ଓଡ଼ିଶାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ

ଯାଜପୁର ଅଫିସ,୨୮ା୩: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ଟକ୍ସିକ ଓ ହାଜାର୍ଡସ୍‌ ସବ୍‌ଷ୍ଟାନ୍ସସ୍‌ (ବିଷାକ୍ତ ଓ ବିପଦପୂର୍ଣ୍ଣ ପଦାର୍ଥ) ଦ୍ୱାରା ସର୍ବାଧିକ ୨୩ଟି ସଂକ୍ରମିତ ସ୍ଥାନ ରହିଛି। ଓଡ଼ିଶା ତଳକୁ ଉତ୍ତରପ୍ରଦେଶରେ ୨୧ ଓ ଦିଲ୍ଲୀରେ ୧୧ଟି ଏଭଳି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ ହୋଇଛି। ତେବେ ସମ୍ପୂର୍ଣ୍ଣ ପରିଯୋଜନା ମାଧ୍ୟମରେ କେବଳ ୪ ସ୍ଥାନ ସଂକ୍ରମିତ ହୋଇଥିବା ପ୍ରମାଣିତ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ ଜିଲା ଜୟଶ୍ରୀ କେମିକାଲରେ ୩ ଓ ଅନୁଗୋଳ ଓରିକେମର ଗୋଟିଏ ସ୍ଥାନ ବୋଲି ଜଣାପଡ଼ଛି। ଅନ୍ୟ ସ୍ଥାନଗୁଡିକ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସଂକ୍ରମିତ ବୋଲି ପ୍ରମାଣିତ ହୋଇନାହିଁ। ଏହାର ଅନୁସନ୍ଧାନ ଜାରି ରହିଛି। କାରଖାନା ମାଲିକମାନଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ସଂକ୍ରମିତ ଅଞ୍ଚଳ ସୃଷ୍ଟି ହେଉଛି ବୋଲି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପରୋକ୍ତ ତଥ୍ୟ ଦେଇଛନ୍ତି।

ପ୍ରାୟତଃ ଶିଳ୍ପ ଓ ଖଣି ଖନନ ଯୋଗୁ ରାଜ୍ୟରେ ଅନେକ ସ୍ଥାନରେ ସଂକ୍ରମିତ ଅଞ୍ଚଳ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ଉପଯୁକ୍ତ ସମୟରେ ପରିବେଶ ଅନୁକୂଳ ରହିତ ପଦ୍ଧତି ଅବଲମ୍ବନ, ପୂର୍ବ ଆଇନଗୁଡିକରେ ଯଥେଷ୍ଟ ବ୍ୟବସ୍ଥାର ଅଭାବ, ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପଦ୍ଧତିର ଅଭାବ, ଦ୍ରୁତ ଶିଳ୍ପାୟନ ଆଦି କାରଣରୁ ସଂକ୍ରମିତ ଅଞ୍ଚଳ ଦେଖାଦେଇଛି। ଇତିମଧ୍ୟରେ ୩ ସ୍ଥାନ ସଂକ୍ରମିତ କରିଥିବା କାରଖାନା ତା’ର ପ୍ରଚଳିତ ପଦ୍ଧତିକୁ ପରିବର୍ତ୍ତନ କରିଛିି। ଫଳରେ ସେହି କାରଖାନାରୁ ସଂକ୍ରମିତ ବର୍ଜ୍ୟବସ୍ତୁ ନିର୍ଗତ ହେବା ବନ୍ଦ ହୋଇଯାଇଛି। ଏହାସହ ସିପିସିବି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପରାମର୍ଶ ଅନୁଯାୟୀ ସମ୍ପୃକ୍ତ କାରଖାନାଗୁଡିକ ଉକ୍ତ ୩ ସଂକ୍ରମିତ ସ୍ଥାନର ପ୍ରତିକାର ବ୍ୟବସ୍ଥା ଆରମ୍ଭ କରି ଦେଇଛନ୍ତି।

