ନଳକୂପ ଅଚଳ, ମିଳୁନି ପାନୀୟ ଜଳ

ବଳଙ୍ଗା,୨୩।୨(ଡି.ଏନ୍‌.ଏ.): ବଳଙ୍ଗା ଥାନା ଶାଇଁଶ ଶାସନ ପଞ୍ଚାୟତ ଦୁର୍ଗାପୁର, କାଶୀପୁର, ଭଗତୀପୁର ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି। ଏହି ୩ଗ୍ରାମରେ ଲୋକେ ପାନୀୟ ଜଳ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରାମର ନଳକୂପ ଥିବା ସତ୍ତ୍ୱେ ତାହା ଦୀର୍ଘଦିନ ହେବ ଅଚଳ ହୋଇପଡ଼ିଛି। ଏହି ୩ ଗ୍ରାମର ପ୍ରାୟ ୬ଶହ ପରିବାର ବାସ କରୁଛନ୍ତି। ଗ୍ରାମ ଚାରିପଟେ ପ୍ରାୟ ପାଞ୍ଚ ଶହ ହେକ୍ଟର ଜମିରେ ରିଧାନ ହେଉଛି। କେନାଲ ଜଳ ଯୋଗାଣ ନ ଥିବାରେ ୨ଶହରୁ ଊଦ୍ଧର୍‌ବ ଏଲ ଆଇ ପଏଣ୍ଟ ବସିଛି। ମାତ୍ରାଧିକ ପଏଣ୍ଟ ଯୋଗୁ ଜଳସ୍ତର ଦ୍ରୁତ ବେଗରେ କମିଯାଉଛି। ଏହାଦ୍ବାରା ଅଧିକାଂଶ ନଳକୂପ ଅଚଳ ହୋଇପଡ଼ିଛି। ବାକି ଥିବା ନଳକୂପରେ ସ୍ବଳ୍ପ ପାଣି ବାହାରୁ ଥିବାରୁ ଆବଶ୍ୟକ ମେଣ୍ଟାଇ ପାରୁ ନାହିଁ। ଫଳରେ ଗ୍ରାମବାସୀ ବାଧ୍ୟହୋଇ କାଦୁଅ ପଙ୍କରେ ବିଲକୁ ଯାଇ ଏଲ ଆଇ ପଏଣ୍ଟରେ ସ୍ନାନଶୌଚ ହେବା ସହିତ ପାନୀୟ ଜଳ ବ୍ୟବହାର କରୁଛନ୍ତି। ଏପରିକି ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି। ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ଏବଂ ଆବଶ୍ୟକ ପରିମାଣର ଡାନିଡା ନଳକୂପ ନାହିଁ। ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ନିମନ୍ତେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଛି। ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆବଶ୍ୟକୀୟ ନଳକୂପ ବସାଇବା ସହିତ ବର୍ତ୍ତମାନ ସ୍ଥିତିରେ ପାଣି ଟାଙ୍କି ଦ୍ବାରା ଜଳଯୋଗାଣ ନିମନ୍ତେ ଜିଲପାଳଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ କହିଛନ୍ତି, ଏ ବିଷୟରେ ମୁଁ ଅବଗତ ଅଛି। ଜଳ ସମସ୍ୟା ଦୂର କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା ଦୂର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?