ଶହେ ଶିବଲିଙ୍ଗର ଗାଁ

ଭଦ୍ରକ ଅଫିସ, ୮।୯-ଷ୍ଟାଦଶ ଶତାବ୍ଦୀର ଭଗ୍ନାବଶେଷର ମୂକସାକ୍ଷୀ ନରେନ୍ଦ୍ରପୁର। ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ଏହି ଗ୍ରାମ ଶହେ ଶିବଲିଙ୍ଗର ଗାଁ ଭାବେ ପରିଚିତ। ବିଭିନ୍ନ ପୌରାଣିକ କୀର୍ତ୍ତିକୁ ନେଇ ସମୃଦ୍ଧ ନରେନ୍ଦ୍ରପୁର ୨୦୧୬ରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ସତ, କିନ୍ତୁ ବିକାଶ କିଛି ହୋଇନାହିଁ।

ଗାଁ ମୁଣ୍ଡରେ ବିରାଜମାନ ମା’ ପାଟଣମଙ୍ଗଳା। ଏହି ମନ୍ଦିର ବେଶ୍‌ ପ୍ରସିଦ୍ଧ। ତେବେ ଏହି ଗାଁର ବିଶେଷତ୍ୱ ହେଉଛି ଏକାଧିକ ଶିବଲିଙ୍ଗର ଆବିର୍ଭାବ। ମାଟି ତଳୁ ଏସବୁ ଶିବଲିଙ୍ଗ ଆବିର୍ଭାବ ହେବା ସମ୍ପର୍କରେ କାହିଁ କେଉଁ କାଳରୁ ଜନଶ୍ରୁତି ରହିଛି। କିଏ କୌଣସି କାମ ପାଇଁ ମାଟି ଖୋଳୁ ଖୋଳୁ ତ କିଏ ହଳ କରିବା ସମୟରେ ଶିବଲିଙ୍ଗ ପାଇଥିଲେ। ଆଶ୍ଚର୍ଯ୍ୟର କଥା ପୂଜିତ ଶିବଲିଙ୍ଗ ପାଖରେ ପୁରାଣକାଳରୁ ଷଣ୍ଢ ବାହନ ଭାବେ ପୂଜା ପାଇ ଆସୁଥିବା ବେଳେ ଏହି ଗଁାରେ ଏକ ଶିବଲିଙ୍ଗ ନିକଟରେ ସିଂହମୂର୍ତ୍ତି ଥିବାର ଦେଖିବାକୁ ମିଳେ। ଶିବଙ୍କ ବାହନ ରୂପେ ସିଂହ ମଧ୍ୟ ସେତେବେଳେ ପୂଜା ପାଉଥିବା ନେଇ ଅନୁମାନ କରାଯାଉଛି। ମାଟିରୁ ଉଦ୍ଧାର କରାଯାଇଥିବା ଶିବଲିଙ୍ଗଗୁଡ଼ିକୁ ଗ୍ରାମବାସୀ ଶିବଙ୍କର ବିଭିନ୍ନ ନାମରେ ନାମିତ କରି ପୂଜାର୍ଚ୍ଚନା କରିଆସୁଛନ୍ତି। ସେଥିମଧ୍ୟରୁ ଗ୍ରାମ ସମ୍ମୁଖରେ ପାଣି ମହାଦେବ, ବଟେଶ୍ୱର ମହାଦେବ ଓ କପିଳେଶ୍ୱର ମହାଦେବ ପୂଜା ପାଉଥିବା ବେଳେ ବିଭିନ୍ନ ସ୍ଥାନରେ ବେଲେଶ୍ୱର, ବାଡ଼େଶ୍ୱର, ଭୂଟେଶ୍ୱର ଓ ତ୍ରିନାଥ ମହାଦେବଙ୍କ ଦର୍ଶନ ମିଳିଥାଏ। ଛତ୍ରପଦାର ଭୂଟେଶ୍ୱରଙ୍କ ଲିଙ୍ଗର ଉଚ୍ଚତା ପ୍ରାୟ ସାଢ଼େ ପାଞ୍ଚ ଫୁଟ ହେବ। ଏଭଳି ଉଚ୍ଚତାବିଶିଷ୍ଟ ଶିବଲିଙ୍ଗ ଓଡ଼ିଶାରେ ବିରଳ ବୋଲି କୁହାଯାଏ। ସେହିଭଳି କପିଳେଶ୍ୱରଙ୍କ ନିକଟରେ ସିଂହ ପୂଜା ପାଉଛନ୍ତି।
