ବାର୍‌ହା ଶିକାର କରି ବିକୁଥିଲେ ମାଂସ

ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁରଲିପାଲି ଗ୍ରାମର ଶୁଶୀଲ ଭୋଇ (୨୨), ସରେଇପାଲି ଗ୍ରାମର ଚନ୍ଦ୍ରଶେଖର କାଲୋ(୪୭) ଓ କଣ୍ଢେଇକେଲା ଗ୍ରାମର ଦନାର୍ଦ୍ଦନ ଭୋଇ (୩୯)। ଅନ୍ୟ ଜଣେ ଫେରାର ଥିବା ବେଲପାହାଡ଼ ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, କଣ୍ଢେଇକେଲା ଅଞ୍ଚଳରେ ୧୧ କେଭି ବିଦ୍ୟୁତ୍‌ ତାର ବିଛାଇ ଏକ ବାର୍‌ହା ଶିକାର କରାଯାଇଥିଲା। ପରେ ବାର୍‌ହାକୁ କାଟି ଏକ ପୋଖରୀ ହୁଡ଼ାରେ ମାଂସ କରି ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ବନାଞ୍ଚଳ ଅଧିକାରୀ ଘଟଣା ସମ୍ପର୍କରେ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ବନପାଳ ଡୋଳାମଣି ନାଏକ, ବେଲପାହାଡ଼ ବନପାଳ ପ୍ରଦୀପ ନାଏକ, ଲଖନପୁର ବନପାଳ ସୁନୀଲ ଭୋଇଙ୍କ ସମେତ ଏକ ଟିମ୍‌ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନେ ବାର୍‌ହା ମାଂସ ଗୋଟ ଆଦି ଜବତ କରି ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ବନ ବିଭାଗ ଏକ ମାମଲା(ନଂ.୧୨୪/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ଆଇଜିଙ୍କ ସମେତ ପୋଲିସ୍‌କୁ ଘେରିଲେ ଗ୍ରାମବାସୀ

ବାହାନଗା, ୧୦ା୧(ଡି.ଏନ.ଏ.)-ପାରିବାରିକ କଳହକୁ ନେଇ ଗତ ଡିସେମ୍ବର ୨୯ ତାରିଖରେ ଏକ ପରିବାରର ମା ଓ ଦୁଇ ଝିଅ ଉଭୟ ବିଷ ପିଇ ଆମତ୍ହତ୍ୟା ଉଦ୍ୟମ...

କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ଅନୁଗୋଳ ଅଫିସ,୨୫।୭: ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳର ଜଣେ ୨୧ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶନିବାର ବଳାତ୍କାର ପରେ ଅତି ବୀଭତ୍ସ...

ଉପରେ ବହ୍ଲା କାଠ ତଳେ ଗଞ୍ଜେଇ: ଟ୍ରକରୁ ୧.୮୧କୋଟିର ଗଞ୍ଜେଇ ଜବତ

ନୟାଗଡ ଅଫିସ,୧୬ା୨: ନୟାଗଡ ଜିଲା ଦଶପଲ୍ଲା ବ୍ଲକ ତୁମୁଡି ପଞ୍ଚାୟତ ରଙ୍ଗମାଟିଆ ଗ୍ରାମ ନିକଟ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭଦ୍ରକ ଅଫିସ,୯।୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୭୯ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ...

ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି...

ନେଲ୍‌ କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ଶିଶିର

ଟିକିରି,୯ା୫(ଡି.ଏନ୍‌.ଏ.): ଟେକ୍ନୋଲୋଜି ଯୁଗରେ ମନୁଷ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରତ୍ୟେକ ଜିନିଷକୁ ସରଳ କରିବାକୁ ଉଦ୍ୟମ ଚଳାଇଛି। ସେହିପରି ଏବେକା ସମୟରେ ବିଭିନ୍ନ...

ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ ପାଇଁ ଅନୁମତି

ବାରିପଦା ଅଫିସ,୨୩ା୧୧:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ଉନ୍ନତୀକରଣ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ...

ବସ୍‌ଷ୍ଟାଣ୍ଡ ନିକଟରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

କୋକସରା,୨୪ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକ ବସ୍‌ଷ୍ଟାଣ୍ଡର ଦୁର୍ଗାମଣ୍ଡପ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର...

Advertisement
Archives

Model This Week