୩୦ବର୍ଷ ହେବ ଝୁମ୍ପୁଡ଼ି ଘରେ ୪ପରିବାର

ପିପିଲି,୨୫।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଠିକ୍‌ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ସହାୟତା ମିଳୁ ନ ଥିବାରୁ ଅନେକେ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ଥିବା ପରିଲକ୍ଷିତ ହେଉଛି। ଏଭଳି ଏକ ଘଟଣା ପୁରୀ ଜିଲା ପିପିଲି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ ସରସ୍ବତୀପୁର ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣସାହି ନଦୀବନ୍ଧରେ ଆଜକୁ ୩୦ବର୍ଷ ହେବ ଝୁମ୍ପୁଡିଘରେ ରହି ଆସୁଛନ୍ତି ୪ ପରିବାର। ପ୍ରଥମେ ମହାବାତ୍ୟା ପରେ ଫନୀରେ ଏହି ଝୁମ୍ପୁଡିଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ବି ଏଯାବତ ସରକାରୀ ସହାୟତା ମିଳି ନାହିଁ। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଉକ୍ତ ପରିବାର ଲୋକ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ରମେଶ ଶିକାରୀ, କିଷ୍ଣା ଶିକାରୀ, ପ୍ରଫୁଲ୍ଲ ଶିକାରୀ ଓ ତୋଫାନ ଶିକାରୀଙ୍କ ପରିବାର ଦୀର୍ଘବର୍ଷ ହେବ ଦକ୍ଷିଣସାହି ନଦୀବନ୍ଧରେ ରହିଆସୁଛନ୍ତି। ବାତ୍ୟାରେ ସେମାନଙ୍କ ବାରମ୍ବାର ଘର ଭାଙ୍ଗୁଥିବାବେଳେ ଅଭିଯୋଗ ସତ୍ତ୍ୱେ ସହୟତା କି ସହଯୋଗଟିଏ ମିଳିପାରୁ ନାହିଁ। ଏଥିସହ ସେମାନଙ୍କ ଆଧାରକାର୍ଡରେ ଠିକଣା ସରସ୍ବତୀପୁର ଦକ୍ଷିଣସାହି ଛକ ରହିଥିବାବେଳେ ଅଞ୍ଚଳରେ ସେଭଳି କିଛି ଠିକଣା ପ୍ରକୃତରେ ନାହିଁ। ଏପିରିକି ସେହି ପରିବାରର ୨ଜଣ ବୃଦ୍ଧା ରହିଥିବା ବେଳେ ସେମାନଙ୍କର ପରିଚୟପତ୍ର କି ଅଧାରକାର୍ଡ ନାହିଁ। ଫଳରେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳିପାରୁ ନାହିଁ। ଅନ୍ୟପଟେ କରୋନା କଟକଣା ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ବେଳେବେଳେ ଭିକ୍ଷାବୃତ୍ତି କରି ମଧ୍ୟ ପରିବାର ଭରଣ ପୋଷଣ କରୁଥିବା କହିଛନ୍ତି। ଗରିବଙ୍କ ପାଇଁ ସରକାର ବହୁ ଯୋଜନା କରିଥିବାବେଳେ ସେମାନଙ୍କ ପାଇଁ ଏସବୁ ସାତସପନ ହୋଇପଡ଼ିଛି। ଏହି ଭୂମିହୀନ ବ୍ୟକ୍ତିମାନଙ୍କୁ ଜମିପଟ୍ଟା ଯୋଗାଇ ଦେବା ସହ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସରକାରଙ୍କ ନିୟମ ମୁତାବକ ସରକାରୀ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସତ୍ୟନାରାୟଣ ସାମନ୍ତରାୟ ଦାବି କରିଛନ୍ତି। ଏ ନେଇ ବିଡିଓ ରଶ୍ମିତା ନାଥ କହିଛନ୍ତି, ଏ ଅଭିଯୋଗ ବିଷୟରେ ସୂଚନା ପାଇଛି। ମଙ୍ଗଳବାର ଏହାର ତଦନ୍ତ କରାଯିବା ସହ ପ୍ରାଥମିକତା ଦୃଷ୍ଟିରୁ କିଛି ସହାୟତା ଦିଆଯିବ। ପରେ ତଦନ୍ତ ରିପୋର୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ସରକାରୀ ସହାୟତା ମିଳିବ। ଏବେ ଫନୀ ସହାୟତା ବଣ୍ଟନ ହେଉଥିବାରୁ ନୂତନ ଭୂମିହୀନଙ୍କୁ ତାଲିକାରେ ଯୋଗ କରାଯିବ ନାହଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri