ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କୁ ବୋମାମାଡ଼, ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଯାଜପୁର ଅଫିସ୍‌, ୨୮ା୩: ଯାଜପୁର ଜିଲାର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି), ହାଇକୋର୍ଟ, ଲୋକାୟୁକ୍ତ ଓ ବିଭିନ୍ନ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଶନିବାର ରାତିରେ ବେହୁରା ତାଙ୍କ ସହଯୋଗୀ ସୁଶାନ୍ତ କୁମାର ବେହେରା ଓ ବଳରାମ ଦାସଙ୍କ ସହ ନିଜ କାର୍‌ରେ କବାଟବନ୍ଧ ଅଞ୍ଚଳରୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଜାରକା ଫେରୁଥିବା ସମୟରେ ଇମାମ୍‌ନଗର ଗ୍ରାମ ନିକଟରେ ଏକ କଳା ପଲ୍‌ସରରେ ୨ଜଣ ଦୁର୍ବୃତ୍ତ ଆସି କାର୍‌ ଉପରକୁ ବୋମାମାଡ଼ କରିଛନ୍ତି। ଏଥିରେ ବେହୁରା ଓ ତାଙ୍କ ୨ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଜଣେ ସୂଚନା ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ସୂଚନା ଥାଉକି ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ, ଆରୁହା, ବିଛାଖଣ୍ଡି ଆଦି ପାହାଡ଼ରୁ ବେଆଇନ ପଥର ଉତ୍ତୋଳନକୁ ବିରୋଧ କରି ବେହୁରା ବିଭିନ୍ନ ଫୋରମ୍‌ର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ, ଏନ୍‌ଜିଟି ଓ ଲୋକାୟୁକ୍ତରେ ମାମଲା ବିଚାରାଧୀନ ରହିଛି। ଜିଲା ଏବଂ ତହସିଲ୍‌ ପ୍ରଶାସନକୁ ଏନେଇ ରିପୋର୍ଟ ତଲବ ମଧ୍ୟ ହୋଇଛି। ଏହାବାଦ୍‌ ଗତ ବନ୍ୟାରେ ରମାପୁର ଘାଇ ଭାଙ୍ଗିବା ମନୁଷ୍ୟକୃତ ବୋଲି ଅଭିଯୋଗ କରି ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ତା’ର ତଦନ୍ତ ଚଳାଇଛି। ଏହି ସବୁ ଯୋଗୁ ତାଙ୍କୁ ଅସାମାଜିକ ବ୍ୟକ୍ତିମାନେ ଟାର୍ଗେଟ କରିଥିବା ସନ୍ଦେହ କରାଯାଉଛି ବୋଲି ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ କହିଛନ୍ତି। ଯାଜପୁର ଏସ୍‌ପି ରାହୁଲ ପି.ଆର୍‌. ଘଟଣାସ୍ଥଳକୁ ଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯିବା ସହ ପୋଲିସ ମହାନିର୍ଦ୍ଦେଶକ ହସ୍ତକ୍ଷେପ କରନ୍ତୁ ବୋଲି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ।...

ମାସକରେ ଆଳୁ କେଜି ପିଛା ବଢ଼ିଛି ୧୫, ପିଆଜ ୧୦ ଟଙ୍କା

କଟକ ଅଫିସ,୨୬।୭: ଆଳୁ ଓ ପିଆଜ ଦର ଗତ କିଛି ସପ୍ତାହ ଭିତରେ ବଢ଼ିବାରେ ଲାଗିଛି। ମାସକ ଭିତରେ ଆଳୁ ଦର କେଜି ପିଛା ୧୫...

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା...

ଗ୍ୟାସ ଗାଡ଼ିକୁ ଅଟକାଇବା ପଡ଼ିଲା ମହଙ୍ଗା: ୨ ଯୁବକ ଗିରଫ

ବନ୍ତ,୨୫।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଜାମବଣି ଛକଠାରେ ସୋମବାର ଅପରାହ୍ନରେ ଆଗରପଡାରୁ ଆସୁଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଗାଡିକୁ ୩ ଜଣ ଯୁବକ...

ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା

କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦)...

ବୈତରଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ: ୧୨ରୁ ସେତୁ ଉପରେ ଯାତାୟାତ ବନ୍ଦ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଦୀର୍ଘଦିନର ଅପେକ୍ଷା ପରେ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏ...

ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସବଇନ୍ସପେକ୍ଟର ଦୀନଦୟାଲ ମୋଦିଙ୍କ ଭଡ଼ା ଘରୁ ରବିବାର ରାତିରେ ଚୋରି ଉଦ୍ୟମ ହେଉଥିବା ବେଳେ ଗାଁ ଲୋକେ ଦୁଇଜଣ...

ଏସ୍‌ଆର୍‌ସିଙ୍କ ପୂଜା ଗାଇଡ୍‌ଲାଇନ୍‌କୁ ଚ୍ୟାଲେଞ୍ଜ

କଟକ ଅଫିସ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପୂଜା ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର...

Advertisement

BGU

Archives

Model This Week

Why Dharitri