ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭ା୫(ଡି.ଏନ୍‌.ଏ.): ‘ୟାସ୍‌’ର ତାଣ୍ଡବ ଯୋଗୁ ବୈତରଣୀ ଧୀରେ ଧୀରେ ଫୁଲିବାରେ ଲାଗିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୯୨ ମିଟର ପ୍ରବାହିତ ହେଉଛି। ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ନିଶ୍ଚୟ ହେବ ବୋଲି ସୂଚନା ମିଳିଛି।

ତେବେ ବନ୍ୟାଜଳ ଧୀରେ ଧୀରେ ବୁଧବାର ରାତିରୁ ବଢ଼ିବା ଆରମ୍ଭ କରି ଗୁରୁବାର ପୂର୍ବାହ୍ନ ୧୦ଟାରେ ୧୫.୪୬ ମିଟର ଥିଲା। ହଠାତ୍‌ ୧୧ଟାଠାରୁ ବୃଦ୍ଧି ପାଇ ୧୬.୯୫ମିଟର , ୧୧ ଟା ୪୫ ରେ ବିପଦ ସଙ୍କେତ ୧୭. ୮୩ ମିଟରଅତିକ୍ରମ କରିଥିଲା। ୧୨ ଟାରେ ୧୭.୯୨ମିଟର, ୧ଟାରେ ୧୮.୨୦ମିଟର, ୨ଟାରେ ୧୮ . ୩୭ ମିଟର ଅର୍ଥାତ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ କେନ୍ଦୁଝରରେ ୧୭୮.୪୦ ମିଲି, ଆନନ୍ଦପୁର ୫୫.୬୦ ମିଲି, ଆଖୁଆପଦା ୨୫.୦୨ ମିଲି ,ସୋମପାଟଣା ୧୩୩.୨୦ ମିଲି, ଠାକୁରମୁଣ୍ଡା ୧୪୦.୦୦, ଚମ୍ପୁଆରେ ୨୦୪.୭୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବାତ୍ୟା ୟାସ୍‌ ପରେ ବୈତରଣୀ ନଦୀରେ ବନ୍ୟା ଦେଖି ଲୋକେ ଏକପ୍ରକାର ଭୟଭୀତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri