ଉନ୍ନତୀକରଣ ଚାଲିଛି, ଚତୁଃପାର୍ଶ୍ୱକୁ ନଜର ନାହିଁ

ନିଶ୍ଚିନ୍ତକୋଇଲି,୨୫ା୭(ସ୍ବ.ପ୍ର.): କଟକ ଜିଲାର ଅନ୍ୟତମ ପ୍ରମୁଖ ହାଟ ନିଶ୍ଚିନ୍ତକୋଇଲିରେ ଅବସ୍ଥିତ। ଏହି ହାଟକୁ କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ ଯାଜପୁର ଜିଲାର ଚାଷୀ ଓ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି। ଉକ୍ତ ହାଟକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ଏବେ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ଏହାର ଚତୁଃପାର୍ଶ୍ୱ ପ୍ରତି କାହାର ନଜର ନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ନିଶ୍ଚିନ୍ତକୋଇଲି ହାଟରେ ପଞ୍ଚାୟତ ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୋକାନ ଘର ନିର୍ମାଣ କରାଯାଉଥିବା ବେଳେ ପଞ୍ଚାୟତ ସମିତି ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଅନ୍ୟ ଏକ ମାର୍କେଟ ଘର ନିର୍ମାଣ ଚାଲିଛି। ହାଟର ଉନ୍ନତୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ୟମ କରାଯାଉନାହିଁ। ହାଟର ଦକ୍ଷିଣ ପାର୍ଶ୍ୱରେ ଥିବା ବ୍ୟବସାୟୀମାନେ ହାଟକୁ ଜବରଦଖଲ କରି ରଖିବା ସହ ହାଟ ଭିତରକୁ ଅପରିସ୍କାର ପାଣି ଛାଡ଼ୁଛନ୍ତି। ସେହିପରି ହାଟର ପୂର୍ବ ପାର୍ଶ୍ୱରେ ଥିବା ବ୍ୟବସାୟୀମାନେ ନିଜର ପିଣ୍ଡା ଓ ବାରଣ୍ଡାକୁ ହାଟ ଭିତରକୁ ମଡାଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ହାଟ ଭିତରେ ଗମନାଗମନ ବାଧାପ୍ରାପ୍ତ ହେଉଛି।

ଅପରପକ୍ଷେ ହାଟରେ ଶୌଚାଳୟ, ପାନୀୟ ଜଳ ଯୋଗାଣା ଓ ଉଜ୍ଜ୍ୱଳ ଆଲୋକୀକରଣ ପାଇଁ ସେଭଳି କୌଣସି ବ୍ୟବସ୍ଥା ହୋଇନାହିଁ। ସେଠାରେ ଏସବୁ ବ୍ୟବସ୍ଥା କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ପୂର୍ବରୁ ହାଟ ଦାୟିତ୍ୱ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଉପରେ ଥିଲା। ମାତ୍ର ସେତେବେଳେ ହାଟର ଉନ୍ନତୀକରଣ ପାଇଁ କୌଣସି କାର୍ଯ୍ୟ ହୋଇ ନ ଥିଲା। ଏହାପରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ହାଟର ଦାୟିତ୍ୱ ନେଇଥିଲା। ଏବେ ପଞ୍ଚାୟତ ପକ୍ଷରୁ କିଭଳି କାର୍ଯ୍ୟ ହେଉଛି ତାହା ଦେଖିବାକୁ ବାକି ରହିଲା।

ଏ ସମ୍ପର୍କରେ ସରପଞ୍ଚ ରବୀନ୍ଦ୍ର ସେଠୀ କହିଛନ୍ତି, ହାଟର ଉନ୍ନତୀକରଣ ପାଇଁ ବ୍ୟୟ ବରାଦ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଏଥିପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟଙ୍କା ଆସିଲେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନିତ କରାଯିବ। ଏହାଛଡ଼ା ହାଟ ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ନିବେଦନ କରାଯାଇଛି ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?