ବନ୍ଦ ପାଳନ, କଂଗ୍ରେସ କର୍ମୀଙ୍କ ଧାରଣା

ଯାଜପୁର ଅଫିସ,୧୩।୧୧: ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଯାଜପୁର ଜିଲାରେ ମିଶ୍ରିତ ପ୍ରଭାବ ପକାଇଛି। କେତେକ ଛୋଟ ଦୋକାନକୁ ବାଦ୍‌ ଦେଲେ ଜିଲାରେ ସପିଂ ମଲ ବନ୍ଦ ରହିଥିଲା। ଏଥର କଂଗ୍ରେସ କର୍ମକର୍ତ୍ତା ପିକେଟିଂ କରି ନ ଥିଲେ ହେଁ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା। ଜିଲାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ସହିତ ଜରୁରୀକାଳୀନ ସେବାରେ ନିଯୁକ୍ତି ବ୍ୟକ୍ତିି, ମୋଟରଯାନ ଓ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାକୁ ଯିବାକୁ ସୁଯୋଗ ଦିଆଯାଇଥିଲା।
ଯାଜପୁର ରୋଡ-ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ବନ୍ଦକୁ ସମର୍ଥନ କରି ଗୋପବନ୍ଧୁ ଛକରେ କର୍ମୀ ଧାରଣାରେ ବସି ରହିଥିଲେ। ସେଠାରେ ଏକ ପ୍ରତିବାଦ ସଭା କଂଗ୍ରେସ କମିଟି ସଭାପତି ଦିଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ରାଜ୍ୟ ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା, ଅଣ ସଙ୍ଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ହୃଦାନନ୍ଦ ସାମଲ, ଜଗବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
କୋରେଇ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ପାଣିକୋଇଲି ବଜାର ପରିକ୍ରମା କରିଥିଲା। ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ, ନରହରି କୁଅଁର, ଚନ୍ଦ୍ରକାନ୍ତ ଖଣ୍ଡାଇ, ଲୀଳାବତୀ ସ୍ବାଇଁ, ସୁଦର୍ଶନ ମଲିକ, ଅନନ୍ତ କବି ଓ ନାରାୟଣ ବେହେରା ପ୍ରମୁଖ ଆନ୍ଦୋଳନାରେ ଯୋଗ ଦେଇଥିଲେ। ବିଞ୍ଝାରପୁର,(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସିଂହପୁର, ପ୍ରୀତିପୁର ଓ ବାଳମୁକୁଳି ବଜାରଠାରେ ହରତାଳ କରାଯାଇଛି। ବ୍ଲକ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି କନକଲତା ମଲିକ, ମନୋଜ ସାମଲ, ନାରାୟଣ ମଲିକ, ମେର୍ଜା କବୁଲ ବେଗଙ୍କ ସମେତ ଶତାଧିକ କର୍ମୀ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ବରୀ,(ଡି.ଏନ.ଏ.): ବରୀ ବ୍ଲକ କଂଗ୍ରେସ ପକ୍ଷରୁ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବ୍ଲକ୍‌ କଂଗ୍ରେସ ସଭାପତି ମନୋଜ ଦାସଙ୍କ ନେତୃତ୍ୱରେ ବ୍ଲକ୍‌ ଛାତ୍ର କଂଗ୍ରେସ ସଭାପତି ଶ୍ରବଣ ଦାସ, ଯାଜପୁର ଜିଲା କଂଗ୍ରେସ ସଂଯୋଜକ ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମଶାଳା,(ଡି.ଏନ.ଏ.): ଧର୍ମଶାଳା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି କିଷାନ ପଣ୍ଡାଙ୍କ ନେତୃତ୍ୱରେ ଜାରକା ବଜାରରେ ଶାନ୍ତିପୂର୍ଣ୍ଣ ହରତାଳ କରାଯାଇଛି। କାର୍ଯ୍ୟକ୍ରମରେ ନରୋତ୍ତମ ନାୟକ, ସୁବୋଧ ସାମଲ, ଉଗ୍ରେସନ ମହାନ୍ତି ଓ ଦୋବାଶିଷ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।
ଚଣ୍ଡିଖୋଲ,(ଡି.ଏନ.ଏ.): ବଡ଼ଚଣା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ୱରେ କର୍ମୀ ଚଣ୍ଡିଖୋଲ ଓ ବାଲିଚନ୍ଦ୍ରପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲା ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ, ବ୍ଲକ ଯୁବ କଂଗ୍ରେସ ସଭାପତି ସଞ୍ଜୟ କର ପ୍ରମୁଖ ଯୋଗ ଦେଇଥିଲେ।
ଯାଜପୁର ଟାଉନ,(ଡି.ଏନ.ଏ.): ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ହରତାଳ କରାଯାଇଛି। ଏକ ବାଇକ୍‌ ରାଲି ଗାନ୍ଧୀ ଛକରୁ ବାହାରି ସହର ପରିକ୍ରମା ପରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲା। ସନ୍ତୋଷ ନନ୍ଦ, ଦୀଗମ୍ବର କରଙ୍କ ସମେତ ଶତାଧିକ କର୍ମୀ ଗାନ୍ଧୀଛକ ସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ବିଭିନ୍ନ ସ୍ଲୋଗାନ୍‌ ଦେଇ ନବୀନ ପଟ୍ଟନାୟକ ଓ ଦିବ୍ୟଶଙ୍କର ମିଶ୍ରଙ୍କ ତୈଳଚିତ୍ର ଦାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ: ଶବ୍ଦ ପ୍ରଦୂଷଣ ଉପରେ ଲାଗିବ ଲଗାମ

