୩୦ବର୍ଷ ହେବ ଝୁମ୍ପୁଡ଼ି ଘରେ ୪ପରିବାର

ପିପିଲି,୨୫।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଠିକ୍‌ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ସହାୟତା ମିଳୁ ନ ଥିବାରୁ ଅନେକେ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ଥିବା ପରିଲକ୍ଷିତ ହେଉଛି। ଏଭଳି ଏକ ଘଟଣା ପୁରୀ ଜିଲା ପିପିଲି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ ସରସ୍ବତୀପୁର ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣସାହି ନଦୀବନ୍ଧରେ ଆଜକୁ ୩୦ବର୍ଷ ହେବ ଝୁମ୍ପୁଡିଘରେ ରହି ଆସୁଛନ୍ତି ୪ ପରିବାର। ପ୍ରଥମେ ମହାବାତ୍ୟା ପରେ ଫନୀରେ ଏହି ଝୁମ୍ପୁଡିଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ବି ଏଯାବତ ସରକାରୀ ସହାୟତା ମିଳି ନାହିଁ। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଉକ୍ତ ପରିବାର ଲୋକ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ରମେଶ ଶିକାରୀ, କିଷ୍ଣା ଶିକାରୀ, ପ୍ରଫୁଲ୍ଲ ଶିକାରୀ ଓ ତୋଫାନ ଶିକାରୀଙ୍କ ପରିବାର ଦୀର୍ଘବର୍ଷ ହେବ ଦକ୍ଷିଣସାହି ନଦୀବନ୍ଧରେ ରହିଆସୁଛନ୍ତି। ବାତ୍ୟାରେ ସେମାନଙ୍କ ବାରମ୍ବାର ଘର ଭାଙ୍ଗୁଥିବାବେଳେ ଅଭିଯୋଗ ସତ୍ତ୍ୱେ ସହୟତା କି ସହଯୋଗଟିଏ ମିଳିପାରୁ ନାହିଁ। ଏଥିସହ ସେମାନଙ୍କ ଆଧାରକାର୍ଡରେ ଠିକଣା ସରସ୍ବତୀପୁର ଦକ୍ଷିଣସାହି ଛକ ରହିଥିବାବେଳେ ଅଞ୍ଚଳରେ ସେଭଳି କିଛି ଠିକଣା ପ୍ରକୃତରେ ନାହିଁ। ଏପିରିକି ସେହି ପରିବାରର ୨ଜଣ ବୃଦ୍ଧା ରହିଥିବା ବେଳେ ସେମାନଙ୍କର ପରିଚୟପତ୍ର କି ଅଧାରକାର୍ଡ ନାହିଁ। ଫଳରେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳିପାରୁ ନାହିଁ। ଅନ୍ୟପଟେ କରୋନା କଟକଣା ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ବେଳେବେଳେ ଭିକ୍ଷାବୃତ୍ତି କରି ମଧ୍ୟ ପରିବାର ଭରଣ ପୋଷଣ କରୁଥିବା କହିଛନ୍ତି। ଗରିବଙ୍କ ପାଇଁ ସରକାର ବହୁ ଯୋଜନା କରିଥିବାବେଳେ ସେମାନଙ୍କ ପାଇଁ ଏସବୁ ସାତସପନ ହୋଇପଡ଼ିଛି। ଏହି ଭୂମିହୀନ ବ୍ୟକ୍ତିମାନଙ୍କୁ ଜମିପଟ୍ଟା ଯୋଗାଇ ଦେବା ସହ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସରକାରଙ୍କ ନିୟମ ମୁତାବକ ସରକାରୀ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସତ୍ୟନାରାୟଣ ସାମନ୍ତରାୟ ଦାବି କରିଛନ୍ତି। ଏ ନେଇ ବିଡିଓ ରଶ୍ମିତା ନାଥ କହିଛନ୍ତି, ଏ ଅଭିଯୋଗ ବିଷୟରେ ସୂଚନା ପାଇଛି। ମଙ୍ଗଳବାର ଏହାର ତଦନ୍ତ କରାଯିବା ସହ ପ୍ରାଥମିକତା ଦୃଷ୍ଟିରୁ କିଛି ସହାୟତା ଦିଆଯିବ। ପରେ ତଦନ୍ତ ରିପୋର୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ସରକାରୀ ସହାୟତା ମିଳିବ। ଏବେ ଫନୀ ସହାୟତା ବଣ୍ଟନ ହେଉଥିବାରୁ ନୂତନ ଭୂମିହୀନଙ୍କୁ ତାଲିକାରେ ଯୋଗ କରାଯିବ ନାହଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri