ଘର ଉଚ୍ଛେଦ ସମୟରେ ଉତ୍ତେଜନା: ଅଧିକାରୀଙ୍କ ଗୋଡ଼ ଧରିଲେ ମହିଳା

ନିରାକାରପୁର,୨୧ା୮(ଡି.ଏନ୍‌.ଏ.): ତହସିଲଦାର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡ଼ଖାରଦ ପଞ୍ଚାୟତ ଘଣ୍ଟପୁର ଅଞ୍ଚଳରେ ହୋଇଥିବା ବେଆଇନ ଘର, ଗୁହାଳ ଏବଂ ଦୋକାନକୁ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କରାଯାଇଛି ା

ପ୍ରକାଶ ଯେ, ପୁରୀ-ଖୋର୍ଦ୍ଧା ସୀମାନ୍ତ ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ବାଲିଗାଁ(କପିଳେଶ୍ୱରପୁର)ନିରାକାରପୁରଠାରେ ଘଣ୍ଟପୁର ଅଞ୍ଚଳରେ କିଛି ସରକାରୀ ଜାଗା ରାସ୍ତାପାର୍ଶ୍ୱକୁ ଲାଗିକରି ରହିଛି। ଏହି ଜାଗାରେ ଖୋର୍ଦ୍ଧା ଜିଲା ବାଲିଗାଁର ୩ଟି ପରିବାର ଘର, ଗୁହାଘର ଓ ଦୋକାନ କରି ଚଳୁଥିଲେ। ତେବେ ୨୦୨୦ରେ ଗ୍ରାମକୁ ଜାଗା ଆବଶ୍ୟକ ପଡୁଥିବାରୁ ଘଣ୍ଟପୁର ଗା୍ରମବାସୀ କଣାସ ତହସିଲଦାରଙ୍କ କୋର୍ଟର ଆଶ୍ରୟ ନେଇଥିଲେ। ଏହାକୁ ଭିତ୍ତିକରି କୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଉଚ୍ଛେଦ ଚାଲିଥିଲା ବେଳେ ସେଠାରେ ଘର କରିଥିବା ପରିବାରର ମହିଳାମାନେ ଉଛେଦ କରିବାକୁ ଯାଇଥିବା ଅଧିକାରୀଙ୍କ ଗୋଡ଼ ଧରି ନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା,ଗଡ଼ିଶାଗୋଦା ଥାନାଧିକାରୀ ନିରଞ୍ଜନ ଚନ୍ଦ୍ର ଲେଙ୍କା, ପୁରୀ ସଦର ଏସ୍‌ ଡିପି ଏ ରାଜ କିଶୋର ମୁଣ୍ଡୁଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ହୋମିଓପାଥିକ୍‌ ଓଷଧ ବଣ୍ଟନ: ସମ୍ବର୍ଦ୍ଧିତ ହେଲେ ଝାରସୁଗୁଡ଼ାର ୨ ଡାକ୍ତର

ଝାରସୁଗୁଡା ଅଫିସ,୩ା୮: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ। ଏଣୁ ସରକାର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇ...

ସ୍ବାଭାବିକ ବର୍ଷା, କୃଷି କାର୍ଯ୍ୟ ଆଗେଇଲା

ସୋନପୁର, ୭।୭(ନି.ପ୍ର.) ବିଳମ୍ବିତ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଚାଷ ପ୍ରାରମ୍ଭିକ ଅବସ୍ଥାରେ ପ୍ରଭାବିତ ହୋଇଥିଲା। କିନ୍ତୁ କାଳବୈଶାଖୀ...

ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା,...

ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଟାଉନ ଥାନା ଅର୍ନ୍ତଗତ ବାଇପାସ ଛକଠାରେ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରକ(ନମ୍ବର-ଓଆର୍‌୨୨ଏ୧୨୭୧) ଓଲଟି ପଡିଛି। ଟ୍ରକଟି ତିହିଡି...

ଘରଭଙ୍ଗା ତଦନ୍ତରେ ଅନିୟମିତତା: ସତ୍ୟବାଦୀ ତହସିଲ ଅଫିସ ଘେରାଉ କଲେ ଫନୀ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ, ୨୧।୧(ଡି.ଏନ୍‌.ଏ)-ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘରଭଙ୍ଗା ତଦନ୍ତରେ ଅନିୟମିତତା ଅଭିଯୋଗ କରି...

ଆଖିଦୃଶିଆ ଉନ୍ନୟନ ହେଉ

ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ...

ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା...

ଦୈନିକ ପରିବା ବଜାର ପିଣ୍ଡି ତିଆର କରିବା ଘଟଣା : ଉଚ୍ଛେଦ ବେଳେ ଉତ୍ତେଜନା

ଦେବଗଡ଼, ୧୯।୨(ଡ଼ି.ଏନ୍‌.ଏ.) – ଦେବଗଡ଼ ସହରର ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ଘଟଣା କ୍ରମଶଃ ଜଟିଳ ହେଉଛି। ପରିବା ବ୍ୟବସାୟୀଙ୍କ ଦାବି ପୂରଣ...

Advertisement
Archives

Model This Week