ସଂକ୍ରମିତଙ୍କୁ ସହଯୋଗ ମିଳୁନି

ଅନୁଗୋଳ ଅଫିସ, ୨୭ା୫: କୋଭିଡ୍‌ ସଂକ୍ରମିତଙ୍କ ସ୍ବାବ୍‌ ଟେଷ୍ଟ ଠାରୁ ଚିକିତ୍ସା ଯାଏ ସବୁକିଛିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସଙ୍ଗରୋଧରେ ରଖିବା, ନିତ୍ୟ ବ୍ୟବହାର ପାଇଁ କିଟ୍‌ ଯୋଗାଇଦେବା ଓ ଗୁରୁତର ଥିଲେ ତୁରନ୍ତ ହସ୍ପିଟାଲରେ ଅକ୍ସିଜେନ ଦେବାର ସୁବିଧା କରାଯାଇଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା କୋଭିଡ୍‌ ରୋଗୀମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି। ସେମାନଙ୍କୁ ତୁରନ୍ତ କରୋନା ଓ୍ବାର୍ଡରେ ଭର୍ତ୍ତି ସହ ଚିକିତ୍ସା କରାଯାଉ ନାହିଁ କି ଅନ୍ୟତ୍ର ସ୍ଥାନାନ୍ତର ବ୍ୟବସ୍ଥା ହେଉ ନାହିଁ। ଏପରି କି ମେଡିକାଲ ମ୍ୟାନେଜରଙ୍କୁ ଅଭିଯୋଗ କରାଗଲେ ମଧ୍ୟ ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଘଣ୍ଟା ଘଣ୍ଟା ଧରି କୋଭିଡ୍‌ ସଂକ୍ରମିତ ମେଡିକାଲ ବାହାରେ ଅସହାୟ ଅବସ୍ଥାରେ ପଡ଼ିରହୁଛନ୍ତି।
ଅନୁଗୋଳ ଜିଲାରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ୱାର୍ଡ ଖୋଲାଯାଇଛି। ଏଥିସହ ପଞ୍ଚମହଲାରେ କୋଭିଡ୍‌ କେୟାର ସେଣ୍ଟର, ବଅଁରପାଳରେ ଇଏସ୍‌ଆଇ କୋଭିଡ୍‌ କେୟାର ମେଡିକାଲ ଓ ତାଳଚେରଠାରେ କୋଭିଡ୍‌ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡରେ ୪୨ଟି ବେଡ୍‌ ରହିଛି। ଦୈନିକ ଏଠାକୁ ୬୦ରୁ ୭୦ ଜଣ କୋଭିଡ୍‌ ସଂକ୍ରମିତ ଆସୁଥିବା ବେଳେ ପ୍ରତି ଶିଫ୍ଟରେ ଜଣେ ଡାକ୍ତରଙ୍କ ସହ ୨ ଜଣ ଆଟେଣ୍ଡାଣ୍ଟ ଓ ୩ ଜଣ ଷ୍ଟାର୍ଫ ନର୍ସ ରହି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ପାଇଁ ୩ଟି ଶିପ୍ଟ କରାଯାଇଛି। ଉକ୍ତ ୱାର୍ଡର ୨୪ଟି ବେଡ୍‌ରେ ସେଣ୍ଟ୍ରାଲ ଅକ୍ସିଜେନ୍‌ ଓ ୨୦ଟିରେ ଅକ୍ସିଜେନ୍‌ ସିଲିଣ୍ଡର ବ୍ୟବସ୍ଥା ରହିଛି। ତେବେ ସମସ୍ତ ସୁବିଧା ରହିଥିବା ସତ୍ତ୍ୱେ ଅନେକ ସମୟରେ ଆସୁଥିବା ବହୁ ରୋଗୀ ଏଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କୁ କରୋନା ଓ୍ବାର୍ଡରୁ ପଞ୍ଚମହଲାସ୍ଥିତ କୋଭିଡ୍‌ କେୟାର ସେଣ୍ଟରକୁ ରେଫର କରିବାକୁ ଦୀର୍ଘ ସମୟ ଲାଗିଯାଉଛି। ଏ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲ ମ୍ୟାନେଜରଙ୍କୁ ଗୁହାରି କଲେ ସେ ଅସହାୟ କହି ହାଟ ଟେକି ଦେଉଛନ୍ତି। ଫଳରେ କୋଭିଡ୍‌ ରୋଗୀମାନେ ମେଡିକାଲ କରୋନା ୱାର୍ଡରେ ଭର୍ତ୍ତି ହୋଇପାରୁ ନାହାନ୍ତି କି ଅନ୍ୟତ୍ର ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇ ପାରୁନାହାନ୍ତି। ଦୁଇ ଦିନ ତଳେ ଛେଣ୍ଡିପଦା ବ୍ଲକ ବାଲିପଟା ଅଞ୍ଚଳର ଜଣେ କୋଭିଡ୍‌ ଆକ୍ରାନ୍ତ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ହେଲେ ତାଙ୍କୁ ତୁରନ୍ତ କରୋନା ୱାର୍ଡରେ ଭର୍ତ୍ତି କରାଯାଇ ନ ଥିଲା କି ଅକ୍ସିଜେନ୍‌ ଲଗାଯାଇ ନ ଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲ ମ୍ୟାନେଜରଙ୍କୁ ଅବଗତ କରିଥିଲେ। କିନ୍ତୁ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ପରେ ସମସ୍ୟା ନେଇ ଜିଲାପାଳଙ୍କୁ ଅବଗତ କରାଯିବାରୁ ମେଡିକାଲ ମ୍ୟାନେଜର ସମ୍ପୃକ୍ତ ରୋଗୀଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ। ଏଥିପାଇଁ ଦୀର୍ଘ ୪ ଘଣ୍ଟା ଲାଗିଯାଇଥିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, ଦୈନିକ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା କରୋନା ସଂକ୍ରମିତଙ୍କୁ ଆବଶ୍ୟକ ସହଯୋଗ ମିଳୁ ନ ଥିବା ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି।

