ଉନ୍ନତୀକରଣ ଚାଲିଛି, ଚତୁଃପାର୍ଶ୍ୱକୁ ନଜର ନାହିଁ

ନିଶ୍ଚିନ୍ତକୋଇଲି,୨୫ା୭(ସ୍ବ.ପ୍ର.): କଟକ ଜିଲାର ଅନ୍ୟତମ ପ୍ରମୁଖ ହାଟ ନିଶ୍ଚିନ୍ତକୋଇଲିରେ ଅବସ୍ଥିତ। ଏହି ହାଟକୁ କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ ଯାଜପୁର ଜିଲାର ଚାଷୀ ଓ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି। ଉକ୍ତ ହାଟକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ଏବେ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ଏହାର ଚତୁଃପାର୍ଶ୍ୱ ପ୍ରତି କାହାର ନଜର ନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ନିଶ୍ଚିନ୍ତକୋଇଲି ହାଟରେ ପଞ୍ଚାୟତ ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୋକାନ ଘର ନିର୍ମାଣ କରାଯାଉଥିବା ବେଳେ ପଞ୍ଚାୟତ ସମିତି ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଅନ୍ୟ ଏକ ମାର୍କେଟ ଘର ନିର୍ମାଣ ଚାଲିଛି। ହାଟର ଉନ୍ନତୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ୟମ କରାଯାଉନାହିଁ। ହାଟର ଦକ୍ଷିଣ ପାର୍ଶ୍ୱରେ ଥିବା ବ୍ୟବସାୟୀମାନେ ହାଟକୁ ଜବରଦଖଲ କରି ରଖିବା ସହ ହାଟ ଭିତରକୁ ଅପରିସ୍କାର ପାଣି ଛାଡ଼ୁଛନ୍ତି। ସେହିପରି ହାଟର ପୂର୍ବ ପାର୍ଶ୍ୱରେ ଥିବା ବ୍ୟବସାୟୀମାନେ ନିଜର ପିଣ୍ଡା ଓ ବାରଣ୍ଡାକୁ ହାଟ ଭିତରକୁ ମଡାଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ହାଟ ଭିତରେ ଗମନାଗମନ ବାଧାପ୍ରାପ୍ତ ହେଉଛି।

ଅପରପକ୍ଷେ ହାଟରେ ଶୌଚାଳୟ, ପାନୀୟ ଜଳ ଯୋଗାଣା ଓ ଉଜ୍ଜ୍ୱଳ ଆଲୋକୀକରଣ ପାଇଁ ସେଭଳି କୌଣସି ବ୍ୟବସ୍ଥା ହୋଇନାହିଁ। ସେଠାରେ ଏସବୁ ବ୍ୟବସ୍ଥା କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ପୂର୍ବରୁ ହାଟ ଦାୟିତ୍ୱ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଉପରେ ଥିଲା। ମାତ୍ର ସେତେବେଳେ ହାଟର ଉନ୍ନତୀକରଣ ପାଇଁ କୌଣସି କାର୍ଯ୍ୟ ହୋଇ ନ ଥିଲା। ଏହାପରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ହାଟର ଦାୟିତ୍ୱ ନେଇଥିଲା। ଏବେ ପଞ୍ଚାୟତ ପକ୍ଷରୁ କିଭଳି କାର୍ଯ୍ୟ ହେଉଛି ତାହା ଦେଖିବାକୁ ବାକି ରହିଲା।

ଏ ସମ୍ପର୍କରେ ସରପଞ୍ଚ ରବୀନ୍ଦ୍ର ସେଠୀ କହିଛନ୍ତି, ହାଟର ଉନ୍ନତୀକରଣ ପାଇଁ ବ୍ୟୟ ବରାଦ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଏଥିପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟଙ୍କା ଆସିଲେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନିତ କରାଯିବ। ଏହାଛଡ଼ା ହାଟ ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ନିବେଦନ କରାଯାଇଛି ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri