୩୦ରେ ନାମାଙ୍କନପତ୍ର ଦାଖଲ କରିବେ ରୁଦ୍ର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆସନ୍ତା ୩୦ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ତଥା ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି ଯେ, ଏହି ଆସନରେ ବିଜୟ ପାଇଁ ଦଳ ସବୁପ୍ରକାର ଉଦ୍ୟମ କରିବ। ପରିବାରରେ ଥିବା ମନୋମାଳିନ୍ୟ ସମ୍ପର୍କରେ ଉତ୍ତର ଦେଇ କହିଛନ୍ତି ଯେ, ପରିବାର ମଧ୍ୟରେ କୌଣସି ଅସନ୍ତୋଷ ନାହିଁ। ଗଣମାଧ୍ୟମ ଜରିଆରେ କେବଳ ଅପପ୍ରଚାର କରାଯାଉଛି। ପରିବାରର ଜଣେ ସଦସ୍ୟ ଅନ୍ୟ ସଦସ୍ୟଙ୍କ ବିରୋଧରେ କେମିତି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ପ୍ରଚାର ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଲା

କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଛି। ଆକ୍ରାନ୍ତ ଜଣଙ୍କ ହାଟଡିହି...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା...

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ...

ସ୍ଥଗିତ ସ୍ଥାନରେ ମେ ୨୭ରେ ଭୋଟ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ସ୍ଥାନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପଦବୀ ଲାଗି ନିର୍ବାଚନ ହୋଇପାରି ନ...

ପ୍ରାୟଶ୍ଚିତ୍ତ ପାଇଁ ପୁରୀରେ ବରଗଡ଼ କଂସ

ପୁରୀ ଅଫିସ,୧୧।୧: ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରାୟଶ୍ଚିତ୍ତ ପାଇଁ ଶନିବାର...

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡ଼ା,୭।୮(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବାଲିଗୁଡ଼ା ଅଞ୍ଚଳ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ମଙ୍ଗଳବାରଠାରୁ ବାଲିଗୁଡ଼ା ବ୍ଲକ ବାଟାଗୁଡା ୫୯ ନଂ ଜାତୀୟ...

ଆଜି ସନ୍ଧ୍ୟାରେ ସରିବ ପୌର ପ୍ରଚାର

ଭୁବନେଶ୍ୱର,୨୨।୩(ବ୍ୟୁରୋ) : ଆସନ୍ତା ୨୪ରେ ୧୦୬ ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ହେବାକୁ ଯାଉଛି ପୌର ନିର୍ବାଚନ। ତେବେ ଆଜି ସନ୍ଧ୍ୟା ୫ଟାରୁ ସରିବ...

Advertisement
Archives

Model This Week