ନୂଆପୋଖରୀକୁ ମିଳୁନି ନ୍ୟାୟ

ରତନ ନାୟାର
ଢେଙ୍କାନାଳ ଅଫିସ, ୮।୯ – ଢେଙ୍କାନାଳର ଭାଗୀରଥି ସାଗର (ନୂଆ ପୋଖରୀ)ର ଉନ୍ନତୀକରଣ ଲାଗି ମାଳ ମାଳ ଯୋଜନା। ଐତିହ୍ୟସମ୍ପନ୍ନ ଏହି ପ୍ରାଚୀନ ଜଳାଶୟକୁ ନୂଆ ରୂପ ଦେବା ଲାଗି ଘୋଷଣା କରାଯାଇଛି ୪ କୋଟି ୬୮ ଲକ୍ଷ ଟଙ୍କା। ଏହାର ପରିବେଶକୁ ମନଲୋଭା କରିବା, ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ ବୋଲି ପ୍ରତିଶ୍ରୁତି ଦେଇଚାଲିଛନ୍ତି ପୌର କର୍ତ୍ତୃପକ୍ଷ। ହେଲେ ଘୋଷଣାକୁ ୪ ମାସ ବିତିଯାଇଥିଲେ ହେଁ ଗାଣ୍ଡୁଆଏ ମାଟି ନ ପଡ଼ିବା ପ୍ରକଳ୍ପର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଏହି ଐତିହାସିକ ପୋଖରୀକୁ ନ୍ୟାୟ ଦେବାକୁ ସଚେତନ ନାଗରିକ ଟୁଇଟ୍‌ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଜିଲା ପର୍ଯ୍ୟଟନ ମାନଚିତ୍ର ଢେଙ୍କାନାଳ ସହରର ସ୍ଥାନକୁ ସୁଦୃଢ଼ କରିବା ଲାଗି ପୌରସଂସ୍ଥା ପକ୍ଷରୁ ହାତକୁ ନିଆଯାଇଛି ଏକାଧିକ ଯୋଜନା। ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ, ପୁରାତନ ଜଳାଶୟର ଉନ୍ନତୀକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇ ଅଟକଳ ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ସହରର ପ୍ରାଚୀନ ଜଳାଶୟ ଭାଗୀରଥି ସାଗରକୁ ଦଳମୁକ୍ତ କରିବା, ବୋଟିଂ ସୁବିଧା ସହ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ କରିବା ଲାଗି ପୌରସଂସ୍ଥା ପକ୍ଷରୁ ୪ ମାସ ତଳେ ୪ କୋଟି ୬୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ଘୋଷଣା କରାଯାଇଥିଲା।
ଦୀର୍ଘଦିନ ପରେ ନୂଆପୋଖରୀର ଭାଗ୍ୟ ଉଦୟ ହେବାକୁ ଯାଉଥିବାରୁ ଦଳମତ ନିର୍ବିଶେଷରେ ଏହାକୁ ସବୁସ୍ତରରେ ସ୍ବାଗତ କରାଯାଇଥିଲା। ହେଲେ ଦିନ ଗଡ଼ିବା ସହିତ ଏହି ଆଶା ଫିକା ପଡ଼ିବାରେ ଲାଗିଛି। କାରଣ ପ୍ରକଳ୍ପ ଘୋଷଣାର ୪ ମାସ ବିତିଯାଇଥିଲେ ମଧ୍ୟ ବିକାଶମୂଳକ କାର୍ଯ୍ୟର ଖଡ଼ି ଛୁଅଁା ଆରମ୍ଭ ହୋଇନାହିଁ। ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ କେତେଜଣ ମାନବାଧିକାର କର୍ମୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ), ୫-ଟି ସଚିବ ଏବଂ ଜିଲା ପ୍ରଶାସନକୁ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି।
ଐତିହ୍ୟ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାଗୀରଥି ସାଗରର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ପୋଖରୀ ଉପରେ ଢେଙ୍କାନାଳ ସହରର ମିନାବଜାର, କାଞ୍ଚନ ବଜାର, ଜବାହରଚୌକ, ଭାଗୀରଥି ବିହାର, ଗୁଡିଆନାଳି, ବସଷ୍ଟାଣ୍ଡ୍‌, ଲକ୍ଷ୍ମୀବଜାର, ମହାବୀର ବଜାର ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭରଶୀଳ। ଶୀତଦିନେ ବିଦେଶାଗତ ପକ୍ଷୀଙ୍କ ଆଗମନ ସହ ସହର ମଧ୍ୟଭାଗରେ ଅବସ୍ଥିତ ଏହି ଜଳାଶୟ ମୁଖରିତ ହୋଇ ଉଠେ। ତେବେ ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଦଳଭର୍ତ୍ତି ହୋଇଗଲାଣି। ବୋଟିଂ ସହିତ ଦୈନନ୍ଦିନ ବ୍ୟବହାରରେ ସମସ୍ୟା ଉପୁଜୁଛି। ଘୋଷଣା କରାଯାଇଥିବା ଅନୁଦାନ ଅର୍ଥରେ ପଙ୍କ ଉଦ୍ଧାର, ଦଳ ବାହାର କରିବା, ଜଳ ନିଷ୍କାସନ ଲାଗି ଗେଟ୍‌, ପୋଖରୀ ହୁଡ଼ାରେ ଚଲାପଥ ନିର୍ମାଣ, ଆଲୋକୀକରଣ, ପାର୍କ କରାଯିବାକୁ ଯୋଜନା ରହିଛି। ହେଲେ କାମ ଆରମ୍ଭ ହେଉ ନ ଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ସୌନ୍ଦର୍ଯ୍ୟକରଣ ହେଲେ ଆକର୍ଷଣ ବଢ଼ିବ
ରାଜ୍ୟ ସରକାର ପୁରାତନ ପୁଷ୍କରିଣୀଗୁଡ଼ିକର ବିକାଶ ଲାଗି ଗୁରୁତ୍ୱ ଦେଉଛନ୍ତି। ହେଲେ ଅଟକଳ ଘୋଷଣା ସତ୍ତ୍ୱେ ନୂଆପୋଖରୀର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେଉନାହିଁ। ଜଳାଶୟର ସୌନ୍ଦର୍ଯ୍ୟକରଣ ହେଲେ ଏହା ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବ।
-ଅଭୟ ପଟ୍ଟନାୟକ, ମାନବାଧିକାରୀ କର୍ମୀ

ପ୍ରାଚୀନ ଐତିହ୍ୟକୁ ଅଣଦେଖା
ବୋଇତ ବନ୍ଦାଣ, ପ୍ରଭୁ ମଦନମୋହନଙ୍କ ଚାପଖେଳ ଭଳି ବହୁ ଆଧ୍ୟାତ୍ମିକ କାର୍ଯ୍ୟ ସମେତ ସନ୍ତରଣ ପରୀକ୍ଷା, ଶୁଦ୍ଧିକ୍ରିୟା, ସ୍ନାନ ଆଦି କାର୍ଯ୍ୟରେ ଭାଗୀରଥି ସାଗରର ଗୁରୁତ୍ୱ ରହିଛି। ଏଭଳି ପ୍ରାଚୀନ ଐତିହ୍ୟକୁ ଅଣଦେଖା କରାଯିବା ପରିତାପର ବିଷୟ।
-ପଙ୍କଜ କୁମାର ନାୟକ, ଭାଗୀରଥି ସାଗର ସୁରକ୍ଷା କମିଟି ସଦସ୍ୟ

ପୌର କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଜରୁରୀ
ନୂଆପୋଖରୀର ଉନ୍ନତୀକରଣ ହେବା ଜରୁରୀ। ଆଲୋକୀକରଣ, ଚଲାପଥ, ପାର୍କ ନିର୍ମାଣ କରାଗଲେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଏଥିପ୍ରତି ଜିଲା ପ୍ରଶାସନ ଓ ପୌରସଂସ୍ଥା କର୍ତ୍ତୃପକ୍ଷ ଦୃଷ୍ଟି ପ୍ରଦାନ କରିବା ଉଚିତ।
-ଅଥୟ କୁମାର ସାହୁ, ଭାଗୀରଥି ବିହାର ବାସିନ୍ଦା

ବର୍ଷା ପରେ କାମ ଆରମ୍ଭ ହେବ
ଭାଗୀରଥି ସାଗର ଉନ୍ନୟନ କାର୍ଯ୍ୟ ଲାଗି ପୌରସଂସ୍ଥା ପକ୍ଷରୁ ୪ କୋଟି ୬୮ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଉକ୍ତ ଅର୍ଥରେ ଜଳାଶୟରୁ ପଙ୍କ ଉଦ୍ଧାର, ଦଳ କାଢିବା, ଗେଟ୍‌ ଓ ଚଲାପଥ ନିର୍ମାଣ, ପାର୍କ ପ୍ରତିଷ୍ଠା ଏବଂ ଆଲୋକୀକରଣ କାର୍ଯ୍ୟ କରାଯିବ। ବର୍ଷା ପରେ କାମ ଆରମ୍ଭ ହେବ।
-ଅତନୁ କୁମାର ସାମନ୍ତ, ନିର୍ବାହୀ ଅଧିକାରୀ,
ଢେଙ୍କାନାଳ ପୌରସଂସ୍ଥା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?