ବ୍ୟାପକ ହେଉଛି ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୮: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁଦିନ ବ୍ୟାପକ ହେବାରେ ଲାଗିଛି। ଜିଲା ଓ ଜିଲା ବାହାରେ ଏହାର ସମର୍ଥକଙ୍କ ସଂଖ୍ୟା ବଢି ଚାଲିଛି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିକୁ ଅଞ୍ଚଳବାସୀଙ୍କ ସହ ବିରୋଧୀ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ପରିବେଶବିତ୍‌ ସମର୍ଥନ ଜଣାଇଛନ୍ତି। ଗତ ୧୦ ତାରିଖରେ ଭଦ୍ରକ ଜିଲା ମେଗା ପାନୀୟ ଜଳ ପ୍ରକଳ୍ପର ପାଣି ଉଠା ସ୍ଥାନ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ୮୦୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କ ନାମରେ ପୋଲିସ ଦୁଇଟି ମାମଲା କରିଛି। ଏହି ଦୁଇ ମାମଲାରେ ୨୪ ଜଣ ଗିରଫ ହୋଇଥିବାରୁ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ସଂଗ୍ରାମ ସମିତି ପକ୍ଷରୁ ଗତ ୧୫ ତାରିଖରୁ ଅଚ୍ୟୁତପୁରର ମା’ ଅନ୍ଧାରଘରଣୀ ଠାକୁରାଣୀ ପୀଠରେ ଗଣଧାରଣା ଜାରି ରହିଛି। ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରକଳ୍ପର ପାଣି ଉଠା ସ୍ଥାନ ନିକଟ ପତ୍ରପୁର ପୋଲ ନିକଟରେ ସ୍ଥାନୀୟ ଆଳି ବିଧାୟକ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ ସହ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ସେହିପରି ଭିତରକନିକାର ସୁରକ୍ଷା ପାଇଁ ଇକୋ ସେନ୍ସିଟିଭ ଜୋନ କମିଟି ସଭ୍ୟ ଶ୍ରୀକାନ୍ତ ନାୟକଙ୍କ ଅନଶନକୁ ଇତିମଧ୍ୟରେ ୧୧ ଦିନରେ ପହଞ୍ଚତ୍ଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ସ୍ଥିତିରେ ଅଛି।
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଥ ପ୍ରଦର୍ଶକ ତଥା ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ଛନ୍ତି। ଏଥିସହ ପ୍ରକଳ୍ପ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ମତ ରଖିବା ସହ ଶ୍ରୀକାନ୍ତଙ୍କୁ ଅନଶନରୁ ଓହରି ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ଏହି ଜନଅସନ୍ତୋଷକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ପ୍ରକଳ୍ପର ପାଣି ଉଠାସ୍ଥାନ ବରୁଣାଡିହାରେ ପ୍ରଥମ ଥର ପାଇଁ ପ୍ରକଳ୍ପ ସମ୍ପର୍କରେ ସୂଚନା ଫଳକ ଲଗା ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଜନ ଅସନ୍ତୋଷର ସମାଧାନ ପାଇଁ ଆସନ୍ତା ୨୪ତାରିଖରେ ଏକ ଜନସଭା ଆୟୋଜନ ପାଇଁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଜିଲା ପ୍ରଶାସନ ଆଲୋଚନା ଚଳାଇଛି।
ସୂଚନାଯୋଗ୍ୟ, ଭଦ୍ରକ ଜିଲାର ବାସୁଦେବପୁର, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ସମେତ ୩ ଏନ୍‌ଏସିର ୬,୧୮,୨୫୩ ଜଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି। ବସୁଧା ଯୋଜନାରେ ଏହି ପ୍ରକଳ୍ପ ପାଇଁ ମୋଟ ୮୯୨.୧୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ଅବସ୍ଥାରେ ଭଦ୍ରକ ଜିଲାର ଆଖୁଆପଦାଠାରେ ପାଣି ଉଠାଇବାକୁ ସ୍ଥିର ହୋଇଥିଲା। ତେବେ କୌଣସି କାରଣରୁ ପାଣି ଉଠା ସ୍ଥାନ ପରିବର୍ତ୍ତନ କରାଯାଇ ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଇବାକୁ ୨୦୧୯ରେ ପାଇପ ପଡିଥିଲା। ପାଇପ ପଡିବା ଦିନଠାରୁ ଆଳି ଓ ରାଜକନିକା ବ୍ଲକବାସୀ ସ୍ଥାନୀୟ ଅଞ୍ଚଳର କୃଷି ଓ ପାନୀୟ ଜଳ ପ୍ରଭାବିତ ହେବ ଦର୍ଶାଇ ବିରୋଧ କରି ଆସୁଛନ୍ତି। ଜନସଭା, ଜଳ ସତ୍ୟାଗ୍ରହ, ମାନବ ଶୃଙ୍ଖଳ, ଗଣଧାରଣା ଆଦି ସ୍ଥାନୀୟ ଅଞ୍ଚଳବାସୀ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ମାଧ୍ୟମରେ କରି ଆସୁଛନ୍ତି। ତେବେ ଗତ ୭ ତାରିଖଠାରୁ ବରୁଣାଡିହାରେ ପୋଲିସ ବଳୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ୧୦ ତାରିଖରେ ଜନ ଅସନ୍ତୋଷ ବରୁଣାଡିହାସ୍ଥିତ ନିର୍ମାଣାଧୀନ ପ୍ରକଳ୍ପ ଅଞ୍ଚଳରେ ଜନ ଆକ୍ରୋଶରେ ପରିଣତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ପ୍ରଶାସନର କଟକଣାକୁ ଖାତିର ନ କରି ଆନ୍ଦୋଳନକାରୀ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚତ୍ ଭଙ୍ଗାରୁଜା କରିଥିଲେ। ତେବେ ପରଦିନଠାରୁ ପୋଲିସ ସୁରକ୍ଷାକୁ ଅଧିକ ବଢ଼ାଇ ନିର୍ମାଣ କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri