ବିଳମ୍ବିତ ହେଉଛି ବଇଣ୍ଡା ବିକାଶ

ବଇଣ୍ଡା,୮ା୯(ଡି.ଏନ.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ସେହିପରି ଓଭରବ୍ରିଜ୍‌ ନିର୍ମାଣ ନିମନ୍ତେ ବଡ଼ ବଡ଼ ଗର୍ତ୍ତ ଖୋଳାଯିବାର ୯ ମାସ ପରେ ବି ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଡ୍ରେନ୍‌ କାର୍ଯ୍ୟ ମାତ୍ର ୩୦ ପ୍ରତିଶତରେ ଅଟକିଥିବାବେଳେ ସର୍ଭିସ୍‌ ରୋଡ୍‌ ମରାମତି କରାଯାଉ ନାହିଁ। ଉଚ୍ଛେଦ ହୋଇଥିବା ସରକାରୀ କାର୍ଯ୍ୟାଳୟ, ସ୍କୁଲ, ବିଶ୍ରାମାଗାର ଆଦି ନୂତନ ସ୍ଥାନରେ ନିର୍ମାଣ କରାଯାଉ ନାହିଁ। ଫଳରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ବଜାର ଅଞ୍ଚଳର ବିକାଶ ବିଳମ୍ବିତ ହୋଇଚାଲିଛି।
କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି କିଶୋରନଗର ବ୍ଲକର ବଇଣ୍ଡା ବଜାର। ରାଜପଥ ସମ୍ପ୍ରସାରଣ ନିମନ୍ତେ ଆଠମଲ୍ଲିକ ଉପଖଣ୍ଡର ଏହି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରକୁ ୨୦୧୮ ମେ ୧୭ ଓ ୧୮ରେ ଉଚ୍ଛେଦ କରାଯାଇଥିଲା। ଖୁବ୍‌ଶୀଘ୍ର ରାଜପଥ କାର୍ଯ୍ୟ ଏଠାରେ ଶେଷ କରାଯିବ ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଫଳରେ ବେପାର ହରାଇଥିବା ବ୍ୟବସାୟୀମାନେ ଥଇଥାନ ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ ୩ ବର୍ଷରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ଠିକା ସଂସ୍ଥା ବଇଣ୍ଡାଠାରେ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରିପାରି ନାହିଁ। ଏପରି କି ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଡିସେମ୍ବର ୨୦୨୦ରୁ ରସ୍ତାରେ ବଡ଼ ବଡ଼ ଗର୍ତ୍ତ ଖୋଳି ଛାଡ଼ି ଦିଆଯାଇଛି। ଠିକ୍‌ ଭାବେ ସୁରକ୍ଷା ବାଡ଼ ଦିଆଯାଇ ନ ଥିବାରୁ ଅନେକ ସମୟରେ ବୁଲା ଗୋରୁ ଖସିପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ରାଜପଥ କଡ଼ରେ କରାଯାଇଥିବା ସର୍ଭିସ୍‌ ରୋଡ୍‌ରୁ ପିଚୁ ଉଠି ଖାଲଖମା ହୋଇଯାଇଥିବାରୁ ଅନେକ ସମୟରେ ବାଇକ୍‌ ଆରୋହୀମାନେ ପଡ଼ି ଆହତ ହେଉଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ କାର୍ଯ୍ୟ ମାତ୍ର ୩୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଏଥିଯୋଗୁ ବର୍ଷା ଜଳ ନିଷ୍କାସନ ହେଇ ନ ପାରି କେତେଜଣଙ୍କ ଘର ଭିତରକୁ ପ୍ରବେଶ କରୁଛି। ଗୁଣନିଧି ପ୍ରଧାନଙ୍କ ଘର ସମ୍ମୁଖ ଖୋଳି ଦିଆଯାଇଥିବାରୁ ଯାତାୟାତରେ ଅସୁବିଧା ନେଇ ବଇଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି। ସେହିପରି ଚନ୍ଦନ ପୋଖରୀରେ ବ୍ରିଜ୍‌ ନିର୍ମାଣ କରାଯାଉ ନ ଥିବାରୁ ନୁନୁକାପଶି ଅଞ୍ଚଳରୁ ଆସୁଥିବା ପାହାଡ଼ ପାଣି ସେଠାରେ ଗଚ୍ଛିତ ହୋଇ ନିକଟସ୍ଥ ମାହେଶ୍ୱରୀ ମନ୍ଦିର ପରିସରକୁ ବୁଡ଼ାଇ ଦେଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ରାଜପଥ ସହ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଓ ଡ୍ରେନ୍‌ କାମ ଶେଷ ନ ହେଲେ ବାଧ୍ୟହୋଇ ବ୍ୟବସାୟୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି
ବଜାର ଭଙ୍ଗାଯିବା ପରେ ବହୁ ବ୍ୟବସାୟୀ ଘରେ ବସିଛନ୍ତି। ଯାତାୟାତରେ ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନାହିଁ। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
-ଚିନ୍ତାମଣି ପ୍ରଧାନ, ବଇଣ୍ଡା ଗ୍ରାମ ସଭାପତି
ବ୍ୟବସାୟରେ ସମସ୍ୟା ହେଉଛି
ରାସ୍ତା ନିର୍ମାଣ ବିଳମ୍ବ ହେଉଥିବାରୁ ବ୍ୟବସାୟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଖାଲଖମା ସହ କାଦୁଅ ଯୋଗୁ ଗ୍ରାହକମାନେ ବଜାର ମଧ୍ୟକୁ ଆତଯାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଆରମ୍ଭ କରୁ।
-କମଳ ଲୋଚନ ସାହୁ, ବଇଣ୍ଡା
ବର୍ଷା ଜଳ ନିଷ୍କାସନ ହୋଇପାରୁନି
ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ମାଟି ପକାଇ ସମତଳ କରାଯାଇଥିବାରୁ ନୁନୁକାପଶି ଅଞ୍ଚଳରୁ ଆସୁଥିବା ବର୍ଷା ପାଣି ନିଷ୍କାସନ ହେଇପାରୁନାହିଁ। ଫଳରେ ମନ୍ଦିର ପରିସରରେ ବର୍ଷା ଜଳ ସହ ନର୍ଦ୍ଦମା ପାଣି ପଶୁଛି।
-ଆକାଶ କୁମାର ଦେହୁରୀ, ବ୍ୟବସାୟୀ, ବଇଣ୍ଡା
ବର୍ଷା ହେଲେ ଦୁଃଖ ବଢ଼ୁଛି
ସର୍ଭିସ ରୋଡ୍‌ରେ ମାଟି ପକାଯାଇଥିବାରୁ ବର୍ଷା ହେଲେ ତାହା କାଦୁଅ ହୋଇଯାଉଛି। ଡ୍ରେନ ନିର୍ମାଣ କରାଯାଉ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଆଖପାଖ ଲୋକଙ୍କ ଘରେ ପଶୁଛି। ତୁରନ୍ତ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ।
-ଅମିତ କୁମାର ନାୟକ, କଦଳୀମୁଣ୍ଡା
ଶୀଘ୍ର ଶେଷ ପାଇଁ ପଦକ୍ଷେପ ନିଆଯିବ
ବର୍ଷା ଯୋଗୁ ଶ୍ରମିକମାନେ ଠିକ୍‌ ଭାବେ କାମ କରିପାରୁନାହାନ୍ତି। ବଇଣ୍ଡାରେ ହେଉଥିବା ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ ହୋଇଯିବ। ଶ୍ରମିକ ଅଭାବ କାରଣରୁ ଫ୍ଲାଏ ଓଭରବ୍ରିଜ ନିର୍ମାଣରେ ବିଳମ୍ବ ହେଉଛି। ଏ ଦିଗରେ ପଦକ୍ଷେପ ନିଆଯିବ।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?