ବାଲେଶ୍ୱର ଅଫିସ, ୨୧।୯-ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀସ୍ମୃତି...

ମାତିଛନ୍ତି ଦଲାଲ, ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ ଉଦ୍ୟମ

ନବରଙ୍ଗପୁର,୪।୮(ସଦାଶିବ ପ୍ରହରାଜ): ଲୋକଙ୍କ ନିରାକ୍ଷରତାର ଫାଇଦା ଉଠାଉଛନ୍ତି ଦଲାଲ। ଏହାଦ୍ୱାରା ସରକାରୀ ଯୋଜନା କଳୁଷିତ ହେଉଛି। ଏହିଭଳି କେତେକ ଘଟଣା ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତର...

କଲଭର୍ଟ ତଳକୁ ଖସିଲା ବାଇକ୍‌: ୨ କଲେଜ ଛାତ୍ର ମୃତ, ଜଣେ ଆହତ

ସୁନ୍ଦରଗଡ଼,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଶନିବାର ଭାରସାମ୍ୟ ହରାଇ ଏକ ବାଇକ୍‌ କଲଭର୍ଟ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ୨ଜଣ କଲେଜ...

ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉ ପେନ୍‌ସନ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୮-ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର ମାସିକ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଦାବି...

୧୩ ଆଇଏଏସ୍‌ ଅଧିକାରୀଙ୍କୁ ମେଡିକାଲ କଲେଜ,ହସ୍ପିଟାଲ ସଂଯୋଜନା ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ...

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।...

ହାଇ ଭୋଲ୍‌ଟେଜ ଡ୍ରାମାରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଗୁଣପୁର,୧୩।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହାଇ ଭୋଲ୍‌ଟେଜ ଡ୍ରାମାରେ ଶେଷ ହୋଇଛି। ରବିଶଙ୍କର ଗମାଙ୍ଗ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହେବାରେ...

ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ, ୨୦୧୫ରେ ପାଇଥିଲେ ନିଯୁକ୍ତି

ଭୁବନେଶ୍ବର,୧।୧(ବ୍ୟୁରୋ): ୨୦୧୫ ଜାନୁୟାରୀରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଶନିବାର ନିୟମିତ କରିଛନ୍ତି । ତେବେ ୬ ବର୍ଷ...

Advertisement
Archives

Model This Week