୮ବର୍ଷ ହେଲା ଗଛମୂଳେ ଚାଲିଛି ଦମକଳ କେନ୍ଦ୍ର

କଣାସ,୨୩।୨(ସ୍ବ.ପ୍ର): କଣାସ ବ୍ଲକରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାରୁ ୨୦୧୩ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସମିତି ସଭାଗୃହ ନିକଟରେ ଥିବା ଏକ ବରଗଛ ତଳେ ଅସ୍ଥାୟୀ ଭାବେ ଦମକଳ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ହେଲେ ଆଜକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ଦମକଳ କେନ୍ଦ୍ରରର ନିଜସ୍ବ ଗୃହ ତିଆରି ହୋଇପାରିନାହିଁ। ଫଳରେ ଦମକଳ କେନ୍ଦ୍ର କର୍ମଚାରୀ ସହ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦମକଳ କେନ୍ଦ୍ରରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଖବର ଅନୁଯାୟୀ, ଦମକଳ କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ପାଇଁ ୫ବର୍ଷ ହେଲା ୬୫ଲକ୍ଷ ଟଙ୍କା ଆସି ବ୍ୟାଙ୍କରେ ପଡିଛି। ଗୃହ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ । ଏ ସମ୍ପର୍କରେ ତହସିଲଦାର ଲକ୍ଷ୍ମୀଧର ମହାରଣା କୁହନ୍ତି, ଦମକଳ କେନ୍ଦ୍ର ପାଇଁ ଜାଗା ଚିହ୍ନଟ ହୋଇଯାଇଛି। କାଗଜପତ୍ର କାମ ନିକଟରେ ଶେଷ ହେବାପରେ ଖୁବଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଚର ଜମିରେ ତିଆରି ହେଉଛି ଘର: ଶାଗମାଛ ଦରରେ ଜାଗା ବିକ୍ରି

ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ସହରରେ ମାତିଛନ୍ତି ଜମି ମାଫିଆ। ସହରର ପାହାଡ଼ କଡ଼ରେ ଥିବା ଉଭୟ ଜଙ୍ଗଲ ଓ ଗୋଚର ଜମିକୁ ଶାଗମାଛ ଦରରେ ଏମାନେ ଲୋକମାନଙ୍କୁ...

ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସବଇନ୍ସପେକ୍ଟର ଦୀନଦୟାଲ ମୋଦିଙ୍କ ଭଡ଼ା ଘରୁ ରବିବାର ରାତିରେ ଚୋରି ଉଦ୍ୟମ ହେଉଥିବା ବେଳେ ଗାଁ ଲୋକେ ଦୁଇଜଣ...

ଦୀପାବଳିରେ ଦୁର୍ଘଟଣା: ବାଣ ଫୁଟା ନେଲା ୨ ଜଣଙ୍କ ଜୀବନ

ଖଲ୍ଲିକୋଟ,୨୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗଁା ଦଳିତ ସାହିରେ ଦୀପାବଳି ରାତିରେ ଏକ ଦୁର୍ଘଟଣା ଘଟିଛି। ବାଣ ଫୁଟାଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ...

ପିପିଏଲ ଜଳାଶୟରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ପାରାଦୀପ,୭ା୧(ସ୍ବ.ପ୍ର.): ପାରାଦୀପ ଫସ୍‌ପେଟ୍‌ସ ଲିମିଡେଟ୍‌(ପିପିଏଲ୍‌) ପରିସରରେ ଥିବା ୧୬ଟି ବୃହତ ଜଳାଶୟରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ସୋମବାର ରାଜନଗର ବନଖଣ୍ଡ...

ଟ୍ରାକ୍ଟର ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା, ଉତ୍ତେଜନା

ଧର୍ମଗଡ଼,୧୫।୧: କଳାହାଣ୍ଡି ଜିଲା ଧର୍ମଗଡ ସହର ମେରଘରା ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ...

ଖନ୍ତାପଡା ଛକରେ ବ୍ୟବସାୟୀଙ୍କୁ ଗୁଳି: ୨ ଦୁର୍ବୃତ୍ତ ଫେରାର

ରେମୁଣା, ୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ ଛକରେ ଶନିବାର ଅପରାହ୍ନ ୩ଟା ବେଳେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ...

ଗ୍ରାମସଭାରେ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟି ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ...

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ

ବାଲେଶ୍ୱର ଅଫିସ, ୨୩।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଅଭିଯୁକ୍ତଙ୍କୁ...

Advertisement

BGU

Archives

Model This Week

Why Dharitri