ନଦୀପଠାରେ ପୋତା ହୋଇଛି ମୃତଦେହ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୨ା୭(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗ୍ରାମପଞ୍ଚାୟତ କୁଆଖାଇ ନଦୀପଠାରେ ବୁଧବାର ଏକ ମୃତଦେହ ଠାବ ହୋଇଛି। ମୃତଦେହଟି ବାଲିରେ ପୋତି ହୋଇ ରହିଥିବାବେଳେ ହାତ ସହ ସେ ପିନ୍ଧିଥିବା ପ୍ୟାଣ୍ଟ୍‌ ଓ ଚପଲ ବାହରକୁ ଦିଶୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅନୁସନ୍ଧାନ ଆରମ୍ଭ କରିଛି। ମୃତଦେହଟି ପଚିଯିବା ସହ ପ୍ରବଳ ଦୁର୍ଗନ୍ଧ ହେଉଛି। ପାରିପାର୍ଶ୍ୱିକ ସ୍ଥିତିରେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡୁଛି। ତେବେ ରାତି ଅଧିକ ହୋଇଯିବାରୁ ପୋଲିସ ମୃତଦେହକୁ ବାଲିରୁ ବାହାର କରିପାରିନି। ଉକ୍ତ ସ୍ଥାନକୁ ବ୍ୟାରିକେଡ୍‌ ସହ ଲାଇଟ୍‌ ଲଗାଇ ପୋଲିସ ଜଗି ରହିଛି। ଗୁରୁବାର ସକାଳେ ସାଇଣ୍ଟିଫିଟ୍‌ ଟିମ ପହଞ୍ଚତ୍ବ। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇ ତଦନ୍ତ କରାଯିବ ବୋଲି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ମୃତଦେହଟି ଜଣେ ଯୁବକଙ୍କର ଓ ୨/୩ ଦିନ ତଳୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ। ସେପଟେ ଆଖପାଖ ଗାଁର କୌଣସି ବ୍ୟକ୍ତି ନିଖୋଜ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ବ୍ୟକ୍ତିଜଣକ ବାହାର ଅଞ୍ଚଳର ହୋଇଥିବାରୁ ପୋଲିସ ପାଇଁ ପରିଚୟ ଖୋଜିବା ସହ ଘଟଣାର ରହସ୍ୟ ଉନ୍ମୋଚନ କରିବା ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ଅନୁଯାୟୀ, ବୁଧବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ନଦୀପଠାକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ନଦୀପଠାର ଏକ ସ୍ଥାନରେ ବାଲି ଉଚ୍ଚା ହୋଇ ରହିଥିବାବେଳେ ଏକ ପାପୁଲି, ପ୍ୟାଣ୍ଟ ଓ ଚପଲ ବାହାରକୁ ବାହାରିଥିବା ଦେଖିବାକୁ ପାଇଥିଲେ। ସେଥିରୁ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ।
ଗଣ୍ଡଗୋଳରୁ ହତ୍ୟା ସନ୍ଦେହ, ବର୍ଷା ହେବାରୁ ଜଣାପଡିଲା
ଲକ୍‌ଡାଉନ ଠାରୁ ସହରରୁ ବହୁ ଯୁବକ ନିୟମିତ ବାଲିଯାତ୍ରା ହେଉଥିବା କୁଆଖାଇ ନଦୀପଠାକୁ ବୁଲିବାକୁ ଆସୁଥିଲେ। ଘଟଣାସ୍ଥଳଟି ନିଛାଟିଆ ଥିବାରୁ ସେଠାରେ ନିୟମିତ ନିଶାଦ୍ରବ୍ୟ ସେବନ କରୁଥିଲେ। ତେବେ ସେଠାରେ କୌଣସି କାରଣରୁ ଝଗଡାରୁ ବ୍ୟକ୍ତିଜଣଙ୍କୁ ହତ୍ୟା କରାଯାଇ ବାଲିରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି। ମଙ୍ଗଳବାର ଅପରାହ୍ନରୁ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ବୁଧବାର ମଧ୍ୟ ସାମାନ୍ୟ ଧରଣର ବର୍ଷା ହୋଇଥିଲା। ଫଳରେ ପୋତାଯାଇଥିବା ମୃତଦେହରୁ ବାଲି ଧୋଇଯିବା ପରେ ଘଟଣା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?