ଖୋଲିବ ହେଲ୍ପ ଡେସ୍କ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡରେ ଖୁବ୍‌ଶୀଘ୍ର ହେଲ୍ପ ଡେସ୍କ୍‌ ଖୋଲିବ। ଏ ନେଇ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହାଦ୍ୱାରା ସଂକ୍ରମିତଙ୍କ ଚିକିତ୍ସା ସମ୍ପର୍କରେ ତାଙ୍କ ପରିବାର ଲୋକେ ଟିକିନିଖି ଖବର ପାଇପାରିବେ। ଏପରି କି ପରିବାର ଲୋକଙ୍କ ସୂଚନା ରୋଗୀଙ୍କ ନିକଟରେ ପହଞ୍ଚାଇ ଦିଆଯିବ। ଆସନ୍ତା ୨ ଦିନ ମଧ୍ୟରେ ଏହି ସେବା କାର୍ଯ୍ୟକାରୀ ହେବ। ଫଳରେ ଚିକିତ୍ସିତ କୋଭିଡ୍‌ ରୋଗୀମାନେ ଆଉ ବାହାରକୁ ଆସିବେ ନାହିଁ କି ଅନ୍ୟମାନେ ସଂକ୍ରମିତ ହେବାର ଭୟ ରହିବ ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମେଡିକାଲ ମ୍ୟାନେଜର ଦାୟିତ୍ୱ ନେବା କଥା
ମେଡିକାଲରେ ଯେଉଁ ୱାର୍ଡ ଖୋଲିବ ତାହା ମ୍ୟାନେଜରଙ୍କ ଅଧୀନରେ ରହିବ। କିନ୍ତୁ ମ୍ୟାନେଜର ଠିକ୍‌ ଭାବେ କାର୍ଯ୍ୟଭାର ତୁଲାଉ ନ ଥିବା ଅଭିଯୋଗ ଆସିଛି। ଏ ନେଇ ଅନୁଧ୍ୟାନ କରାଯିବ। ରୋଗୀମାନେ ଯେପରି ବାହାରେ ବୁଲାବୁଲି ନ କରନ୍ତି ସେଥିପାଇଁ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)

ପରିଚାଳନାରେ ସୁଧାର ଅଣାଯାଉ
ମେଡିକାଲକୁ ଆସି ରୋଗୀ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମାତ୍ର ୫ କିଲୋମିଟର ଦୂର କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିବାକୁ ସାଢ଼େ ୪ ଘଣ୍ଟା ଲାଗୁଛି। ଏହାଦ୍ୱାରା ରୋଗୀ ମାନସିକ ଓ ଶାରୀରିକ ଭାବେ ଅଧିକ ଅସୁସ୍ଥ ହୋଇଯାଉଛନ୍ତି। ପରିଚାଳନାରେ ସୁଧାର ଅଣାଯିବା ଦିଗରେ ପ୍ରଶାସନ ଦୃଷ୍ଟି ଦେଉ।
-ସୁଦୀପ ଗଡ଼ନାୟକ, ରୋଗୀଙ୍କ ସମ୍ପର୍କୀୟ

ମୁଖ୍ୟ ଚିକିତ୍ସାଳୟ ଯିବାକୁ ଭୟ ଲାଗୁଛି
ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କରୋନା ରୋଗୀ ଘଣ୍ଟା ଘଣ୍ଟା ପଡ଼ିରହିବା ଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବା ଆଶଙ୍କା ରହୁଛି। ତେଣୁ ଅସୁସ୍ଥ ହେଲେ ମଧ୍ୟ ମେଡିକାଲ ଯିବାକୁ ଭୟ ଲାଗିଲାଣି। ଏହାକୁ ଯଦି ବାରଣ କରା ନ ଯାଏ ତେବେ ଅନ୍ୟମାନେ ଅଡ଼ୁଆରେ ପଡ଼ିବା ସମ୍ଭାବନା ରହିଛି।
-ଅବିନାଶ ବାରିକ, ଅନୁଗୋଳ

ଘଟଣାର ଅନୁଧ୍ୟାନ କରାଯିବ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ ରହିଛି। ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି। କରୋନା ୱାର୍ଡ ଦାୟିତ୍ୱରେ ଥିବା ମେଡିକାଲ ମ୍ୟାନେଜର ରୋଗୀଙ୍କୁ ସହଯୋଗ କରୁ ନ ଥିବା ଘଟଣାର ଅନୁଧ୍ୟାନ କରାଯାଉଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri