ଆମ ଜିଲା ଖବର

ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଫି

କୋଣାର୍କ,୨୯।୧୨(ଡି.ଏନ୍‌.ଏ.): କୋଣାର୍କସ୍ଥିତ ରାମଚଣ୍ଡୀ ପୀଠକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ ପର୍ଯ୍ୟଟକଙ୍କୁ ଦର୍ଶନ ଓ ପାର୍କିଂ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ପୀଠ ରାସ୍ତା ଦୁଇପାର୍ଶ୍ୱ, ରାମଚଣ୍ଡୀ ଥାନା ପାର୍ଶ୍ୱ…

ଇଞ୍ଜେକ୍‌ଶନ୍‌ ନେଇ ରୋଗୀଙ୍କ ମୃତ୍ୟୁ

ପାରାଦୀପ,୨୯।୧୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗ୍ରାମରେ ସୋମବାର ଏକ ଔଷଧ ଦୋକାନରୁ ଇଞ୍ଜେକଶନ୍‌ ନେବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରବୀନ୍ଦ୍ର ସାହୁ (୪୫)। ଏନେଇ ତାଙ୍କ ସ୍ତ୍ରୀ ମୀନା ଥାନାରେ…

ହ୍ରାସ ପାଉଛି ଚଣ୍ଡିଆ ପାହାଡ଼ ପରିସୀମା

ଚଣ୍ଡିଖୋଲ, ୨୯।୧୨ (ଡି.ଏନ.ଏ.): ଦିନକୁ ଦିନ କମି ଚାଲିଛି ଚଣ୍ଡିଆ ପାହାଡ଼ର ଉଚ୍ଚତା ା ତାର ବ୍ୟାସାର୍ଦ୍ଧ ବି ହ୍ରାସ ପାଇବାରେ ଲାଗିଛି ା ଆଉ କିଛି ଦିନ ଏମିତି ଚାଲିଲେ ସେଠାରେ ଏକ ପାହାଡ଼ ଥିଲା ବୋଲି କେହି ବିଶ୍ୱାସ…

ପୁରୀ ବେଳାଭୂମିରେ ଉଡ଼ିଲା ବ୍ଲୁ ଫ୍ଲାଗ୍‌

ପୁରୀ ଅଫିସ, ୨୯।୧୨: ପୁରୀର ସ୍ବର୍ଣ୍ଣିମ ବେଳାଭୂମିକୁ ବିଧିବଦ୍ଧ ଭାବେ ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ଏଥିଲାଗି ପୁରୀ ବେଳାଭୂମି ୩୩ଟି ସର୍ତ୍ତ ପୂରଣ କରିଛି। ଅନ୍ତର୍ଜାତୀୟ ଜୁରି ସଂସ୍ଥା ଡେନ୍‌ମାର୍କର ଫି (ଫାଉଣ୍ଡେଶନ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଏଜୁକେଶନ) ପକ୍ଷରୁ…

ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଟାଇଲଛପର ଘରେ ପଲିଥିନ ଘୋଡ଼ାଇ…

ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି

ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର ଆଖି ଖୋସି ହୋଇଯିବ। ଏଭଳି ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା…

ଧାନ କିଣା ସମସ୍ୟାକୁ ନେଇ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୧୨- ଧାନର ଅଭାବୀ ବିକ୍ରୀ ଓ ମଣ୍ଡିରେ ଧାନକିଣା ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲା ୧୮ ନଂ. ଜାତୀୟ ରାଜପଥର କୁଳିଅଣା ଛକଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫଳରେ…

ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ

ଚୌଦ୍ୱାର, ୨୮ା୧୨(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ରବିବାର ରାତିରେ ପୁଣିଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ବ୍ଲକ ଅଧୀନ ଦେବୀନଗର ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ରବିବାର ରାତିରେ ଶାଳଗଁା ପଞ୍ଚାୟତର ଦାମୋଦରପୁର ଗ୍ରାମରେ…

ଆବାସ ଯୋଜନା କେଳେଙ୍କାରୀ: କେନ୍ଦୁଝର ସଦର ବ୍ଲକ ଘେରାଉ

କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର ସଦର ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀଙ୍କ…

କଳାହାଣ୍ଡିରେ ପୁଣି ମାତିଲେ ଲାଲବାହିନୀ: ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୂଳ ରାମପୁର ୪୪ ନଂ. ରାଜ୍ୟ ରାଜପଥ ଯାଖମ ନିକଟରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଏହା ସହ ଓଡ଼ିଶା ରାଜ୍ୟ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏଥିରେ…

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏକାକାଳୀନ ତାଙ୍କ ଭବାନୀପାଟଣାସ୍ଥିତ ଗୋଦାମପଡା ବାସଭବନ, ଥୁଆପଦାର…

ଜାତୀୟ ରାଜପଥରେ ଗୁଳିକାଣ୍ଡ: ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ ୨୦ ହଜାର

ବାଲେଶ୍ୱର ଅଫିସ,୨୮ା୧୨: ବାଲେଶ୍ବର ଜାତୀୟ ରାଜପଥ ବଣପାରିଆ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜେସିବି କମ୍ପାନୀର ଆକାଉଣ୍ଟାଣ୍ଟ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ସିକ୍ୟୁରିଟି ଗାର୍ଡ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri