ବିଳମ୍ବିତ ହେଉଛି ବଇଣ୍ଡା ବିକାଶ

ବଇଣ୍ଡା,୮ା୯(ଡି.ଏନ.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ସେହିପରି ଓଭରବ୍ରିଜ୍‌ ନିର୍ମାଣ ନିମନ୍ତେ ବଡ଼ ବଡ଼ ଗର୍ତ୍ତ ଖୋଳାଯିବାର ୯ ମାସ ପରେ ବି ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଡ୍ରେନ୍‌ କାର୍ଯ୍ୟ ମାତ୍ର ୩୦ ପ୍ରତିଶତରେ ଅଟକିଥିବାବେଳେ ସର୍ଭିସ୍‌ ରୋଡ୍‌ ମରାମତି କରାଯାଉ ନାହିଁ। ଉଚ୍ଛେଦ ହୋଇଥିବା ସରକାରୀ କାର୍ଯ୍ୟାଳୟ, ସ୍କୁଲ, ବିଶ୍ରାମାଗାର ଆଦି ନୂତନ ସ୍ଥାନରେ ନିର୍ମାଣ କରାଯାଉ ନାହିଁ। ଫଳରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ବଜାର ଅଞ୍ଚଳର ବିକାଶ ବିଳମ୍ବିତ ହୋଇଚାଲିଛି।
କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି କିଶୋରନଗର ବ୍ଲକର ବଇଣ୍ଡା ବଜାର। ରାଜପଥ ସମ୍ପ୍ରସାରଣ ନିମନ୍ତେ ଆଠମଲ୍ଲିକ ଉପଖଣ୍ଡର ଏହି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରକୁ ୨୦୧୮ ମେ ୧୭ ଓ ୧୮ରେ ଉଚ୍ଛେଦ କରାଯାଇଥିଲା। ଖୁବ୍‌ଶୀଘ୍ର ରାଜପଥ କାର୍ଯ୍ୟ ଏଠାରେ ଶେଷ କରାଯିବ ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଫଳରେ ବେପାର ହରାଇଥିବା ବ୍ୟବସାୟୀମାନେ ଥଇଥାନ ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ ୩ ବର୍ଷରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ଠିକା ସଂସ୍ଥା ବଇଣ୍ଡାଠାରେ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରିପାରି ନାହିଁ। ଏପରି କି ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଡିସେମ୍ବର ୨୦୨୦ରୁ ରସ୍ତାରେ ବଡ଼ ବଡ଼ ଗର୍ତ୍ତ ଖୋଳି ଛାଡ଼ି ଦିଆଯାଇଛି। ଠିକ୍‌ ଭାବେ ସୁରକ୍ଷା ବାଡ଼ ଦିଆଯାଇ ନ ଥିବାରୁ ଅନେକ ସମୟରେ ବୁଲା ଗୋରୁ ଖସିପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ରାଜପଥ କଡ଼ରେ କରାଯାଇଥିବା ସର୍ଭିସ୍‌ ରୋଡ୍‌ରୁ ପିଚୁ ଉଠି ଖାଲଖମା ହୋଇଯାଇଥିବାରୁ ଅନେକ ସମୟରେ ବାଇକ୍‌ ଆରୋହୀମାନେ ପଡ଼ି ଆହତ ହେଉଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ କାର୍ଯ୍ୟ ମାତ୍ର ୩୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଏଥିଯୋଗୁ ବର୍ଷା ଜଳ ନିଷ୍କାସନ ହେଇ ନ ପାରି କେତେଜଣଙ୍କ ଘର ଭିତରକୁ ପ୍ରବେଶ କରୁଛି। ଗୁଣନିଧି ପ୍ରଧାନଙ୍କ ଘର ସମ୍ମୁଖ ଖୋଳି ଦିଆଯାଇଥିବାରୁ ଯାତାୟାତରେ ଅସୁବିଧା ନେଇ ବଇଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି। ସେହିପରି ଚନ୍ଦନ ପୋଖରୀରେ ବ୍ରିଜ୍‌ ନିର୍ମାଣ କରାଯାଉ ନ ଥିବାରୁ ନୁନୁକାପଶି ଅଞ୍ଚଳରୁ ଆସୁଥିବା ପାହାଡ଼ ପାଣି ସେଠାରେ ଗଚ୍ଛିତ ହୋଇ ନିକଟସ୍ଥ ମାହେଶ୍ୱରୀ ମନ୍ଦିର ପରିସରକୁ ବୁଡ଼ାଇ ଦେଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ରାଜପଥ ସହ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଓ ଡ୍ରେନ୍‌ କାମ ଶେଷ ନ ହେଲେ ବାଧ୍ୟହୋଇ ବ୍ୟବସାୟୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି
ବଜାର ଭଙ୍ଗାଯିବା ପରେ ବହୁ ବ୍ୟବସାୟୀ ଘରେ ବସିଛନ୍ତି। ଯାତାୟାତରେ ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନାହିଁ। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
-ଚିନ୍ତାମଣି ପ୍ରଧାନ, ବଇଣ୍ଡା ଗ୍ରାମ ସଭାପତି
ବ୍ୟବସାୟରେ ସମସ୍ୟା ହେଉଛି
ରାସ୍ତା ନିର୍ମାଣ ବିଳମ୍ବ ହେଉଥିବାରୁ ବ୍ୟବସାୟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଖାଲଖମା ସହ କାଦୁଅ ଯୋଗୁ ଗ୍ରାହକମାନେ ବଜାର ମଧ୍ୟକୁ ଆତଯାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଆରମ୍ଭ କରୁ।
-କମଳ ଲୋଚନ ସାହୁ, ବଇଣ୍ଡା
ବର୍ଷା ଜଳ ନିଷ୍କାସନ ହୋଇପାରୁନି
ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ମାଟି ପକାଇ ସମତଳ କରାଯାଇଥିବାରୁ ନୁନୁକାପଶି ଅଞ୍ଚଳରୁ ଆସୁଥିବା ବର୍ଷା ପାଣି ନିଷ୍କାସନ ହେଇପାରୁନାହିଁ। ଫଳରେ ମନ୍ଦିର ପରିସରରେ ବର୍ଷା ଜଳ ସହ ନର୍ଦ୍ଦମା ପାଣି ପଶୁଛି।
-ଆକାଶ କୁମାର ଦେହୁରୀ, ବ୍ୟବସାୟୀ, ବଇଣ୍ଡା
ବର୍ଷା ହେଲେ ଦୁଃଖ ବଢ଼ୁଛି
ସର୍ଭିସ ରୋଡ୍‌ରେ ମାଟି ପକାଯାଇଥିବାରୁ ବର୍ଷା ହେଲେ ତାହା କାଦୁଅ ହୋଇଯାଉଛି। ଡ୍ରେନ ନିର୍ମାଣ କରାଯାଉ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଆଖପାଖ ଲୋକଙ୍କ ଘରେ ପଶୁଛି। ତୁରନ୍ତ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ।
-ଅମିତ କୁମାର ନାୟକ, କଦଳୀମୁଣ୍ଡା
ଶୀଘ୍ର ଶେଷ ପାଇଁ ପଦକ୍ଷେପ ନିଆଯିବ
ବର୍ଷା ଯୋଗୁ ଶ୍ରମିକମାନେ ଠିକ୍‌ ଭାବେ କାମ କରିପାରୁନାହାନ୍ତି। ବଇଣ୍ଡାରେ ହେଉଥିବା ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ ହୋଇଯିବ। ଶ୍ରମିକ ଅଭାବ କାରଣରୁ ଫ୍ଲାଏ ଓଭରବ୍ରିଜ ନିର୍ମାଣରେ ବିଳମ୍ବ ହେଉଛି। ଏ ଦିଗରେ ପଦକ୍ଷେପ ନିଆଯିବ।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri