ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ

ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ତାଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ନେଇ ଡାକ୍ତର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରିଥିଲେ ହେଁ ଡାକ୍ତରଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଂ. ୮୯/୨୧ରେ ମାମଲା ରୁଜୁ କରିଛି। ମୃତା ବୃଦ୍ଧାଙ୍କ କନ୍ୟା ମମତା ବେହେରାଙ୍କ ଅଭିଯୋଗକୁ ଭିତ୍ତିକରି କେବଳ ଷ୍ଟେଶନ ଡାଏରୀ କରାଯାଇଛି। ପୋଲିସ ବୁଧବାର ମୃତଦେହ ଜବତ କରି କଟକ ବଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗକୁ ବିଚାରକୁ ନିଆଯିବ ବୋଲି ଆଇଆଇସି ଚିନ୍ମୟୀ ସାହୁ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ମୁଣ୍ଡିଲୋ ଗଁାର ବାଇଧର ରାଉତଙ୍କ ସ୍ତ୍ରୀ ହେମଲତା(୬୦) ଅସୁସ୍ଥ ଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ମଙ୍ଗଳବାର ରାତ୍ରରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଦାୟିତ୍ୱରେ ଥିବା କର୍ମଚାରୀମାନେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ଭାବେ ଭୁଲ ଔଷଧ ଓ ଇଞ୍ଜେକ୍‌ଶନ ଦେଇଥିଲେ ବୋଲି ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ହେମଲତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସଫେଇ ଦିଆଯାଇଥିଲା। ହେମଲତାଙ୍କ ମୃତ୍ୟୁ ନିମନ୍ତେ ଡାକ୍ତରଙ୍କୁ ଦାୟୀ କରାଯିବା ସହ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ହୋହଲ୍ଲା କରିଥିଲେ। ଏପରିକି କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନିବେଦିତା ପଟ୍ଟନାୟକ ସମ୍ମାନ

କଟକ ଅଫିସ,୨୫।୧୧: କଟକ ଶହୀଦ ଭବନରେ ପ୍ରତିଷ୍ଠିତ ନୃତ୍ୟ ଗ୍ରୁପ୍‌ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ଦ୍ୱାରା ଚାଲିଥିବା ୨୩ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ରବିବାର...

ଅଫର୍‌ ଅଛି, ବେପାର ନାହିଁ

ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା...

ପାଞ୍ଚଗଡ଼ ଜଙ୍ଗଲରେ ନିଆଁ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଖୋର୍ଦ୍ଧା ରେଞ୍ଜ୍‌ ବୋଲଗଡ଼ ବନପାଳ ଅଧୀନ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ରବିବାର ନିଆଁ ଲାଗି ପ୍ରାୟ ଅଢ଼େଇ ଏକର...

ରାଜଧାନୀରେ ବିସ୍ଫୋରଣ ଘଟଣା: ପେଟ୍ରୋଲ ପମ୍ପକୁ ସିଲ୍‌ କଲା ଆଇଓସିଏଲ୍‌

ଭୁବନେଶ୍ୱର,୧୧ା୧୦ (ବ୍ୟୁରୋ): ବିସ୍ଫୋରଣ ହୋଇଥିବା ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପକୁ ରବିବାର ସିଲ୍‌ କରାଯାଇଛି। ଘଟଣାର ୫ଦିନ ପରେ ଆଇଓସିଏଲ୍‌ ପକ୍ଷରୁ ଏହି...

ଆଇଏଏସ୍‌ ଅଫିସର ଶ୍ରୀମନ୍ଦିର ପରିଚାଳନା କରିବା ଠିକ୍‌ ନୁହେଁ: ବାହିନୀପତି

ପୁରୀ ଅଫିସ,୧୭ା୭:  ଶ୍ରୀମନ୍ଦିରକୁ ଆଇଏଏସ୍‌ ଅଫିସର ତଥା ଅମଲାତନ୍ତ୍ର ପରିଚାଳନା କରିବା ଠିକ୍‌ ନୁହେଁ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଦରକାର ବୋଲି କହିଛନ୍ତି ଜୟପୁର...

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର କହ୍ନେଇ ମାଝୀ (୨୩) ନାମକ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ...

ପରିଚାଳନାରେ ବ୍ୟତିକ୍ରମ, ମଧୁର ଜଳ ନଷ୍ଟ

ପାରାଦୀପ, ୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ମୂଷାଡିଆଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) କମ୍ପାନୀ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେକ...

ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ...

Advertisement
Archives

Model This Week