ନରେନ୍ଦ୍ର ନାମକ ଧନୀ ସୌଦାଗରଙ୍କର ଦୀର୍ଘଦିନ ଧରି କୌଣସି ସନ୍ତାନ ସନ୍ତତି ନ ହେବାରୁ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ। ସାଧୁ ତାଙ୍କୁ ଲକ୍ଷେ ଶିବ ପୂଜିଲେ ପୁତ୍ରପ୍ରାପ୍ତ ହେବେ ବୋଲି କହିଥିଲେ। ଏଣୁ ସେ ଲକ୍ଷେ ଶିବଲିଙ୍ଗ ପୂଜା କରିବାରୁ ତାଙ୍କର ମନସ୍କାମନା ପୂରଣ ହୋଇଥିଲା। ମିଳିଥିବା ଶିବଲିଙ୍ଗଗୁଡ଼ିକ ସେହିସବୁ ପୂଜିତ ଶିବଲିଙ୍ଗ ବୋଲି ଲୋକେ କହନ୍ତି। ଏପର୍ଯ୍ୟନ୍ତ ଗ୍ରାମବାସୀ ୧୦୦ ଶିବଲିଙ୍ଗ ଉଦ୍ଧାର କରି କିଛି ପୂଜା କରୁଛନ୍ତି। ଏହାବ୍ୟତୀତ ଗ୍ରାମର ଜଗନ୍ନାଥ ନାୟକଙ୍କ ପୋଖରୀରୁ ଏକ ଜାହାଜ ଲଙ୍ଗର ଏବଂ ଅନ୍ୟ ଏକ ସ୍ଥାନରୁ ପ୍ରାଚୀନ ବୌଦ୍ଧମୂର୍ତ୍ତି ସହ ପାଲି ଭାଷାରେ ଲିଖିତ ପଥରଖଣ୍ଡ ମିଳିଛି। ପ୍ରାଚୀନ କାଳ ସହ ଏହି ଗ୍ରାମର ସାମଞ୍ଜସ୍ୟ ରହିଥିବା ଏଥିରୁ ପ୍ରମାଣ ମିଳେ। ସେହିପରି ଗଁାରେ ରହିଛି ୧୨.୪୧ ଏକର ବିଶିଷ୍ଟ ଏକ ପୋଖରୀ। ଏହି ପୋଖରୀ ପଛରେ ମଧ୍ୟ ରହିଛି ଅନେକ କାହାଣୀ। ଗଁା ନିକଟରେ ଚନ୍ଦ୍ରକଳା, ଦରିଆପାଳ, ବାଣଚଆଡିହ, ଘାଟିଆସାହି ଏଭଳି ଅନେକ ରାଜରାଜୁଡ଼ା ଶାସନ କାଳର ନାମ ରହିଥିବାରୁ ଏହା ଅଷ୍ଟାଦଶ ଶତାବ୍ଦୀର ରାଜାଙ୍କ ଦ୍ୱାରା ନାମିତ ଶବ୍ଦ ହୋଇଥିବା ଗ୍ରାମର ପୁରୁଖାବ୍ୟକ୍ତି ପ୍ରେମାନନ୍ଦ ପଣ୍ଡା କହନ୍ତି। ଗଁା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏଠାରେ ସେଭଳି କିଛି ଉନ୍ନତିମୂଳକ କାର୍ଯ୍ୟ କରାଯାଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri