ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର ୯ ଦିନ ପରେ ବି ମୃତ୍ୟୁ ରହସ୍ୟରୁ ପରଦା ହଟୁନି। ସୌମ୍ୟଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲେ ମଧ୍ୟ ମେଡିକାଲ ନେବା ବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଆମ୍ବୁଲାନ୍ସକୁ ଅଟକା ଯାଇଥିଲା। ଏହି ଘଟଣାରେ ତଦନ୍ତ ପରିସରକୁ ଆସୁଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ଠିକ୍‌ ସମୟରେ ଉଭୟଙ୍କୁ ପଚରାଉଚରା କରାଯିବ ବୋଲି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ତଦନ୍ତରେ ପୋଲିସକୁ ସହଯୋଗ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ଟିମ୍‌ ମଙ୍ଗଳବାର ପାରଳାଖେମୁଣ୍ଡିକୁ ଆସିଛି। ଏହି ଟିମ୍‌ରେ ଜଣେ ସାଇବର ଏକ୍ସପର୍ଟ ମଧ୍ୟ ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବୁଧବାର ଏସ୍‌ପିଙ୍କ ସହ ଘଟଣା ଦିନଠାରୁ ଏ ପର୍ଯ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଆଗକୁ ତଦନ୍ତ କେଉଁ ଦିଗକୁ ଯିବ ସେ ନେଇ ଆଲୋଚନା କରିଛନ୍ତି। ସେପଟେ ବାଲେଶ୍ୱର ଜିଲା ଖଇରାରେ ସୌମ୍ୟଙ୍କ ପରିବାର ସଦସ୍ୟ ଓ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗୌଡ଼ଗାଁରେ ନିଜ ବାପଘରେ ଥିବା ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଦୁଇ ଦିନ ଧରି ଜେରା କରିବା ପରେ ବୁଧବାର ଟିମ୍‌ ସହ ଫେରିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ। ସେ ପାଇଥିବା ତଥ୍ୟ ଉପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାରୁ କୌଣସି ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି ତଦନ୍ତକାରୀ ଅଧିକାରୀ ସ୍ବାଇଁ। ସନ୍ଧ୍ୟାରେ ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହ ମିଶି ଆଲୋଚନା କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ଘଟଣାର ସବୁ ଦିଗକୁ ତର୍ଜମା କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ବିବାଦ: ଓରାଳୀ ଛକରେ ୧୪୪ ଧାରା ଜାରି

  ଭଦ୍ରକ ଅଫିସ,୧୬।୪: ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଓରାଳୀ ଛକରେ ୧୪୪ ଧାରା ଜାରି ହୋଇଛି । ରବିବାର ସକାଳ...

ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ୍‌

କୋକସରା, ୨୨।୬, (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ସୁବିଧା ଆର ତାହାକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଅନେକ ଯୋଜନା...

ଅଚ୍ୟୁତଙ୍କୁ ୫୦ତମ ଡକ୍ଟରେଟ୍‌ ଡିଗ୍ରୀ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷାବିତ୍‌, ସାମାଜିକ କର୍ମୀ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ଏମ୍‌ପି ଡ....

ଦିବ୍ୟାଙ୍ଗଙ୍କୁ ୨ କି.ମି. ଚଲାଇଲେ

ଭୁବନ, ୪।୧୨(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା, ସେମାନେ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ଅନୁଭବ କରାଇବା ଏବଂ ସେମାନଙ୍କ ମଧ୍ୟରେ ଥିବା ଦକ୍ଷତାର ବିକଶିତ...

ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଆଉ ୧୦୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୪୯ ଲୋକାଲ କଣ୍ଟାକ୍ଟ...

୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର

ନୂଆଗାଁ,୧୬।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି।...

ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ

ରାଉରକେଲା ଅଫିସ୍‌, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌...

Advertisement
Archives

Model This Week