ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କନ୍ଧପଥରାପଲ୍ଲୀର। ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା(ନଂ.୨୩୮/୨୧) ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକଳ, ଯୁବକ ଜଣକ ଗତ ୧୯ ତାରିଖରେ ନାବାଳିକାଙ୍କୁ ଏକ ବାଇକ୍‌ରେ ଅପହରଣ କରିନେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ଝିଅଙ୍କୁ ଖୋଜାଖୋଜି କରିଥିଲେ। ହେଲେ ଝିଅଙ୍କୁ ପାଇ ନ ଥିଲେ। ଏନେଇ ୨୨ ତାରିଖରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଯୁବକ ଜଣକ ଗୁରୁବାର ଗୌଡ଼ିଆ-ବୋରଦା ରାସ୍ତାରେ ଏକ ବାଇକ୍‌ ଯୋଗେ ନାବାଳିକାଙ୍କୁ ନେଉଥିବା ବେଳେ ପୋଲିସ ସେମାନଙ୍କୁ ଦେଖିବାକୁ ପାଇଥିଲା। ପୋଲିସ ସେମାନଙ୍କୁ ଧରି ଥାନାକୁ ଆଣିଥିଲା। ପରେ ଉଭୟଙ୍କ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଯାଇଥିଲା। ସେମାନଙ୍କୁ ବ୍ରହ୍ମପୁର ଅଣାଯାଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ପୋଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମରୁଡ଼ି ସହାୟତା ଘୋଷଣା ପ୍ରଚାର ସର୍ବସ୍ବ: ଜୟନାରାୟଣ

ଭୁବନେଶ୍ବର,୧୬ା୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସମୟରେ ମଙ୍ଗଳବାର ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବ୍‌ସିଡି ଘୋଷଣା କରିଛନ୍ତି, ଏହା ପ୍ରଚାର ସର୍ବସ୍ବ। ସରକାରଙ୍କ ଦିନରେ...

‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌’ ବା...

ବାଲିଶୁୁଆଙ୍କ ସଂଖ୍ୟା କମୁଛି

ନୟାଗଡ ଅଫିସ,୫।୨: ବିଭିନ୍ନ ପ୍ରଜାତିର ଶୁଆଙ୍କ ମଧ୍ୟରେ ବାଲି ଶୁଆ ଭିନ୍ନ । ସାଧାରଣତଃ ଶୁଆମାନେ ଡାଳକୁ ଡାଳ ଉଡି ବୁଲନ୍ତି । ଗଛରେ ବସା...

ରଥଯାତ୍ରା ସମୟରେ ଡ୍ରୋନ୍‌ ଉଡ଼ାଣ ମନା

ପୁରୀ ଅଫିସ,୧୧ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଡ୍ରୋନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଏନେଇ ପୁରୀ ପୋଲିସ ଟୁଇଟ୍‌ ଯୋଗେ ସୂଚନା ଦେଇଛି।...

ଛତ୍ରପୁର ଆରଟିଓ ଅଫିସରେ ତରିକା ବଦଳାଇଲେ ଦଲାଲ: ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଛତ୍ରପୁର,୧୫ା୧୨(ଡି.ଏନ.ଏ)-ଗାଡି ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଧିକୁ ଆଉ...

ରତ୍ନଭଣ୍ଡାରକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଭକ୍ତଙ୍କ ମନରେ ବଢ଼ିଲା ସନ୍ଦେହ

ପୁରୀ ଅଫିସ, ୨୮ା୧୧: ପୁଣି ଚର୍ଚ୍ଚାକୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିଧାନସଭାରେ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବେ ଭିତର ରତ୍ନଭଣ୍ଡାର ଖୋଲାଯିବ ନାହିଁ...

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ...

ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ସାହିବାସିନ୍ଦା

ମୁନିଗୁଡ଼ା,୯ା୧୧(ଡି.ଏନ୍‌.ଏ.): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଏବେବି ଅନେକ ଲୋକଙ୍କ...

Advertisement
Archives

Model This Week