ବିନା ତାଲିମରେ ପାରଙ୍ଗମ

ଭଣ୍ଡାରିପୋଖରୀ,୮।୯(ଡି.ଏନ.ଏ.)-ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ। କିନ୍ତୁ ଏଭଳି ଜଣେ ମଣିଷ ଅଛନ୍ତି ଯେ କି ସାପ ଧରି ଆନନ୍ଦ ପାଆନ୍ତି। ଲୋକଙ୍କ ଘର ବାଡ଼ିରେ ସାପ ଦେଖିବାକୁ ମିଳିଲେ ତାଙ୍କୁ ଖୋଜା ପଡ଼େ। ଏପରି କି ଏହି କାମ ପାଇଁ ନିକଟରେ ସେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି। ସେ ହେଉଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ବଣସାହି ଗ୍ରାମର ସୁରେନ୍ଦ୍ର ଶିଅଳ(୬୫)।
ସୁରେନ୍ଦ୍ର ଚାଷ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ବିଷାକ୍ତ ସାପ ଧରି ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଦେବା ତାଙ୍କର ନିଶା। ସ୍ଥାନୀୟ ଅଞ୍ଚଳରେ ଯଦି କାହା ଘରବାଡ଼ିରେ ବିଷାକ୍ତ ସାପ ଦେଖାଯାଏ ତେବେ ସଙ୍ଗେ ସଙ୍ଗେ ଲୋକେ ତାଙ୍କୁ ଖୋଜନ୍ତି। ଆଉ ଖବର ପାଇବା ମାତ୍ରେ ସେ ସେଠାରେ ପହଞ୍ଚି କେବଳ ଖଣ୍ଡେ ଛୋଟ ବାଡ଼ି କିମ୍ବା କଣି ସାହାଯ୍ୟରେ ସାପ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ନ୍ତି। ପ୍ରାୟ ୧୦ ବର୍ଷ ହେବ ସେ ଏଭଳି କାମ କରିଆସୁଛନ୍ତି। ଏଥିପାଇଁ ସେ କୌଣସି ତାଲିମ ମଧ୍ୟ ନେଇ ନାହାନ୍ତି। କେବଳ ନିଜର ସାହସ ଓ ଅନ୍ୟକୁ ବିପଦ ମୁଖରୁ ରକ୍ଷା କରିବାର ଇଚ୍ଛା ତାଙ୍କୁ ଏଭଳି କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛି ବୋଲି ସୁରେନ୍ଦ୍ର କହନ୍ତି। ଯେକୌଣସି ବିଷାକ୍ତ ସାପକୁ ସେ କୌଶଳ କ୍ରମେ ସୁରକ୍ଷିତ ଭାବେ ଉଦ୍ଧାର କରି ବଣ ବୁଦାରେ ଛାଡ଼ି ଦିଅନ୍ତି। ବିଶେଷକରି ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ସାପଙ୍କର ପ୍ରଜନନ ସମୟ ହୋଇଥିବାରୁ ବାଡ଼ି, ବଗିଚା ଓ ଘରେ ବିଭିନ୍ନ ପ୍ରଜାତିର ବିଷାକ୍ତ ସାପକୁ ଦେଖିବାକୁ ମିଳିଥାଏ। ଏହି ସମୟ ଭିତରେ ଖବର ଆସିଲେ ସେ ପହଞ୍ଚି ସାପ ଧରି ନେଇ ବଣରେ ଛାଡ଼ିଥାନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ଦାବି କରନ୍ତି ନାହିଁ। ସ୍ଥାନୀୟ ବିଜେଡି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଣୀତକାନ୍ତ ସାମଲ ନିକଟରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସାପ ଧରିବା ଲାଗି ଉପକରଣ ଯୋଗାଇ ଦେଇଛନ୍ତି। ତେବେ ଆର୍ଥିକ ସ୍ବଚ୍ଛଳ ନ ଥିବାରୁ ଉଦ୍ଧାର କରୁଥିବା ସାପଗୁଡ଼ିକୁ ନେଇ କୌଣସି ବନାଞ୍ଚଳରେ ଛାଡ଼ିପାରୁ ନାହାନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହତ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri