ଆମ ଜିଲା ଖବର

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦାରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଭୁଜାଲି ମାଡ଼ରେ…

ଜିଲାକୁ ରହିଛି ପ୍ରାକୃତିକ ବିପର୍ଯ୍ୟୟ ଭୟ: ସାମୁଦ୍ରିକ ପ୍ରାଚୀର, ହେନ୍ତାଳ ବଣ ପ୍ରସ୍ତାବରେ ସୀମିତ

କେନ୍ଦ୍ରାପଡ଼ା, ୭ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲା ପ୍ରଶାସନ ପକ୍ଷରୁ ଜନଜୀବନ ସୁରକ୍ଷା ପାଇଁ ସ୍ଥାନାନ୍ତର ହେବା ସାଧାରଣ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ ପୋଲିସ ଅଟକ ରଖିବା ପରେ ନୋଟିସ ଦେଇ ଛାଡ଼ିଛି। ମିଳିଥିବା ସୂଚନା ଅନୁସାରେ,…

ପଣ୍ୟାଗାର କେମିକାଲ ଗୋଦାମରୁ ଧୂଆଁ ନିର୍ଗତ: ସ୍ଥାନୀୟ ବାସିନ୍ଦାଙ୍କ ଆଖି, ନାକ ଜଳାପୋଡ଼ା

ମହାକାଳପଡ଼ା, ୭ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାରାଦୀପ-ଚଣ୍ଡିଖୋଲ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱ ମଶାକଣି ବଡ଼ଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ରହିଛି। ଏଠାରେ ଗଚ୍ଛିତ ଥିବା କେମିକାଲ ନିର୍ଗତ ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା।…

ସ୍କାଉଟସ-ଗାଇଡ଼ସ କ୍ୟାମ୍ପରୀ ଉଦଯାପିତ: ଦଣ୍ଡ ନାଚରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୭।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଗତ ୩ ଦିନ ଧରି ଚାଲିଥିବା ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସ କ୍ୟାମ୍ପରୀ ଉଦଯାପିତ ଉତ୍ସବ ପାଳିତ ହୋଇଯାଇଛି। ଏହି…

ବଦଳୁଛି ସମୟ, ମାଟି ଘରକୁ ଦିଆଯାଉଛି ନୂଆ ରୂପ: ସ୍ବଚ୍ଛତାକୁ ପ୍ରାଧାନ୍ୟ

ଦାରିଙ୍ଗବାଡି, ୭।୨ (ଅରୁଣ ସାହୁ): ଜୀବନରେ ସମସ୍ତଙ୍କ ସ୍ବପ୍ନ ଥାଏ ଭଲ ଘର ଟିଏ କରି ପରିବାର ସହ ସୌଖିନ ଜୀବନଯାପନ କରିବାକୁ। ଏହି ସ୍ବପ୍ନ କାହାର ପୂରଣ ହୁଏତ ଆଉ କାହାକୁ ଏଥିପାଇଁ ସଂଘର୍ଷ କରିବାକୁ ପଡିଥାଏ। ଆଉ କିଛି…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜ ଜଂକିଆ ଥାନା ଅନ୍ତର୍ଗତ ଖଡିପଦର ଗ୍ରାମ ନିକଟରେ…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମରେ କେନ୍ଦୁଝର ଜିଲାର ସ୍ବତନ୍ତ୍ର ପୋଲିସ ସ୍କ୍ବାର୍ଡ ଚଢାଉ…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର ଗ୍ରାମର ଶଙ୍କର ରାଉତରାୟ(୪୫)। ସୂଚନାଅନୁସାରେ, ସେ ବହୁଦିନ ଧରି ବାହାର ରାଜ୍ୟରେ ରହୁଥିଲେ।…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ଏଭଳି ରାଜନୈତିକ ହିଂସା ଦେଖାଯାଇଛି। ସମିତିସଭ୍ୟଙ୍କ ଘରେ ପଶି ତାଙ୍କୁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି। ଆଜି ସକାଳ ୫ଟାରୁ ପରୀକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri