କାମ ଦେଉନି ଏମ୍‌ଡିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୩।୧୧: ସମସ୍ୟା ଏବଂ ଦୁର୍ନୀତିକୁ ନେଇ ଯାହା ପାଖରେ ଗୁହାରି କରାଯାଉଛି ସେମାନେ କିଛି ଶୁଣୁ ନାହାନ୍ତି। ବରଂ ସମସ୍ୟାର ବଳୟ ଭିତରେ ଅଭିଯୋଗକାରୀ ଆହୁରି ଛଟପଟ ହେଉଛନ୍ତି। ଏଭଳି ଅବ୍ୟବସ୍ଥାକୁ ଦେଖି କେତେଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ ଖୁସି ଅନୁଭବ କରୁଛନ୍ତି। ବରଂ କେତେଜଣ ପ୍ରଭାବଶାଳୀ ରାଜନେତାଙ୍କ ଇଙ୍ଗିତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ଓ ତାହାର ରିପୋର୍ଟ ଦାଖଲ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଯାଜପୁର ଜିଲା ଯୋଗାଣ ବିଭାଗରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି। ପରିବହନ ପାଇଁ ଲେବୁଲ-୨ ଠିକାଦାର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଏବଂ ଗତ ୨୯ା୧୦ା୨୦୨୧ରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ କେଶରୀ ଦାସଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ନୀରବ ସାଜିଛନ୍ତି। ଏପରିକି ଏହି ଅନିୟମିତତା ପ୍ରସଙ୍ଗରେ ସୁକିନ୍ଦା ବିଧାୟକଙ୍କ ହସ୍ତକ୍ଷେପକୁ ମଧ୍ୟ ଏଡାଇ ଦିଆଯାଇଛି। ଫଳରେ ନିଗମର ଏମ୍‌ଡି ଦାସ ଉଦ୍‌ବେଗ ପ୍ରକାଶ କରିବା ସହ ଶୁକ୍ରବାର ଯାଜପୁର ସିଏସ୍‌ଓଙ୍କୁ ପୁଣି ଥରେ ଆବଶ୍ୟକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଘଟଣାକ୍ରମରେ ପରିବହନ ଠିକାଦାର ନିଯୁକ୍ତିରେ ଏକ ବଡଧରଣର ମୂଲଚାଲ ହେବା ସହ ଟେଣ୍ଡର ଫିକ୍ସିଂ ହୋଇଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି।
ଯାଜପୁର ଜିଲାରେ ପରିବହନ ଠିକାଦାର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଟେଣ୍ଡର ଆବେଦନକାରୀ ପବିତ୍ର ମୋହନ ଘଡେଇ ଓ ଦିଲୀପ କୁମାର ସାମଲ ପୂର୍ବରୁ ଅଭିଯୋଗ କରିଥିଲେ। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଏହାକୁ ସମର୍ଥନ କରିବା ସହ ଉକ୍ତ ଅଭିଯୋଗକୁ ନିଗମ ଏମ୍‌ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଉକ୍ତ ଅଭିଯୋଗ ଉପରେ ତଦନ୍ତ ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମ୍‌ଡି ଦାସ ଯାଜପୁର ସିଏସ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ନିର୍ଦ୍ଦେଶର ୧୪ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ରିପୋର୍ଟ ଏମ୍‌ଡିଙ୍କ ନିକଟକୁ ପହଞ୍ଚି ନାହିଁ। ଇତିମଧ୍ୟରେ ଆଉ ଜଣେ ଆବେଦନକାରୀ ଶଙ୍କର୍ଷଣ ସାହୁ ମଧ୍ୟ ଉକ୍ତ ଇ-ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ନେଇ ଯାଜପୁର ଜିଲାପାଳ ତଥା ଏମ୍‌ଡି ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗ ଉପରେ ମଧ୍ୟ ଏମ୍‌ଡି ଦାସ ଗତ ୫ା୧୧ା୨୦୨୧ରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଶଙ୍କର୍ଷଣ ସାହୁଙ୍କ ଅଭିଯୋଗ ଅନୁସାରେ ସେ ଯାଜପୁର ପୌରାଞ୍ଚଳ ସମେତ ଦଶରଥପୁର, ବିଞ୍ଝାରପୁର ଓ ସୁକିନ୍ଦା ବ୍ଲକ ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନ ଯେଉଁ କାରଣରୁ ନାକଚ ହୋଇଛି ଅନ୍ୟମାନଙ୍କ ଆବେଦରେ ସେହି କାରଣ ଥିଲେ ମଧ୍ୟ ସେମାନେ ଠିକାଦାର ନିଯୁକ୍ତି ସୁଯୋଗ ଦିଆଯାଇଛି । ଯାଜପୁର ଜିଲାରେ ଗରିବ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ସରକାରୀ ଚାଉଳ ରିସାଇକ୍ଲିଂ ହେଉଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ପରିବହନ ଖର୍ଚ୍ଚ ବାବଦକୁ ଗାଡ଼ି ମାଲିକମାନେ ଆଦୌ ଲାଭବାନ ହୋଇ ନ ଥାନ୍ତି। ବରଂ ଚାଉଳ ପରିବହନରେ ଚଞ୍ଚକତା କରି ମାଲମାଲ ହେଉଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚଳିତ ବର୍ଷ ଟେଣ୍ଡର ପ୍ରକ୍ରିୟାରେ ଧାର୍ଯ୍ୟଦରଠାରୁ ସର୍ବାଧିକ ୫୨ ପ୍ରତିଶତ କମରେ ନିଯୁକ୍ତି ପାଇଛନ୍ତି। ରସୁଲପୁର ବ୍ଲକ ପାଇଁ ଠିକାଦାର ଅକ୍ଷୟ କୁମାର ସ୍ବାଇଁ ଏହି ଦରରେ ନିଯୁକ୍ତି ପାଇଛନ୍ତି। ଅର୍ଥାତ ରସୁଲପୁରକୁ କୁଇଣ୍ଟାଲ ପିଛା ୪୨.୮୬ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ସେ ୨୦.୩୩ ଟଙ୍କାରେ ଏବଂ ଧର୍ମଶାଳା ବ୍ଲକ ପାଇଁ ଧାର୍ଯ୍ୟ ୩୮.୯୮ ଟଙ୍କା ରହିଥିଲାବେଳେ ୨୦.୫୩ ଟଙ୍କାରେ ସେ ଚାଉଳ ପରିବହନ କରିବେ। ଅନୁରୂପ ଭାବେ ବରୀ ବ୍ଲକ ପାଇଁ ସୀମର କୁମାର ବିଶ୍ୱାଳ ୫୦ ପ୍ରତିଶତ କମରେ ଟେଣ୍ଡର ହାତେଇଛନ୍ତି। ଏଥିରେ ଠିକାଦାରମାନେ ଲାଭ ପାଆନ୍ତୁ କି ନ ପାଆନ୍ତୁ ଚାଉଳ ବିକ୍ରୀ କରି ମାଲାମାଲ ହେବାର ମସୁଧା କରୁଛନ୍ତି ଏବଂ ଏହାକୁ ଯୋଗାଣ ବିଭାଗ ପରୋକ୍ଷରେ ସହଯୋଗ କରି ଆସୁଥିବାରୁ ତଦନ୍ତ ନିର୍ଦ୍ଦେଶକୁ ମଧ୍ୟ ଗିଳି ଦେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁଙ୍କ ମତାମତ ନେବାକୁ ତାଙ୍କ ଅଫିସିଆଲ ମୋବାଇଲ ନମ୍ବରକୁ ଫୋନ କରାଯାଇଥିଲା ା ହେଲେ ସେ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?