ଆମ ଜିଲା ଖବର

ରାତିରେ ପର ଘରେ ଆଶ୍ରୟ

ଚମ୍ପୁଆ, ୧।୫ (ଡି.ଏନ.ଏ.)-ଘର ଭାଙ୍ଗି ଯାଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଅର୍ଥ ଅଭାବ ଯୋଗୁ ଘରେ ଖଣ୍ଡେ କରିବା ତାଙ୍କ ପକ୍ଷେ କଷ୍ଟକର। ବହୁ କଷ୍ଟରେ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି। ଏପରି ସ୍ଥିତିରେ…

ଜାଲ୍‌ ସାର୍ଟିଫିକେଟ: ୧୮ ବର୍ଷ ପରେ ଗଲା ଚାକିରି

ପୋଲସରା,୩୦ା୪: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ବିଲେଇଝୁରି ଗ୍ରାମର ବିଜ୍ଞାନୀ ପ୍ରଧାନ। ବିଜ୍ଞାନୀ ଅଙ୍ଗନୱାଡି କର୍ମୀ ଭାବେ ୨୦୦୩ ଏପ୍ରିଲରେ ନିଯୁକ୍ତି ପାଇଥିଲେ।…

ଆମ୍ବୁଲାନ୍ସରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ମା’ଓ ଯାଆଁଳା ଶିଶୁ

ମାଲକାନଗିରି,୩୦ା୪: ନର୍ସଙ୍କ ଅବହେଳା ଯୋଗୁ ରାତି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ମଧ୍ୟରେ ଫସି ରହିଥିଲେ ଦୁଇ ନବଜାତ ଶିଶୁ। ପରିବାର ଲୋକେ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଡାକ୍ତରଖାନା ନର୍ସ ସେମାନଙ୍କୁ ଚିକିତ୍ସା ପାଇଁ ଆଡ୍‌ମିଶନ କରି ନ…

ମାଙ୍କଡ ମାଂସ ଖାଉଥିବା ସମ୍ପ୍ରଦାୟର ୬ ଗିରଫ

ବୌଦ୍ଧ, ୩୦।୪: ମାଙ୍କଡ ଶିକାର ଅଭିଯୋଗରେ ବୌଦ୍ଧ ବନ ବିଭାଗ ଏକ ଶିକାରୀ ଦଳର ୬ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ଜମନକିରା ଥାନା କଦଳୀପାଲି ଗ୍ରାମର ଚନ୍ଦ୍ର ହେମ୍ବ୍ରମ, ଜତ୍ରୁ ଲୁଗୁନ, ଦେବସାଙ୍ଗ ଲୁଗୁନ,…

କଲେଜ ଛାତ୍ରୀଙ୍କୁ ଅପହରଣ

ପଦ୍ମପୁର, ୩୦।୪: ଭଦ୍ରକ ଜିଲା ସଦର ବ୍ଲକ ସାବରଙ୍ଗ ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସାବରଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖ ରାତିରେ ତାଙ୍କ ଝିଅକୁ…

ଗଞ୍ଜାମ ଜିଲାପାଳନଙ୍କ ଦିଗପହଣ୍ଡି ଗସ୍ତ: କରୋନା ମୁକାବିଲା ନିମନ୍ତେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଦେଲେ ଗୁରୁମନ୍ତ୍ର

ଦିଗପହଣ୍ଡି,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଗସ୍ତ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ଜନପ୍ରତିନିଧିଙ୍କ ସହ କରୋନା ମୁକାବିଲା ନେଇ ସବିଶେଷ…

ପୁରୁଷୋତ୍ତମପୁରରେ ନୂତନ ଏସଡିପିଓଙ୍କ କାର୍ଯ୍ୟରେ ଯୋଗ ଦାନ, ଏସବୁ ଦିଗ ପ୍ରତି ଦେବେ ଧ୍ୟାନ

ପୁରୁଷୋତ୍ତମପୁର,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ସୂର୍ଯ୍ୟମଣି ପ୍ରଧାନ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ଆସିକା ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ତାଙ୍କୁ ପୁରୁଷୋତ୍ତମପୁର ଆଇଆଇସି ଜଗନ୍ନାଥ ମଲ୍ଲିକ, ପୋଲସରା ଆଇଆଇସି ଜିତେନ୍ଦ୍ରକୁମାର ମଲ୍ଲିକ…

କରୋନା ସ୍ଥିତି ସଙ୍ଗିନ: ଯୁଦ୍ଧ କାଳୀନ ଭିତ୍ତିରେ ହେବ ୧୦୩ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାରର ସେଣ୍ଟର

ସୋରଡ଼ା,୩୦।୪: ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ୧୦୩ ଶଯ୍ୟା ବିଶିଷ୍ଠ କୋଭିଡ୍‌ କେୟାରର ସେଣ୍ଟର ପାଇଁ ବିଧିବଦ୍ଧ ବ୍ୟବସ୍ତା ସରିଛି । ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,…

ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ସୋର,୩୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଘାଖୁଣ୍ଟା ପଞ୍ଚାୟତର କରଞ୍ଜବଣିଆ ଗ୍ରାମର ଜଣେ ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବାରୁ ସ୍ଥାନୀୟ ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଛନ୍ତି। ସୋର ପୋଲିସ ଗୁରୁବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ସୋମବାରଠାରୁ କଟକରେ ଲାଗୁ ହେବ ଏହି ନୂଆ ନିୟମ

କଟକ ଅଫିସ,୩୦।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା କରୁଥିବା ବେଳେ ସୋମବାରଠାରୁ କଟକରେ ନୂଆ ନିୟମ ଲାଗୁ ହେବ। ଦିନ ୨ଟା ପରେ ସହରର ସବୁ ଦୋକାନ…

ପରିବାରକୁ ନ ଜଣାଇ କରୋନା ରୋଗୀଙ୍କ ମୃତଦେହ ପୋଡ଼ିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ

ସୁନ୍ଦରଗଡ଼,୩୦।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥାର ଆଉ ଏକ ସଙ୍ଗୀନ ଚିତ୍ର ପଦାକୁ ଆସିଛି। ଏଠାରେ ଗତ ୧୯ ତାରିଖରେ କରୋନାରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଗତ ୨୫ ତାରିଖରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମାତ୍ର…

ସନ୍ଧ୍ୟା ୬ ପରେ ଦୋକାନ ବନ୍ଦ

ପୁରୀ ଅଫିସ,୩୦।୪: ବଢୁଥିବା କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପୁରୀ ସହରରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୁରୀ ସହରର ସମସ୍ତ ଦୋକାନ ଶୁକ୍ରବାରଠାରୁ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ସମେତ ଷ୍ଟ୍ରିଟ୍‌ ଫୁଡ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?