କାଉଣ୍ଟର ଦସ୍ତଖତ ଜାଲ୍‌ ଥିଲା

ନୟାଗଡ଼ ଅଫିସ,୨୧।୮: ଜାଲ୍‌ ଦସ୍ତଖତରେ ୮୦କୋଟି ଟଙ୍କା ଆତ୍ମସାତ୍‌ ହୋଇଥିବା ତତ୍କାଳୀନ ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଅଭିଯୋଗ କରିଥିଲେ ା ଯାହାକୁ ନେଇ ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ବେହେରାଙ୍କୁ ପଦଚ୍ୟୁତ କରାଯାଇଥିଲା। ହେଲେ ଯାଞ୍ଚ ପରେ ଶାନ୍ତିଲତାଙ୍କ ସେହି ଅଭିଯୋଗ ସତ୍ୟ ବୋଲି ଏବେ ପ୍ରମାଣିତ ହୋଇଛି। ଉପଜିଲାପାଳ ଲଗ୍ନଜିତ ରାଉତ ଉକ୍ତ ଅଭିଯୋଗର ତଦନ୍ତ କରିବା ପରେ ଜାଲ ଦସ୍ତଖତରେ ଟଙ୍କା ଉଠାଣ କରାଯାଇ ଉନ୍ନୟନ କାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଛନ୍ତି। ଏନେଇ ଉପଜିଲାପାଳ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହାପରେ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ସମେତ ବିଡିଓ, ହେଡ କ୍ଲର୍କ, କ୍ୟାସିୟରଙ୍କ ପାଇଁ ଅଡୁଆ ବଢ଼ିଛି ।
ସୂଚନା ଅନୁଯାୟୀ,୨୦୧୭ ପଞ୍ଚାୟତ ନିର୍ବାଚନରେ ଭାପୁର ବ୍ଲକକୁ ବିଜେଡି ନିଜ ଦଖଲରେ ରଖିଥିଲା। ଶାନ୍ତିଲତା ବେହେରା ଅଧ୍ୟକ୍ଷା ଓ ଗୟାଧର ପରିଡ଼ା ଉପାଧ୍ୟକ୍ଷ ହୋଇଥିଲେ । ଅଧ୍ୟକ୍ଷା ବେହେରା ଉପାଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସରକାରୀ କାର୍ଯ୍ୟାଳୟକୁ ବ୍ଲକ ଉପାଧ୍ୟକ୍ଷ ନିଜ ଦଖଲରେ ରଖିବା, ବ୍ଳକ ଅଫିସକୁ ନ ଆସିବାକୁ ଅଧ୍ୟକ୍ଷାଙ୍କୁ ଧମକ ଦେବା, ସରକାରୀ କାର୍ଯ୍ୟରେ ଉପାଧ୍ୟକ୍ଷ ସବୁ ସମୟରେ ବାଧା ଦେବା, ଜାଲ ଦସ୍ତଖତ ଓ ଜାଲ ଲେଟର ପ୍ୟାଡକୁ ବ୍ୟବହାର କରି ୮୦ କୋଟି ଟଙ୍କାର ଫଲ୍‌ସ ବିଲ୍‌ କରାଇ ଅଧ୍ୟକ୍ଷାଙ୍କୁ ଫସାଇବା ନେଇ ଫତେଗଡ଼ ଥାନାରେ ଜୁଲାଇ ୧୧ରେ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା ଧମକ ଦିଆଯିବା ସହ ଜାତିଆଣ ଆକ୍ଷେପ ସହିବାକୁ ପଡୁଛି ବୋଲି ଅଧ୍ୟକ୍ଷା ଅଭିଯୋଗରେ ଦର୍ଶାଇଥିଲେ । ଅଧ୍ୟକ୍ଷାଙ୍କ ଅଭିଯୋଗ ପରେ ଉପାଧ୍ୟକ୍ଷଙ୍କ ଗୋଷ୍ଠୀ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଗତ ୧୭ତାରିଖରେ ଅନାସ୍ଥା ଭୋଟରେ ଅଧ୍ୟକ୍ଷା ବେହେରା ହାରିଯିବା ପରେ ତାଙ୍କୁ ପଦଚ୍ୟୁତ କରାଯାଇଥିଲା।
ଏନେଇ ଉପଜିଲାପାଳ ରାଉତ କୁହନ୍ତି, ଭାପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷା ବେହେରା କରିଥିବା ଅଭିଯୋଗର ତଦନ୍ତ ଭାର ମୋତେ ଜିଲାପାଳ ଦେଇଥିଲେ । ମୁଁ ଭାପୁର ବ୍ଲକକୁ ଯାଇ ତଦନ୍ତ କରିଛି । ବ୍ଲକରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ୨୦ରୁ ୩୦ଟି କେଶ ରେକର୍ଡ ନମୁନା ନେଇ ଯାଞ୍ଚ କରିଥିଲି। ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲିଆତି କରାଯାଇଥିବା ଯାଞ୍ଚରେ ଜଣାପଡିଥିଲା । ଏହି ଜାଲ ଦସ୍ତଖତ କେଉଁ ଲେବୁଲରେ ହୋଇଛି ତା’ର ମଧ୍ୟ ତଦନ୍ତ କରାଯାଇଛି । ଜେଇ, ମୁଖ୍ୟ କିରାଣୀଙ୍କ ଫାଇଲ ମୁମେଣ୍ଟରେ ଯେଉଁମାନେ ରହିଥାନ୍ତି ସେମାନଙ୍କୁ ପଚରାଉଚୁରା କରାଯାଇଛି । ଏପରିକି ସେମାନଙ୍କ ଲିଖିତ ଷ୍ଟେଟମେଣ୍ଟ ନେଇଛି। ଗତ ୧୩ ତାରିଖରେ ତଦନ୍ତ ରିପୋର୍ଟ ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀଙ୍କୁ ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଉପଜିଲାପାଳ କହିଛନ୍ତି । ଏ ସଂକ୍ରାନ୍ତରେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ବେହେରା କୁହନ୍ତି, ମୋର ଅଭିଯୋଗକୁ ଜିଲା ପ୍ରଶାସନ ଓ ପୋଲିସ ଗୁରୁତ୍ୱ ଦେଇନାହିଁନ୍ତି ା ମୁଁ କୌଣସି କ୍ଷେତ୍ରରେ ନ୍ୟାୟ ପାଇ ନାହିଁ। ଅନାସ୍ଥାରେ ମୋତେ ବିଦା କଲା ପରେ ଜାଲଦସ୍ତଖତ ଅଭିଯୋଗର ପ୍ରମାଣ ମିଳିଛି ା ତଥାପି ଜିଲାପାଳ ଚୁପ୍‌ ବସିଛନ୍ତି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଓଆଇର ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ

ବେଗୁନିଆପଡା,୨୧ା୪(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମ ଜିଲାପାଳ ଏ ଦିଗରେ ବହୁ କଟକଣା ମଧ୍ୟ ଜାରି କରିଛନ୍ତି। କିନ୍ତୁ...

ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ...

ସ୍ବାଧୀନତା ଲାଗି ନାରୀ ଆଜି ବି ସଂଘର୍ଷରତ

ପୁରୀ ଅଫିସ, ୧୩।୮: ପୁରୀର ନାଟ୍ୟାନୁଷ୍ଠାନ ‘ରଙ୍ଗଶାଳା’ ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଚାଲିଥିବା ଦ୍ୱାଦଶ ଜାତୀୟ ନାଟକ ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ଦିବସ। ଭୁବନେଶ୍ୱରର...

ଅସହାୟ ବୃଦ୍ଧାଙ୍କ ଶବକୁ ଦାହକଲେ କାଉନସିଲର

ଦେବଗଡ଼,୧ା୧୦(ଡି.ଏନ୍‌.ଏ.): ଦେବଗଡ ପୌରାଞ୍ଚଳ ୫ନମ୍ବର ୱାର୍ଡ ଅଧିନସ୍ଥ ଜଗତିପାଲି ସାହିର ବାସନ୍ତୀ ଶବର ନାମ୍ନୀ ଜଣେ ଅସହାୟ ବିଧବା ବୃଦ୍ଧାଙ୍କର ମୃତ୍ୟୁଘଟିଥିବା ବେଳେ ତାଙ୍କର କେହି...

କରୋନା ପାଇଁ କଡ଼ା ପଦକ୍ଷେପ: ଭାରୀଯାନ ଉପରେ ରୋକ୍‌ ଲଗାଇଲା ପରିବହନ ବିଭାଗ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ କରୋନା ନିମନ୍ତେ ଶନିବାରଠାରୁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପୌରାଞ୍ଚଳରେ ଯାତାୟାତ କରୁଥିବା ଘରୋଇ...

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌...

କିରାଣି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଆଶାୟୀ

ପଟାଙ୍ଗି,୮ା୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗାଙ୍ଗେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ କିରାଣି ନିଯୁକ୍ତିକୁ ନେଇ ହୋଇଥିବା ଅନିୟମିତତାରେ ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ଆଶାୟୀ...

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୨ା୧୧: ଶେଷ ହେଲା ଧର୍ମମାସ କାର୍ତ୍ତିକ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ...

Advertisement
Archives

Model This Week