ଲ୍ୟାମ୍ପସ୍‌ ଆଗରେ ୟୁରିଆ ପାଇଁ ଧସ୍ତାଧସ୍ତି

ଝରିଗାଁ, ୨୧।୮ସ୍ବ.ପ୍ର.):  ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। େ କତେଜଣ ଚାଷୀ ଅଧିକ ସାର ଦାବିରେ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଏମ୍‌ଡି ସେମାନଙ୍କ ନାମରେ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ତହସିଲଦାର, ବ୍ଲକ କୃଷି ଅଧିକାରୀ, ଏସ୍‌ଡିପିଓ ଏବଂ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଛି।
ଶୁକ୍ରବାର ଲ୍ୟାମ୍ପସ୍‌ରେ ଚାଷୀମାନଙ୍କୁ ଗୋଟିଏ ଲେଖାଏ ୟୁରିଆ ସାର ବସ୍ତା ବଣ୍ଟାଯାଉଥିଲା। କେତେଜଣ ଯୁବଚାଷୀ ସେଠାକୁ ଆସି ୨ଟି ଲେଖାଏ ବସ୍ତା ଦେବାକୁ ଦାବି କରିଥିଲେ। ଗୋଦାମରେ ୧ହଜାର ୬ଶହ ୟୁରିଆ ସାର ବସ୍ତା ଅଛି। ବ୍ଲକର ପ୍ରାୟ ଦୁଇ ହଜାର ଚାଷୀ ସାର ନେବାକୁ ସେଠାରେ ଉପସ୍ଥିତ ଅଛନ୍ତି। ଏଣୁ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ ୟୁରିଆ ସାର ବସ୍ତା ଦିଆଯିବ ବୋଲି ଏମ୍‌ଡି କହିଥିଲେ। ଏହି ସମୟରେ ଉକ୍ତ ଯୁବଚାଷୀମାନେ ଏମ୍‌ଡିଙ୍କୁ ମାଡ଼ ମାରିବା ସହ ସେଠାରେ ଥିବା ଟେବୁଲ ଭାଙ୍ଗି ଦେଇଥିଲେ। ଏଥିସହ ଚାଷୀ ଦେଇଥିବା ଆଧାର କାର୍ଡ(ଜେରକ୍ସ କପି)କୁ ଫୋପାଡ଼ି ଦେଇଥିଲେ। ଏହା ଦେଖି ଏମ୍‌ଡି ଭୟଭୀତ ହୋଇ ସେଠାରୁ ପଳାଇଥିଲେ। ସାର ବଣ୍ଟନ କିଛି ସମୟ ପାଇଁ ଠପ୍‌ ହୋଇଥିଲା। ଖବରପାଇ ତହସିଲଦାର ହୃଷୀକେଶ ଗଣ୍ଡ, ଥାନାଧିକାରୀ ନଟବର ନନ୍ଦ, ବ୍ଲକ କୃଷି ଅଧିକାରୀ ସୁନିତା ସିଂ ପ୍ରମୁଖ ଚାଷୀମାନଙ୍କୁ ବହୁ ବୁଝାଶୁଝା କରିଥିଲେ। ଚାଷୀ କିନ୍ତୁ ଦୁଇଟି ସାର ବସ୍ତା ଦେବା ପାଇଁ ଜୋର ଧରିଥିଲେ। ଆଉ କେତେଜଣ ଚାଷୀ ଗୋଟିଏ ଲେଖାଏଁ ସାର ବସ୍ତା ଦେଲେ ଆମେ ଚାଲିଯିବୁ ବୋଲି ଅନୁରୋଧ କରିଥିଲେ। ଉମରକୋଟ ଏସ୍‌ଡିପିଓ ଦିନେଶ ଚନ୍ଦ୍ର ନାୟକ, ଏସ୍‌ଆଇ ରାଧାମୋହନ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଚାଷୀଙ୍କ ଆଧାରକାର୍ଡ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ଆଙ୍ଗୁଠିରେ କାଳିଚିହ୍ନ ଦେଇ ସାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ମହାପ୍ରଭୁଙ୍କ...

ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଭଉଣୀ

ଭୁବନେଶ୍ୱର,୮।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜମୁଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ମଇଦାନକୁ...

ଘରେ ପଶି ୭ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସମ୍ପତ୍ତି ଲୁଟ୍‌ : ଚୋରି ସମୟରେ ଅଭିଯୋଗ ଶୁଣି ଆସିଲାନି ପୋଲିସ

ରଣପୁର,୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କାର୍ଯ୍ୟାଳୟ ରାସ୍ତାର ଜଣେ ବିଚାରପତିଙ୍କ ସରକାରୀ ବାସଭବନ ସମ୍ମୁଖସ୍ଥ ରାଜ କିଶୋର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରୁ...

ଝରଣା ପାଣି ଏକମାତ୍ର ଭରସା

ତେଲକୋଇ, ୨୨।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନରେ ରହିଛି କାଞ୍ଜିଆଝରଣ ବସ୍ତି । ପାହାଡ ଉପରେ ବସବାସ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଭୂୟାଁ...

ଡ୍ରୋନ ଦ୍ୱାରା ଷ୍ଟେଶନ ସୁରକ୍ଷା ତଦାରଖ

ସମ୍ବଲପୁର, ୯।୪ (ବ୍ୟୁରୋ)-ଡ୍ରୋନ କ୍ୟାମେରା ଦ୍ୱାରା ସମ୍ବଲପୁର ରେଳ ଷ୍ଟେଶନ ସୁରକ୍ଷା ତଦାରଖ କରାଯାଉଛି । ଲକ୍‌ ଡାଉନ ସମୟରେ ରେଳବାଇର ଟ୍ରେନ କୋଚ୍‌, ଯାତ୍ରୀ...

ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟରେ ଅବ୍ୟବସ୍ଥା: ପୋଲିଂ ପାର୍ଟି ହଇରାଣ

କେନ୍ଦୁଝର,୨୨ା୪ (ସ୍ବ.ପ୍ର.) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ଦିନ ସ୍ଥାନୀୟ ମାଇନିଂ ସ୍କୁଲ ପରିସରରେ ପୋଲିଂ ପାର୍ଟିଙ୍କୁ...

ହଟିଲା କଟକଣା: ଏଣିକି ବିନା କୋଭିଡ୍‌ ଟିକା ପ୍ରମାଣପତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ

ପୁରୀ ଅଫିସ,୨୧ା୨: ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ୍‌ କଟକଣା ହଟିଛି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍‌ ଟିକାର ପ୍ରମାଣପତ୍ର। ଏଥିସହିତ...

ଶିକ୍ଷାଦାନ ପେସା, ସେବା କରିବା ନିଶା

ସମ୍ବଲପୁର,୫ା୯(ବ୍ୟୁରୋ):ଶିକ୍ଷାଦାନକୁ ପେସା କରି ନିଜର ଜୀବିକା ନିର୍ବାହ କରୁଥିଲେ। ସରକାରୀ ସ୍କୁଲରେ ପ୍ରାୟ ୩୫ ବର୍ଷ ଚାକରି କରି ନିଜ ପେସାରୁ ଅବସର ନେଲେ। ହେଲେ...

Advertisement
Archives

Model This Week