ଲକ୍‌ଡାଉନ୍‌ ଓ ପରବର୍ତ୍ତୀ ସମୟରେ କୌଣସି ନୂତନ ସ୍ଥାନ ସଂକ୍ରମିତ ହୋଇନାହିଁ। ଲକ୍‌ଡାଉନ୍‌ ସମୟରେ ୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଲକ୍‌ଡାଉନ୍‌ ପରେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଏସ୍‌ପିସିବି ତରଫରୁ ବାୟୁ ପ୍ରଦୂଷଣ ମାତ୍ରା ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ବାୟୁର ଗୁଣାମତ୍କ ମାନ ସମସ୍ତ ସ୍ଥାନରେ ପ୍ରାୟତଃ ଭଲରୁ ସନ୍ତୋଷଜନକ ମଧ୍ୟରେ ରହିଥିଲା। ଲକ୍‌ଡାଉନ୍‌ ପରେ ବାୟୁର ଗୁଣାତ୍ମକମାନ ସନ୍ତୋଷଜନକରୁ ମଧ୍ୟମ ଧରଣର(ମୋଡେରେଟ୍‌) ରହିଥିଲା। ଡିସେମ୍ବରରେ ଅନୁଗୋଳ, ତାଳଚେର, ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, କଳିଙ୍ଗନଗର, କେନ୍ଦୁଝର, ପାରାଦୀପ, ରାଜଗାଙ୍ଗପୁର, ରାଉରକେଲା ଓ ସମ୍ବଲପୁର ସହରରେ ବାୟୁର ଗୁଣାମତ୍କ କେବଳ ପରିମିତ କାଟେଗୋରିରେ ରହିଥିଲା। ଏହାବାଦ୍‌ ଲକ୍‌ଡାଉନ ସମୟରେ ୨୦୨୦ ଏପ୍ରିଲ ୧୫ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବାହିତ ୧୧ ନଦୀ ତଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କୋଲାବ, ବଂଶଧାରା, ଇନ୍ଦ୍ରାବତୀ ଏବଂ ବାହୁଦାର ୧୨୯ ସ୍ଥାନରୁ ଜଳନମୁନା ସଂଗ୍ରହ କରାଯାଇ ଗୁଣବତ୍ତା ପରୀକ୍ଷା କରାଯାଇଥିଲା। ଏହି ନଦୀଜଳରେ ବାୟୋ କେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଓ ଟୋଲ କୋଲିଫର୍ମ(ଟିସି) ସହିତ ତୁଳନା କରାଯାଇଥିଲା। ଉକ୍ତ ୧୨୯ ଜଳ ନମୁନା ମଧ୍ୟରୁ ୧୨୧ ସ୍ଥାନରେ ଉଦ୍ଦିଷ୍ଟ ମାନ ମଧ୍ୟରେ ରହିଛି। ମୁଖ୍ୟତଃ ଭୁବନେଶ୍ୱର ତଳମୁଣ୍ଡଠାରେ ଦୟାନଦୀ, କଟକ ତଳମୁଣ୍ଡ କାଠଯୋଡି, ବ୍ରାହ୍ମଣୀ ନଦୀର ପାନପୋଷଠାରେ ବିଓଡି ଓ ଟିସି ମାତ୍ରା ଅଧିକ ରହିଥିବା ପରିଲକ୍ଷିତ ହୋଇଛି।

ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଶୁକ୍ରବାର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଦୂଷଣର ନିରାକରଣ ପାଇଁ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ପ୍ରଦୂଷଣ ରୋକିବାକୁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏଥିପାଇଁ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ୨୦୨୪ ସୁଦ୍ଧା ବାୟୁର ପ୍ରଦୂଷଣ ମାତ୍ରାକୁ ୨୦ରୁ ୩୦ପ୍ରତିଶତକୁ ହ୍ରାସ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?