଲାଣ କରି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ଲାଭାଂଶ ପକେଟରେ ଭରୁଥିବା ବେଳେ ସରକାରଙ୍କୁ ଏ ବାବଦ ରାଜସ୍ବ ମିଳୁନାହିଁ। ତେବେ ବିଳମ୍ବ ହେଲେ ମଧ୍ୟ ଜିଲା ପ୍ରଶାସନ ଏ ଦିଗରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘନ ଘନ ଯାଞ୍ଚ, ଚଢ଼ାଉ କରି ମାଫିଆମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଇତିମଧ୍ୟରେ ୩୫ଟି ଗାଡ଼ି ଧରାଯାଇ ପାଖାପାଖି ୧୫ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି।
ଖଣି ଖାଦାନ ଭରା ଅନୁଗୋଳ ଜିଲାରେ ଲଘୁ ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ରହିଛି। ଏସବୁ ମଧ୍ୟରୁ ଅନେକ ଖଣିଜର ନିଲାମ ଦିଆଯାଇ ନାହିଁ। ଫଳରେ ଉକ୍ତ ସ୍ଥାନକୁ ଟାର୍ଗେଟ୍‌ କରୁଛନ୍ତି ମାଫିଆମାନେ। ସେମାନେ ରାତିରେ ମେଶିନ ଲଗାଇ ମାଟି, ମୋରମ ଆଦି ତାଡ଼ି ଚାଲାଣ କରୁଛନ୍ତି। ଏପରି କି ଚାଲିଥିବା ସରକାରୀ ନିର୍ମାଣ ସ୍ଥାନକୁ ଏସବୁ ପଠାଇ ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଛନ୍ତି। ଏଭଳି କାର୍ଯ୍ୟରେ ସହଯୋଗ କରି କେତେଜଣ ସରକାରୀ କର୍ମଚାରୀ ମଧ୍ୟ ଅର୍ଥ ହଡପ୍‌ କରୁଛନ୍ତି। ସେମାନେ ମାଫିଆମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରୁଛନ୍ତି। ଫଳରେ ଚଢ଼ାଉ ପୂର୍ବରୁ ଚୋରା ଚାଲାଣକାରୀମାନେ ଖସିଯିବାର ବାଟ ପାଇଯାଉଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ଲଘୁ ଖଣିଜର ଚୋରା କାରବାର ରୋକିବାକୁ ଜିଲାପାଳ ତାଗିଦ୍‌ କରିବା ପରେ ପ୍ରତ୍ୟେକ ଉପଖଣ୍ଡରେ ଉପଜିଲାପାଳଙ୍କ ତତ୍ତ୍ୱାବଧାନରେ ବିବିଧ ଶୃଙ୍ଖଳା ଟିମ୍‌ ଗଠନ କରାଯାଇ ଚଢ଼ାଉ ଆରମ୍ଭ କରାଯାଇଛି। ଏହି ଟିମ୍‌ରେ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଡିସନାଲ ତହସିଲଦାର ଓ ରାଜସ୍ବ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସ୍ଥାନୀୟ ପୋଲିସ ପକ୍ଷରୁ ଆବଶ୍ୟକ ସହଯୋଗ କରାଯାଉଛି। ଫଳରେ ଡିସେମ୍ବର ୧୫ରୁ କେବଳ ଅନୁଗୋଳ ଉପଖଣ୍ଡରୁ ଚୋରା ଚାଲାଣ ବେଳେ ୩୫ଟି ଗାଡ଼ି ଏହି ଟିମ୍‌ ହାତରେ ଧରାପଡ଼ିଛି। ସେଥିରୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ମଧ୍ୟରେ ସାଢ଼େ ୩ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି କୋଇଲା ମାଫିଆମାନଙ୍କ ଉପରେ ମଧ୍ୟ ପ୍ରଶାସନ, ପୋଲିସ ନଜର ରଖିଛି। ଅତର୍କିତ ଚଢ଼ାଉ କରି ଏମାନଙ୍କୁ ଧରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯାଉଛି
ଲଘୁ ଖଣିଜର ବେଆଇନ ଚାଲାଣ ଅପରାଧ। ଏପରି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେଣୁ ଜିଲାର ବିଭିନ୍ନ ସ୍ଥାନରେ ବିବିଧ ଶୃଙ୍ଖଳା ଟିମ୍‌ ଗଢ଼ାଯାଇ ଚଢ଼ାଉ କରାଯାଉଛି। ଆଗକୁ ଏପରି ଚଢ଼ାଉ ଜାରି ରହିବ। ମାଫିଆଙ୍କ ବିରୋଧରେ ମାମଲା ରୁଜୁ ସହ ଜରିମାନା ଆଦାୟ କରାଯିବ।
-ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ
ମାଫିଆଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ
ଚୋରାରେ ଚାଲାଣ ହେଉଥିବା ଲଘୁ ଖଣିଜ ପଦାର୍ଥ ଉପରେ ପୋଲିସ ନଜର ରଖିଛି। ବିଭିନ୍ନ ସମୟରେ ଗାଡ଼ି ଯାଞ୍ଚ କରାଯାଉଛି। ଧରାପଡ଼ୁଥିବା ଗାଡ଼ିକୁ ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଉଛି। ତହସିଲଦାରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଉଛି। ବଡ଼କେରା ଦେଇ କୋଇଲା ଚୋରା ଚାଲାଣ ଅଭିଯୋଗର ଅନୁସନ୍ଧାନ କରାଯିବ।
-ଅଶ୍ୱିନୀ ସାହୁ, ଏସ୍‌ଡିପିଓ, ଅନୁଗୋଳ
ସ୍ଥାୟୀ ପ୍ରତିକାର କରାଯିବା ଦରକାର
ଲଘୁ ଖଣିଜ ପଦାର୍ଥ ସମ୍ପର୍କିତ ରୟାଲିଟି ପ୍ରଦାନରେ ଅନେକ ସମୟରେ ସମସ୍ୟା ରହୁଛି। କେତେକ ସ୍ଥାନରେ ଏହା ଦିଆଯାଉଥିଲେ ମଧ୍ୟ କେତେଜଣ ସରକାରୀ ଅଧିକାରୀ ଏହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ପୂର୍ବରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସ୍ଥାୟୀ ପ୍ରତିକାର କରାଗଲେ ଗାଡ଼ି ମାଲିକଙ୍କ ସହ ଜନସାଧାରଣଙ୍କ ପାଇଁ ଭଲ ହେବ।
-ବିଭୂତି ଦାସ, ସଭାପତି, ଅନୁଗୋଳ ଜିଲା ଟ୍ରକ୍‌ ମାଲିକ ସଂଘ
ଚୋରା ଚାଲାଣକାରୀ ସାବାଡ୍‌ ହେବେ
ପ୍ରଶାସନ ପକ୍ଷରୁ କରାଯାଉଥିବା ଚଢ଼ାଉ ନିଶ୍ଚିତ ସ୍ବାଗତଯୋଗ୍ୟ। ତେବେ ବହୁ ପୂର୍ବରୁ ଏପରି କରାଯିବା ଆବଶ୍ୟକ ଥିଲା। ପ୍ରଶାସନ ଢିଲାପଣର ଫାଇଦା ମାଫିଆମାନେ ଉଠାଉଥିଲେ। ଏବେ ଧରପଗଡ଼ ଜୋରଦାର କରାଯାଉଥିବାରୁ ଚୋରା ଚାଲାଣକାରୀ ସାବାଡ଼ ହେବେ।
-ପ୍ରଦୀପ ଦେବତା, ଆଇନଜୀବୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri