ବାସିଭାତକୁ କେନ୍ଦ୍ରକରି ଉତ୍ତେଜନା

ରୂପ୍‌ସା, ୨୭।୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଏଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ଖାଇବା ପାଇଁ ବାସିଭାତ ଦିଆଯାଇଥିବା ମନ୍ମଥ ସିଂ, ସମ୍ବାରି ସିଂ, ଦୌପଦୀ ସିଂ, ରାଧା ସିଂ, କାଳୀ ସିଂ, ସହଚରୀ ବିନ୍ଧାଣି ପ୍ରମୁଖ ଅଭିଯୋଗ କରିଛନ୍ତି। ଫଳରେ ସାମୁଦ୍ରିକ ଝଡ, ୟାସ୍‌ଜନିତ ବାତ୍ୟା, ବର୍ଷା ଯୋଗୁ ନିଜ ଘରଦ୍ୱାର ଛାଡି ସରକାରୀ ନିର୍ଦ୍ଦେଶମତେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ଆସିଥିବା ମହିଳା, ପୁରୁଷ ଓ ଛୁଆପିଲାଙ୍କୁ ଭୋକ ଉପାସରେ ରହିବାକୁ ପଡିଛି।
ଏହି ପଞ୍ଚାୟତର ୪ଟି ଓ୍ବାର୍ଡ ବିଶିଷ୍ଟ ଲଛମନଖୁଣ୍ଟା ରାଜସ୍ବ ଗ୍ରାମ ଆଦିବାସୀ ବହୁଳ ଅଟେ। ଏହି ସ୍କୁଲରେ ୩ଶହରୁ ଊର୍ଦ୍ଧ୍ୱ ଲୋକ ବାତ୍ୟା ପାଇଁ ଆଶ୍ରୟ ନେଇଥିଲେ। ବାସିଭାତକୁ ମିଶାଇ ବୁଧବାର ଖାଇବାକୁ ଦିଆଯାଇଥିବାରୁ ଲୋକେ ଖାଇ ନ ପାରି ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଞ୍ଜନ ଗୋଚ୍ଛାୟତଙ୍କ ପଚରାଯିବାରୁ ସେ କହିଛନ୍ତି, ସ୍ଥାନୀୟ ଓ୍ବାର୍ଡମେମ୍ବରଙ୍କୁ ରାନ୍ଧିବା ପାଇଁ ଚାଉଳ, ରାଶନ, ଗ୍ୟାସ, ଜେନେରେଟର ଆଦି ଦିଆଯାଇଛି। ଖାଦ୍ୟ ଅବ୍ୟବସ୍ଥା ସମ୍ପର୍କରେ ପଚାରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି। ଏନେଇ ବିଡିଓ ଜ୍ଞାନରଞ୍ଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଘଟଣା ସମ୍ପର୍କରେ ବୁଝାଶୁଝା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri