ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କଫ୍‌ ସିରଫ୍‌ ଜବତ

ଝାରସୁଗୁଡ଼ା ଅଫିସ୍‌,୨୭।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରୁ ଏକ ବୋଲେରୋରେ କଫ୍‌ ସିରଫ୍‌ ବୋଝେଇ ହୋଇ ଝାରସୁଗୁଡ଼ା ଆସୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସମ୍ବଲପୁର ବଡବଜାରର ଅମିତ ସାହୁ(୨୯), ଝାରସୁଗୁଡା ମଙ୍ଗଳବଜାରର ଏସ୍‌.କେ. ଅମଜାଦ୍‌(୩୭), ମହମ୍ମଦ ଗୁଲାମ ଅସ୍‌ରଫ୍‌(୨୯), ଝାରସୁଗୁଡା ମିଶ୍ରଗଳିର ଅଙ୍କୁଶ ଭଗତ(୨୮), ଝାରସୁଗୁଡା ରେଲ୍‌ଓ୍ବେ କଲୋନୀର ଭରତ ସିଂହ ଯାଦବ(୨୯)। ଏମାନଙ୍କ ନିକଟରୁ ପୋଲିସ ଓଆର୍‌୨୩ ଡି-୮୫୯୮ନଂ. ବୋଲେରୋ,୧୦ପ୍ୟାକେଟ୍‌ କଫ୍‌ ସିରଫ୍‌ ଓ ୩ଟି ମୋବାଇଲ୍‌ ଫୋନ ଜବତ କରିଛି। ଜବତ କଫ୍‌ ସିରଫ୍‌ର ମୂଲ୍ୟ ୧ଲକ୍ଷ ୩୨ହଜାର ହେବ। ଏ ନେଇ ଝାରସୁଗୁଡା ଟାଉନ୍‌ ଥାନାରେ ଏକ ମାମଲା(ନଂ.୧୫୩/୨୧) ରୁଜୁ ହୋଇଛି।
ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆଗକୁ ହୋଲି ଥିବାରୁ ବାହାର ଜିଲାରୁ ଝାରସୁଗୁଡାକୁ କଫ୍‌ ସିରଫ୍‌ ଚାଲାଣ ହେବାନେଇ ସୂଚନା ମିଳିଥିଲା। ଏନେଇ ଝାରସୁଗୁଡ଼ା ପୋଲିସ ସଜାଗ ରହିଥିଲା । ଶୁକ୍ରବାର ଅପରାହ୍ନରେ ଝାରସୁଗୁଡା ଟାଉନ୍‌ ଥାନା ପୋଲିସ ପକ୍ଷରୁ କୋଭିଡ୍‌ ନିୟନ୍ତ୍ରଣ ପାଇଁ ବେହେରାମାଲ ରାସ୍ତାରେ ଯାନବାହାନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ସୁନ୍ଦରଗଡରୁ ଏକ ବୋଲେରୋ ଆସୁଥିଲା। ପୋଲିସ ଗାଡି ଯାଞ୍ଚ ବେଳେ କଫ୍‌ ସିରଫ୍‌ ପ୍ୟାକେଟ୍‌ ରହିଥିବା ଦେଖିବାକୁ ପାଇଥିଲା। ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ଯୋଗିତା ସେଠୀ ଓ ଡ୍ରଗସ୍‌ ଇନ୍ସପେକ୍ଟଟର ଜ୍ୟୋତିରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ଏହାର ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ସମ୍ବଲପୁରର ଅମିତଙ୍କ ନାମରେ ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ବେଳେ ଅଙ୍କୁଶ ଏବଂ ଏସ୍‌କେ ଅମଜାଦ୍‌ଙ୍କ ନାମରେ ୫ଟି ମାମଲା ରହିଥିବା ଜଣାପଡିଛି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ପାଇଁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱର ସଦର ତହସିଲ ଅଧୀନ ଚାନ୍ଦିପୁର ଶ୍ରୀକୋଣା, ହିଡ଼ିଗାଁ ଆଦି ଅଞ୍ଚଳରେ ଶହ ଶହ ବର୍ଷ ଧରି ଭୂମିହୀନ, ଆଦିବାସୀ, ଦଳିତ ଓ...

ଜଟିଳ ହେଉଛି ଟ୍ରାଫିକ୍‌ ସମସ୍ୟା

ଜଟଣୀ,୨୦।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା ଉପରେ ଲାଗିପାରୁନିି ଅଙ୍କୁଶ। ଫଳରେ ଯାତାୟାତରେ ସାଧାରଣ...

ନିଦ ହଜାଇଛି ଦନ୍ତା: ବନ ବିଭାଗ ନାକେଦମ

ତେଲକୋଇ, ୮।୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ ଭୀମକାଣ୍ଡ, ଆକୁଳ, ସିରିଗିଡା, ବିମଳା ଓ ରାଇସୁଆଁ ଆଦି ପଞ୍ଚାୟତ ଗୁଡିକରେ ବଣୁଆ ହାତୀଙ୍କର...

ଟାର୍ଗେଟ୍‌ ବୃଦ୍ଧି ହୋଇନି: ମଣ୍ଡିରେ ପଡି ରହିଛି ଧାନ

ସୋନପୁର,୩୧।୧୨(ନି.ପ୍ର.) ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଧାନ କ୍ରୟ ଟାର୍ଗେଟ୍‌ ବୃଦ୍ଧି କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଟାର୍ଗେଟ୍‌ ସରିଥିବାରୁ ପ୍ରାଥମିକ କୃଷି...

ମାନସିକ ବିକାରଗସ୍ତ ସ୍ବାମୀଙ୍କ ଅଭାବନୀୟ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ କଲେ ଆତ୍ମହତ୍ୟା

ଚନ୍ଦ୍ରଗିରି, ୧୪।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦନପୁର ହରିଜନ ବସ୍ତିରେ ଜଣେ ଦମ୍ପତ୍ତିଙ୍କ ମୃତଦେହକୁ ବୁଧବାର ମୋହନା ପୋଲିସ ଜବତ କରିଛି। ମୃତକଦ୍ୱୟ...

ଆରଡ଼ିରେ ପୋଲିସ ଛାଉଣୀ

ଆରଡ଼ି, ୧୧।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଚଳିତବର୍ଷ ବିନା ଭକ୍ତରେ ମହାଶିବରାତ୍ରି ପାଳନ କରାଯିବ। ବୁଧବାର ସକାଳ ୭ଟାରୁ ଶୁକ୍ରବାର ସକାଳ...

ଖଣି ଦୁର୍ଘଟଣା ମୃତକଙ୍କ ପରିବାରକୁ ସହାୟତା ରାଶି ଦେଲେ ରାଜ୍ୟ ସରକାର: ଅଧିକ କ୍ଷତିପୂରଣ ପାଇଁ ଆଲୋଚନା ହେବ

ଅନୁଗୋଳ ଅଫିସ, ୩୧।୭-ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା...

ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା

ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଶନିବାର ପାଟଣା ବ୍ଲକ ଚାକୁଣ୍ଡାପାଳସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୩...

Advertisement


Archives

Model This Week