ଅସହ୍ୟ ହେଲା ଯନ୍ତ୍ରଣା, ବିଧାନସଭା ସମ୍ମୁଖରେ ହାତ କାଟିବା ସହ ବିଷ ପିଇଦେଲେ ଯୁବକ

ଭୁବନେଶ୍ୱର,୮ା୯(ବ୍ୟୁରୋ): ଯନ୍ତ୍ରଣାରେ ଅସହ୍ୟ ହୋଇ ବୁଧବାର ବିଧାନସଭା ସମ୍ମୁଖରେ ଜଣେ ଯୁବକ ହାତ କାଟିବା ସହ ବିଷ ପିଇ ଦେଇଛନ୍ତି। ଡାକ୍ତରଙ୍କ ଭୁଲ ଯୋଗୁ ତାଙ୍କ ଗୋଡ଼ ଅଚଳ ହୋଇପଡ଼ିଛି। ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥାଭାବ। ଗୁହାରି କଲେ ବି ଶୁଣିବାକୁ କେହି ନାହାନ୍ତି। ଏପରିକି ଇଚ୍ଛାମୃତ୍ୟୁ ପାଇଁ ବି ଅନୁମତି ଦେଉ ନାହାନ୍ତି। ଚାରିଆଡୁ ନିରାଶ ହୋଇ ଆଜି ବିଧାନସଭା ସମ୍ମୁଖରେ ସେ ବିଷ ପିଇ ଦେଇଥିଲେ। ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା କୁଜଙ୍ଗର ଦୁଷ୍ମନ୍ତ ଦାସ।

ଗୁରୁତର ଅବସ୍ଥାରେ ଦୁଷ୍ମନ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ସୂଚନାନୁଯାୟୀ, ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ନିମନ୍ତେ ସେ କଟକ ବଡ଼ ମେଡ଼ିକାଲ ଯାଇଥିଲେ। ତାଙ୍କର ପ୍ରଥମ ଅପରେଶନ ମାର୍ଚ୍ଚ ୨୩ରେ କରାଯାଇଥିଲା । ଦ୍ୱିତୀୟ ଅପରେଶନ ୨୦୨୦ ଜୁନ ୧୯ରେ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ରେ କରୋନା ସଂକ୍ରମଣର ଆଳ କରି ତାଙ୍କୁ ଘରକୁ ପଠାଇ ଦିଆଗଲା। ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରି ନିରାଶ ହେବା ପରେ ଆଜି ବିଷ ପିଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri