ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର ଧରିଛି। ଏହି ବଦଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ପାଇକମାଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଲିଖିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଏବଂ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଶିକ୍ଷକ ସଂଘର କହିବା ଅନୁଯାୟୀ, ଶିକ୍ଷା ବିଭାଗର ବିଭିନ୍ନ ଯୋଜନାକୁ ସଫଳ କରିବାରେ ଶୁଭମ ପତି ଜଣେ ଦକ୍ଷ ଏବଂ ଲୋକପ୍ରିୟ ଅଧିକାରୀ ଭାବେ ବେଶ୍‌ ପରିଚିତ। ଏଭଳି ସମୟରେ ତାଙ୍କର ହଠାତ୍‌ ବଦଳି ହେବା ଦ୍ୱାରା ବ୍ଲକର ଶିକ୍ଷା ପ୍ରଶାସନିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଇକମାଳ ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ପଦ୍ମପୁର ଉପଜିଲାପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ସହ ବରଗଡ଼ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ, ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହାଙ୍କୁ ମଧ୍ୟ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକର ବୃହତ୍ତର ସ୍ବାର୍ଥ ଏବଂ ଶିକ୍ଷା ବ୍ୟବସ୍ଥାର ସ୍ଥିରତାକୁ ଦୃଷ୍ଟିରେ ରଖି ଏହି ବଦଳି ଆଦେଶକୁ ତୁରନ୍ତ ବାତିଲ ପାଇଁ ଅନୁରୋଧ କରିଛନ୍ତି ।ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ, ସମ୍ପାଦକ ଚକ୍ରଧର ଅଜଗର,ନାରାୟଣ ମେହେର, ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ,ସୁଶାନ୍ତ ସେଠ, ଅକ୍ଷୟ ଡୁଡୁକା,ଲିଙ୍ଗରାଜ ସାହୁ, ଲଳିତ ମହାନନ୍ଦ, ରୁଦ୍ରମଣି ଭୋଇ, ପ୍ରଫୁଲ୍ଲ ସିଂ ଉପସ୍ଥିତ ଥିଲେ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଆରମ୍ଭ ହୋଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ୨.୦! ଆମେରିକା ଆକ୍ରମଣର ଜବାବ ଦେଲା ଇରାନ, ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ, ୨୬।୫: ଗଲ୍ଫ ଅଞ୍ଚଳରେ ଚାଲିଥିବା ବିବାଦ ଶେଷ ହେବାର ଆଶା ଦେଖାଯାଉଥିବା ବେଳେ ହଠାତ୍‌ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣ ପୁଣି ଥରେ ସେଠାରେ ଗୋଳା-ବାରୁଦର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri