ବିପଦ ସଙ୍କେତ ଉପରେ ବୈତରଣୀ

ଯାଜପୁର ଅଫିସ,୨୭ା୫: ବାତ୍ୟା ୟାସ୍‌ ଯୋଗୁ ଯାଜପୁର ଜିଲା ସମେତ ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଫୁଲି ଉଠିଛି। ବୈତରଣୀର ଉପରମୁଣ୍ଡ ଆନନ୍ଦପୁରଠାରେ ଗତ ୨ ଦିନରେ ପ୍ରାୟ ୮୫ ମି.ମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲାରେ ହାରାହାରି ୧୭୧ ମି.ମି ବର୍ଷା ରେକର୍ଡ କରାଯାଇଛି। ଫଳରେ ବୈତରଣୀ ନଦୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ୩୯.୩୮ ମିଟର, ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ସ୍ଥଳେ ୧୮.୬୯ ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବଲ୍ଲଭିଘାଟରେ ବିପଦ ସଙ୍କେତ ୧୩.୩୪ ମିଟର ଥିବା ବେଳେ ୧୨.୬୦ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଦଶରଥପୁରରେ ବିପଦ ସଙ୍କେତ ୯.୫୨ ଥିବା ବେଳେ ୯.୩୦ ମିଟର ବନ୍ୟାଜଳ ପ୍ରବାହିତ ହେଉଛି ା ଏହାଦ୍ୱାରା ବୈତରଣୀର ଯାଜପୁର ଜିଲା ନଦୀ ତଟବର୍ତ୍ତୀ କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଗୁରୁବାର ବର୍ଷା ହୋଇ ନ ଥିବାରୁ ବନ୍ୟା ଆଶଙ୍କା ଟଳି ଯାଇପାରେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର...

ପାରାଦୀପ ଜାହାଜରେ ବିଦେଶୀ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ

ପାରାଦୀପ, ୧୬।୩(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏକ ପଣ୍ୟବାହୀ ଜାହାଜରେ ସୋମବାର ଜଣେ ୟୁକ୍ରେନ୍‌ ନାଗରିକଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ...

ଆଜି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୦୪୧

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫...

ପୁରୀରୁ ୩ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

ପୁରୀ ଅଫିସ,୧୧ା୬: ପୁରୀରୁ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ...

ନାବାଳିକାଙ୍କୁ ବ୍ଲାକ୍‌ମେଲ କରି ଦେଢ଼ଲକ୍ଷ ଟଙ୍କା, ଗହଣା ଲୁଟିଲେ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍‌ମେଲ୍‌ କରି ଟଙ୍କା ଓ ସୁନା ଗହଣା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଠକ...

ଆର୍‌ଡିସି, ଜିଲାପାଳଙ୍କ ତଦନ୍ତ

ଧାମନଗର, ୧୬।୩ – ଭଦ୍ରକ ଜିଲା ଧାମନଗର ତହସିଲରେ ଆର୍ଥିକ ଅନିୟମିତତାକୁ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ଧାମନଗର ତହସିଲ କାର୍ଯ୍ୟାଳୟରେ...

ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ...

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଫୁଲବାଣୀ ଅଫିସ,୬ା୧୧: ଏକ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସହକାରୀ ଦୌରାଜଜ୍‌ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ...

Advertisement
Archives

Model This Week