ଆମ ଜିଲା ଖବର

ଆଜି ଅଧରପଣା

ପୁରୀ ଅଫିସ,୩।୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହେବ। ଏଥିଲାଗି ସ୍ବତନ୍ତ୍ର ହାଣ୍ଡି ତିଆରି ସରିଛି। ତାହାକୁ ଅଧରପଣା ହାଣ୍ଡି କୁହାଯାଏ। ଏହି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ଦାରୁବିଗ୍ରହଙ୍କ ପାଖରେ ଲାଗି ହେବ।…

ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ବିସ୍ଥାପିତମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ…

ଲଦାପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ: ଖସିଗଲେ କ୍ୟାଡର ମାଓବାଦୀ

ଫୁଲବାଣୀ ଅଫିସ, ୩ା୭- କନ୍ଧମାଳ ଜିଲା ପୋଲିସ ପକ୍ଷରୁ କୋମ୍ବିଂ ବେଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ମାତ୍ର…

ରତ୍ନବେଦିରେ ମହାପ୍ରଭୁ

ଢେଙ୍କାନାଳ ଅଫିସ, ୩।୭ ଢେଙ୍କାନାଳ ଶ୍ରୀବଳରାମ ମନ୍ଦିରରେ ଗୁରୁବାର ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ରାତି ସାଢ଼େ ୮ଟାରେ ମହାପ୍ରଭୁଙ୍କୁ ଅସ୍ଥାୟୀ ମଣ୍ଡପରୁ ପହଣ୍ଡି କରି ରତ୍ନବେଦିକୁ ନିଆଯାଇଥିଲା। ଯୁବରାଜ ଅମରଜ୍ୟୋତି ସିଂଦେଓ ଠାକୁରଙ୍କ ପହଣ୍ଡି କରିଥିଲେ।…

ସହରବାସୀଙ୍କୁ ଆପ୍‌ରେ ମିଳିବ ସୂଚନା

ଅନୁଗୋଳ ଅଫିସ୍‌, ୩।୭ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସ ଜରିଆରେ କରୋନା ମୁକାବିଲା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାସୱାନ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର…

ସୁନାବେଶରେ ୩ ଠାକୁର

ପୁରୀ ଅଫିସ,୨ା୭: ସରି ଆସୁଛି ଶ୍ରୀଗୁଣ୍ଡିଚା ମହୋତ୍ସବ। ବୁଧବାର ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ି ଆସିଥିଲେ ମହାପ୍ରଭୁ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ ରଥାରୂଢ ଦାରୁଦିଅଁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ହୋଇଛି। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ…

ରକ୍ତ ହେଲା ପର: ପ୍ରତିଶୋଧରୁ ଗୁଳିମାଡ

ଖୋର୍ଦ୍ଧା ଅଫିସ, ୨ା୭:ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଗୁଳି ଫୁଟିଛି। ସାନଭାଇ ଗୁଳିମାଡ଼ରେ ବଡଭାଇ ଗୁରତର ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ କାହ୍ନୁ ପରିିଡ଼ା (୩୭)। ଗୁଳି ନାକ ପାଖରେ ବାଜି ଭିିତରେ ରହିଥିବା…

ସଂକ୍ରମଣ ରୋକିବାକୁ କଠୋର ହେଲା ପ୍ରଶାସନ: ଶନି, ରବି ଢେଙ୍କାନାଳ ଶଟଡାଉନ୍‌

ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏଡ଼ାଇବାକୁ ସପ୍ତାହନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଏଣିକି ଶନି ଏବଂ ରବି ଦୁଇଦିନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜୁଲାଇ ୩୧ ଯାଏ ଏହି କଟକଣା ବଳବତ୍ତର ରହିବ।…

୧୪ ଶୈବପୀଠରେ ୧୪୪ ଧାରା

ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଶ୍ରାବଣ ସୋମବାର ଜଳଲାଗିକୁ ନିଷେଧ କରାଯାଇଛି। ଜୁଲାଇ ୫, ୬, ୧୨, ୧୩, ୧୯, ୨୦,୨୬,୨୭, ଏବଂ ଅଗଷ୍ଟ ୨ ଓ ୩ ତାରିଖରେ କଟକଣା ସ୍ବରୂପ ଜିଲାର ପ୍ରମୁଖ ୧୪ ଶୈବପୀଠରେ…

ଛୁଟିରେ ଘରକୁ ଆସିଥିଲେ: କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨ା୭(ସ୍ବ.ପ୍ର.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ମାଓବାଦୀ ମାନେ ସକ୍ରିୟ ହୋଇଛନ୍ତି। ଜଣେ ସହକାରୀ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ସୋମାର ପୋୟାମ। ସେ ନିକଟରେ ଛୁଟିରେ ମାଥାବାଡା ଗ୍ରାମସ୍ଥିତ ନିଜ ଘରକୁ ଆସିଥିଲେ। ବୁଧବାର ରାତି…

ସ୍ବାମୀଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୨ା୭: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନ୍‌ରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ଏହାକୁ ସହି ନ ପାରି ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଏରସମା ଥାନା…

ବଦଳିଲା କଟକ ମାଲଗୋଦାମ ଖୋଲିବା ସମୟ

କଟକ ଅଫିସ,୨ା୭: କଟକ ମାଲ ଗୋଦାମ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହୋଇଛି। ଏ ନେଇ କଟକ ବଣିକ ସଂଘ, ମାଲଗୋଦାମ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଗୁରୁବାର କାର୍ଯ୍ୟାଳୟ ପରିସରରେ ଚାଉଳ ବ୍ୟବସାୟୀ ସଂଘ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri