ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କଲେ ସାନ ଭାଇ
ବଣାଇ/ଟେନ୍ସା,୧୧ା୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ସାନ ଭାଇ, ସାନଭାଇଙ୍କ ସ୍ତ୍ରୀ ମିଶି ବଡ଼ ଭାଇଙ୍କୁ ବାଡ଼ିରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛନ୍ତି। ଖବର ପାଇ…
ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ
ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର ପୂର୍ବାହ୍ନରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ…
ବୋଡ଼ାକୁ ଗିଳିଲା ରଣା
ଦଶରଥପୁର,୧୧ା୭(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଘରେ ଥିବା ବେଙ୍ଗ ଖାଇବାକୁ ଯାଇ ଦୁଇ ସାପଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ବେଙ୍ଗର ମୃତ୍ୟୁ ହୋଇଥିବା ବେଳେ ରଣା ସାପ ବୋଡ଼ା ଗିଳିଦେଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ମଙ୍ଗଳପୁର…
ରଥକୁ ବିଜେ ହେଲା ଆଜ୍ଞାମାଳ
ପୁରୀ ଅଫିସ,୧୧ା୭: ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଏନେଇ ରବିବାର ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହୋଇଛି ଆଜ୍ଞାମାଳ। ସକାଳ ଧୂପ ନୀତି ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବାହାରିଥିଲା। ତିନି…
ଆନ୍ଧ୍ରର ଷଡ଼ଯନ୍ତ୍ରକୁ ପଣ୍ଡ କଲା ଜିଲା ପ୍ରଶାସନ
କୋରାପୁଟ/ପଟ୍ଟାଙ୍ଗୀ,୧୧ା୭(ସ୍ବ.ପ୍ର./ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଗୃହ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ବିରୋଧ କରି ଏହାକୁ ବନ୍ଦ କରିବା ଲାଗି ଉଦ୍ୟମ…
ଆଧାର ସାଜିବେ ଆଶା
ଅନୁଗୋଳ ଅଫିସ, ୧୧ା୭: କୋଭିଡ୍ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍ଲାଇନ୍ କି ଅଫ୍ ଲାଇନ୍ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଆଧାର କାର୍ଡ ଧରି ଅଧରାତିରୁ…
ଜିଲାରେ ବଢୁଛି ଜଙ୍ଗଲ
ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ ପ୍ରକୃତିର ବରଦାନ ଢେଙ୍କାନାଳରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇବାରେ ଲାଗିଛି। ଏହା ପଛରେ…
ମହାପ୍ରଭୁଙ୍କ ପାଇଁ ୧୦ ଫୁଟ୍ର ଧୂପକାଠି
ପୁରୀ ଅଫିସ, ୧୧।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଜଣେ ଭକ୍ତ କର୍ନାଟକ ଜିଲାର ମହୀଶୂରରୁ ୧୦ଫୁଟ ଧୂପକାଠି ଆଣିଛନ୍ତି। ସେ ଭକ୍ତ ହେଉଛନ୍ତି ଠାକୁରମୁଣ୍ଡାସ୍ଥିତ ଆଶ୍ରମରେ ଥିବା ଭୈରବାନନ୍ଦ ସରସ୍ବତୀ ମହାରାଜ। ସେ କିଛିବର୍ଷ ହେବ ମହାପ୍ରଭୁଙ୍କ ନିକଟରେ ଧୂପକାଠି ସେବା…
‘ଗୁହାରି ଶୁଣିଲେ ମହାପ୍ରଭୁ’
ବନ୍ତ,୧୧।୭(ସ୍ବ.ପ୍ର.)-ଏକଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥରେ ଦର୍ଶନ ବେଳେ ‘ମୋତେ ଦୟା କରନ୍ତନ୍ତି, ମୁଁ ବି ତୁମ ମୂର୍ତ୍ତି ଗଢ଼ନ୍ତି’ ବୋଲି ଗୁହାରି ଜଣାଇଥିଲେ। ଭାବର ଠାକୁର ସେଦିନ ଭକ୍ତର ଭାବ ବୁଝିଲେ। ତାଙ୍କ ଆଶୀର୍ବାଦରୁ ଦାରୁ ଦିଅଁଙ୍କ ମୂର୍ତ୍ତି ଗଢ଼ିବାର ସୌଭାଗ୍ୟ…
ମେଗା ବଦଳରେ ମିନି ଷ୍ଟିଲ୍ ପ୍ଲାଣ୍ଟ
କେନ୍ଦୁଝର, ୧୧।୭(ଡି.ଏନ୍.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲାର ବଡବିଲ ତହସିଲ ଅନ୍ତର୍ଗତ କାରାଖେଣ୍ଡରାଠାରେ ଥିବା ରୁଙ୍ଗ୍ଟା ମାଇନ୍ସର ପୁର୍ବରୁ ଅବସ୍ଥିତ ଏକ ସ୍ପଞ୍ଜ ଆଇରନ କାରଖାନାକୁ ଷ୍ଟିଲ୍ ପ୍ଲାଣ୍ଟରେ ପରିଣତ କରିବା ପାଇଁ ଗତ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।…
ସିସିଟିଭି ନଜରରେ ବଡ଼ଦାଣ୍ଡ
ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍. କେ. ଶର୍ମା ଚୂଡ଼ାନ୍ତ ସ୍ଥିତି ସମୀକ୍ଷା କରିଛନ୍ତି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ…
କୋଟିଆରୁ ଆନ୍ଧ୍ରକୁ ତଡ଼ିଲା ଓଡ଼ିଶା
କୋରାପୁଟ/ପଟ୍ଟାଙ୍ଗୀ,୧୦।୭: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର- ଓଡ଼ିଶା ପ୍ରଶାସନ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଗୃହ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର…

