ଆମ ଜିଲା ଖବର

ବଜ୍ରପାତରେ ବୃଦ୍ଧଙ୍କ ଜୀବନ ଗଲା

ନବରଙ୍ଗପୁର,୩୦।୫(ବି.ପ୍ର.): ନବରଙ୍ଗପୁର ଜିଲା ନବରଙ୍ଗପୁର ବ୍ଲକ ବଡକୁମୁଲି ଗ୍ରାମରେ ବଜ୍ରପାତରେ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼କୁମୁଲି ଗ୍ରାମର ଶୁକ୍ରୁ ଗୌଡ଼ (୬୦)। ପ୍ରକାଶ ଯେ, ସକାଳେ ବର୍ଷା ହେବାରୁ ଶୁକ୍ରୁ ଅମଳ କରିଥିବା ମକାରେ…

ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ ନାମରେ ଶୁକ୍ରବାର ମାମଲା ରୁଜୁ କରିଛି। ପ୍ରକାଶ ଯେ, ୨୦୧୯ରେ ଭଣ୍ଡାରିପୋଖରୀ ଥାନା ସରପଦା…

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ହେଲା। ଏ ନେଇ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ରେଲଓ୍ବେ ବିଭାଗ ପକ୍ଷରୁ ଏପରି…

ଡ୍ରେନ ସଫା ବେଳେ ଭୁଶୁଡ଼ିଲା ଘର ବାରଣ୍ଡା

କଟକ ଅଫିସ,୩୦।୫: କଟକ ସହରରେ ଡ୍ରେନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଶନିବାର ସକାଳେ ଡ୍ରେନ ସଫା ବେଳେ ଏକ ଘରର ବାରଣ୍ଡା ଭୁଶୁଡି ପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକବାଟି ଠାରୁ ଛତ୍ରବଜାର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହାୟତା ପାଇଁ ସ୍ମାରକପତ୍ର ପ୍ରଦାନ କଲା ପାଚିକା ସଂଘ

ନିଶ୍ଚିନ୍ତକୋଇଲି,୩୦ା୫: ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀ ଭୟାନକ ରୂପ ଧାରଣ କରିଛି। ସରକାର ଏନେଇ ଲକ୍‌ଡଉନ ଜାରି କରିଛନ୍ତି। ଫଳରେ ବହୁ ଲୋକ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି। ତେବେ ବିଭିନ୍ନ ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରୁଥିବା ମହିଳାମାନେ…

ସୁନ୍ଦରଗଡ଼ରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା

ସୁନ୍ଦରଗଡ଼, ୩୦।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା ଅଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। ତେବେ ଚିହ୍ନଟ…

କୋଇଲା ବୋଝେଇ ଟ୍ରେନ୍‌ରୁ ବାହାରିଲା ଅଜଣା ମୃତଦେହ: ପୋଲିସର ତଦନ୍ତ ଜାରି

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ଶନିବାର ସକାଳେ ଅନୁଗୋଳ ଜିଲା ତାଳଚେର କୋଇଲା ଖଣିରୁ ନାଲ୍‌କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଅଜଣା ମୃତହେହ ଦେଖିବାକୁ ମିଳିଛି। କୋଇଲା ଭିତରେ ମୃତଦେହଟି ପୋତି ହୋଇ ଯାଇଥିବା ବେଳେ କେବଳ ମୃତକଙ୍କ ଗୋଡ଼…

ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ ଏବଂ ଅନ୍ୟ ୨ଜଣ ଭଟଲି ବ୍ଲକ ଅଞ୍ଚଳର ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର…

ଦେବସ୍ନାନ ଅବ୍ୟବହିତ ପୂର୍ବରୁ ଲାଗୁହେବ ୧୪୪ ଧାରା: ସମୀକ୍ଷା କଲେ କଟକ ଉପଜିଲାପାଳ

ନିଶ୍ଚିନ୍ତକୋଇଲି,୩୦ା୫(ସ୍ବ.ପ୍ର.): ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବ। ଏହି ଅବସରରେ ପୀଠରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି।…

୩ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ସରପଞ୍ଚ

ବନ୍ତ,୩୦ା୫(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପରିପେକ୍ଷୀରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଢତୀରା ପଞ୍ଚାୟତର ଚାରିପୋଖରିଆ, ଷଠତୀରା, ଷେଣ୍ଢତୀରା ଗ୍ରାମ ସମେତ ଷେଣ୍ଢତୀରା ବଜାର ଅଞ୍ଚଳକୁ ସରପଞ୍ଚ ପ୍ରେମଲତା ପ୍ରଧାନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରୁ ଜୁନ୍‌…

ଖୋର୍ଦ୍ଧାରୁ ନୂଆ ୧୬ ଆକ୍ରାନ୍ତ ଚିହ୍ନଟ: ଜିଲାର ମୋଟ ପଜିଟିଭ ସଂଖ୍ୟା ୧୩୮ ଛୁଇଁଲା

ଖୋର୍ଦ୍ଧା ଅଫିସ,୩୦।୫: ଖୋର୍ଦ୍ଧା ଜିଲାରୁ ଶନିବାର ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାର ମୋଟ ପଜିଟିଭଙ୍କ ସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି। ତେବେ ସମସ୍ତ ନୂଆ ୧୬ ଆକ୍ରାନ୍ତ ଖୋର୍ଦ୍ଧା ସବ୍‌ଡିଭିଜନର ହୋଇଥିବା ବେଳେ…

ଭିଡିଓ କନଫରେନ୍ସିଂରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୩୦।୫: ଆଗକୁ ଆସୁଛି ସ୍ନାନ ଯାତ୍ରା ଓ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରରେ ଗଜପତି ମହାରାଜା ଦିବ୍ୟସିଂହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri