କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଲା ଯୁବକଙ୍କ ଜୀବନ

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଶ୍ୟାମ ମେଟାଲିକ୍ସରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କମ୍ପାନୀର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ୧୯ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାରସୁଗୁଡା ଜିଲା ଲହଣ୍ଡାବୁଡ ଗ୍ରାମର ଅଭିମନ୍ୟୁ ଭୂୟାଁ।

ଅଭିଯୋଗ କ୍ରମେ ଅଭିମନ୍ୟୁ ନିଜ ସମ୍ପର୍କିୟ ଘର ନିଶାନଭଙ୍ଗା ଗ୍ରାମକୁ ଆସିଥିଲେ। ଅପରାହ୍ନରେ ସେ ସାଙ୍ଗମାନଙ୍କ ସହ ଯାଉଥିବାବେଳେ କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳି ତାଙ୍କ ଦେହରେ ବାଜିଥିଲା। ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ଭିମ୍‌ସାରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ କମ୍ପାନୀର ସୁରକ୍ଷା କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଛି। ଏ ସମ୍ପର୍କରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ କହିଛନ୍ତି, ଘଟଣା ସମ୍ପର୍କରେ ପୋଲିସ ପାଖରେ ଲିଖିତ ଅଭିଯୋଗ ହୋଇନାହିଁ। ସୁରକ୍ଷା କର୍ମୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। କେଉଁ ପରିସ୍ଥିତିରେ ଗୁଳି ଚଳାଇଲେ ସେ ନେଇ ତଦନ୍ତ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାରେ ମହିଳା ଏସ୍‌ଏଚ୍‌ଜି ସାମିଲ, ମାର୍କଫେଡ୍‌ ବିଦା

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ ସୁଦ୍ଧା ରାଜ୍ୟରେ ୯ ଲକ୍ଷ, ୭୯ ହଜାର ୯୫୮ ଚାଷୀ...

କ୍ଷମା ମାଗିଲେ ଅସୁବିଧା କେଉଁଠି: ବାଚସ୍ପତି

ଭୁବନେଶ୍ୱର, ୧୫ା୩(ବ୍ୟୁରୋ):ବିଧାନସଭାରେ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ନେଇ ୨ ଦିନ ହେଲା ଗୃହରେ ହୋହଲ୍ଲା ଜାରି ରହିବା ସାଙ୍ଗକୁ ବାରମ୍ବାର...

ଗୋଳାବାରୁଦ କାରଖାନା ନିଗମୀକରଣକୁ ବିରୋଧ

ସଇଁତଲା, ୨୦ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୱାକର୍‌ସର ୟୁନିୟନ ନଗମୀକରଣକୁ ବିରୋଧ କରିଛି। ଏଥିସହ ୟୁନିଅନ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ୧୨ଘଣ୍ଟାକୁ ବୃଦ୍ଧି...

‘ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ’

ପୁରୀ ଅଫିସ,୧୦।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହା କ୍ଷତି...

୩ ଦିନ ପରେ ସତ୍କାର କଲେ ସାମାଜିକ କର୍ମୀ

ଅନୁଗୋଳ ଅଫିସ, ୧୮।୬ମାସେ ତଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ମହିଳା ରୋଗୀଙ୍କୁ ସାମାଜିକ କର୍ମୀମାନେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା...

ଭୋକଉପାସରେ ଦିନ କାଟୁଛନ୍ତି ଅସହାୟ ମହିଳା

ବନ୍ତ,୧୦।୫(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ବହୁ ଲୋକ ଅସହାୟ ହୋଇପଡ଼ିଛନ୍ତି। ଦିନକୁ ଦୁଇ ଓଳି ଖାଇବାକୁ ପାଉ...

ଦିନକରେ କରୋନା ନେଲା ୬୫ ଜୀବନ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ବୁଦବାର କରୋନାରେ ୬୫ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୦୮୬ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ...

Advertisement
Archives

Model This Week