ପୋଲ ନାହିଁ,ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି ଲୋକେ

ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦାସିଂବାଡ଼ି ପଞ୍ଚାୟତର ଗଡ଼ାପାକାଲି ଗ୍ରାମକୁ ଏବେ ବ୍ଲକ ପ୍ରଶାସନ ଫୋକସ କରୁଛି। ଗାଁକୁ ରାସ୍ତା ସଂପ୍ରସାରଣ ସହ ଚାଷଜମି ଉନ୍ନତୀକରଣ, ଚାଷ ପାଇଁ କୂପ ଖନନ ସହ ପିଇବା ପାଣି ପାଇଁ ପ୍ରୟାସ କରାଯାଉଥିବା ଜଣାପଡ଼ିଛି। ହେଲେ ଗଡ଼ାପାକାଲି ଗ୍ରାମକୁ ସଂଯୋଗ କରୁଥିବା ନଦୀ ପାର୍‌ ହେବା ପାଇଁ ଏବେ ମଧ୍ୟ ଭଲ ରାସ୍ତା ଟିଏ ନାହିଁ । ଆଜି ପର୍ଯ୍ୟନ୍ତ ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ହୋଇନାହିଁ ା ଫଳରେ ଗଡ଼ାପାକାଲି ଗ୍ରାମର ଲୋକେ ବର୍ଷ ତମାମ ନଦୀ ଜଳ ଭିତରେ ପଶି ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ବେଳେ ସରକାରୀ ହେଉକି ବେସରକାରୀ ଲୋକ ଉକ୍ତ ନଦୀ ଭିତରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।

ଯନ୍ତ୍ରୀ ଗୋପୀନାଥ ପଲେଇ କୁହନ୍ତି, ଉକ୍ତ ପୋଲ ନିର୍ମାଣ ପାଇଁ ଲକ୍ଷାଧିକ ଅର୍ଥ ବ୍ୟୟବରାଦ ହେବ। ତେବେ ନଦୀର ଅପରପାର୍ଶ୍ୱରେ ବହୁତ କମ୍‌ ଲୋକ ବସବାସ କରୁଥିବାରୁ ସେଠାରେ ପୋଲ ନିର୍ମାଣ ନେଇ ଆଶଙ୍କା ରହିଛି। ତେବେ ଗ୍ରାମରେ ଜନଜାତି ସଂପ୍ରଦାୟର ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ଚାଷଜମିର ଉନ୍ନତିକରଣ ପାଇଁ ଏବେ ୧ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟବରାଦ କରି ଏମ୍‌ଜିଏନଇଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟ କରାଯାଇଛି । ଏହା ଦ୍ୱାରା ଉକ୍ତ ଅଞ୍ଚଳରେ ଲୋକଙ୍କୁ କାମ ମିଳିବା ସହ ଜମିର ଉନ୍ନତି ହୋଇଛି। ସେହିପରି ଗଡ଼ାପାକାଲି ଗ୍ରାମକୁ ମେଟାଲ ମୋରମ ରାସ୍ତା କିଛି ବାଟ ନିର୍ମାଣ କରାଯାଇଛି ସେହି ବାବଦରେ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ଅରୁଣ କୁମାର ସାହୁ

ଦାରିଙ୍ଗବାଡ଼ି


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri