ଖବରଦାତାଙ୍କୁ ପୋଲିସର ଆକ୍ରମଣ: ଏନ୍ଏଚ୍ଆର୍ସିରେ ଅଭିଯୋଗ
ଯାଜପୁର ଅଫିସ,୩୧ା୫:ଧରିତ୍ରୀର ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସର ଆକ୍ରମଣ ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜାତୀୟ ମାନବାଧିକାର ଡିଫେଣ୍ଡର ଭଜମନ ବିଶ୍ୱାଳଙ୍କ ଆବେଦନ (୮୫୦୦/ଆଇଏନ୍/୨୦୨୧)କୁ ଏନ୍ଏଚ୍ଆର୍ସି ଶନିବାର ଗ୍ରହଣ କରିଛନ୍ତି। ବିଶ୍ୱାଳ…
ତହସିଲ ଅଫିସରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ
ଡାବୁଗାଁ, ୩୦।୫: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳଙ୍କୁ ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଚାକିରିରୁ ନିଲମ୍ବିତ…
ଚେକିଂରୁ ବଞ୍ଚିବା ପାଇଁ ଗାଡ଼ିରେ ଲଗାଇଥିଲେ କୋଭିଡ୍-୧୯ ଷ୍ଟିକର
ପାରଳାଖେମୁଣ୍ଡି,୩୦ା୫: କରୋନା ମହାମାରୀ ଏବଂ ଲକ୍ଡାଉନ ସମୟରେ ପ୍ରତିବନ୍ଧକ ମୁକ୍ତ ଯାତାୟତ ପାଇଁ ମେଡିକାଲ ଅଫିସର ଏବଂ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କୁ ଗାଡିରେ କୋଭିଡ୍-୧୯ ଷ୍ଟିକର ଲାଗାଇବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏହି ନିୟମର ଫାଇଦା ଉଠାଇ ଜଣେ ଚାଳକ…
ଘର ନିକଟରେ କବର ଖୋଳାକୁ ନେଇ ଉତ୍ତେଜନା
ପିପିଲି,୩୦।୫(ସ୍ବ.ପ୍ର.): ପିପିଲି ପୌରାଞ୍ଚଳ ୧୪ୱାର୍ଡ ସୁଲତାନନଗର ଗ୍ରାମର ଏକ ଘର ନିକଟରେ ଶନିବାର ମୃତଦେହ ପୋତିବା ନିମନ୍ତେ ଏକ କବର ଖୋଳିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ବୃଦ୍ଧାଙ୍କ ମୃତଦେହକୁ ପୋତିବା ପାଇଁ ଅନ୍ୟ ସମ୍ପ୍ରଦାୟ ଲୋକଙ୍କ…
ଅଟୋ, ଟ୍ୟାକ୍ସି ଚାଳକଙ୍କ ଜୀବିକା ଛଡ଼ାଇଛି କରୋନା
ପୁରୀ ଅଫିସ,୩୦।୫: କରୋନାର ଦ୍ୱିତୀୟ ଲହର ସମାଜର ମଧ୍ୟମ ଓ ଗରିବ ଶ୍ରେଣୀର ଜନସାଧାରଣ ପାଇଁ ଏବେ ବାଧକ ସାଜିଛି। ପୁରୀ ସହର ଏକ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ବର୍ଷତମାମ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି। ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ପୁରୀର ଅଧିକାଂଶ…
କରୋନାରେ ବାପ, ପୁଅ, ବୋହୂ ଚାଲିଗଲେ
ବାଲିକୁଦା,୩୦ା୫(ସ୍ବ.ପ୍ର.): ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଇଛି କରୋନା। ୨ ଦିନ ମଧ୍ୟରେ ବାପ, ପୁଅ ଓ ବୋହୂଙ୍କ ମୃତ୍ୟୁ ଘଟିଛି। ବାଲିକୁଦା ବ୍ଲକ ଅନ୍ତର୍ଗତ ବଡଗଁା ପଞ୍ଚାୟତରେ ଏହି ଘଟଣା ଘଟିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…
ବିଲରେ ହଳ କରୁଥିଲେ, ପାଓ୍ବାରଟିଲରରେ ପଶିଗଲା ଗୋଡ଼; ଚାଷୀ ଗୁରୁତର
ପାଟଣା,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ରଥପଡ଼ା ଗ୍ରାମରେ ରବିବାର ସକାଳେ ପାଓ୍ବାର ଟିଲର ଯୋଗେ ବାଡ଼ି ପଛରେ ହଳ କରୁଥିବା ବେଳେ ପାୱ୍ବାରଟିଲରର ଲଙ୍ଗଳରେ ବାମ ଗୋଡ଼ ପଶି ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି…
ଶ୍ରୀମନ୍ଦିର ରତ୍ନବେଦି ଫଟୋ ଭାଇରାଲ୍
ପୁରୀ ଅଫିସ,୩୦।୫: ପୁରୀରେ କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ଏଥର ଶ୍ରୀମନ୍ଦିରର ଗର୍ଭ ଗୃହ ରତ୍ନତ୍ସିଂହାସନ ଫଟୋ ଭାଇରାଲ ହେବା ନେଇ ଅଭିଯୋଗ ହୋଇଛି। ଖବର ପ୍ରଚାରିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ନିକଟରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଣୟ। ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ…
ଗ୍ରାମାଞ୍ଚଳରେ ମାଡୁଛି ଭୂତାଣୁ
ବଇଣ୍ଡା, ୩୦।୫(ଡି.ଏନ.ଏ.) ଶିଳ୍ପ ଜିଲା ଅନୁଗୋଳରେ କରୋନା ସଂକ୍ରମଣ ରେକର୍ଡ କଲାଣି। ପ୍ରଥମେ ସହର ପରେ ଏବେ ଗ୍ରାମାଞ୍ଚଳ ପାଲଟିଛି ଭୂତାଣୁର ହଟ୍ସ୍ପଟ୍। ପଞ୍ଚାୟତର ଘରେ ଘରେ ଉଭୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ ରୋଗୀ ଥିବାବେଳେ ଅଧିକାଂଶ ଭୟରେ ପରୀକ୍ଷା…
୫୦ ଫୁଟ ତଳକୁ ଖସିଲା ୧୦୨ ଆମ୍ବୁଲାନ୍ସ
କପ୍ତିପଦା/ଠାକୁରମୁଣ୍ଡା,୨୯ା୫: ମୟୂରଭଞ୍ଜ ଜିଲା କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଶରତ ୩ ନମ୍ବର ଘାଟିରେ ଶନିବାର ଏକ ୧୦୨ ଆମ୍ବୁୁଲାନ୍ସ ୫୦ ଫୁଟ ତଳକୁ ଖସି ପଡ଼ିଛି। ସେଥିରେ କେହି ରୋଗୀ ନ ଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସଟି ଠାକୁରମୁଣ୍ଡା…
ଡାକ୍ତରଖାନାରେ ମୃତଦେହ ପକାଇ ଖସିଗଲେ ଦୁର୍ବୃତ୍ତ
ବରଗଡ଼ ଅଫିସ୍,୨୯।୫: ବରଗଡ଼ ସଦର ଥାନା ଅଧୀନ ପଥର୍ଲା ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରେ ଦୁର୍ବୃତ୍ତମାନେ ମୃତଦେହକୁ ବରଗଡ଼ ଜିଲା…

