ଆଜି ଶ୍ରାବଣର ପ୍ରଥମ ସୋମବାର: ଘାଟ, ପୀଠ କେଉଁଠି ନାହାନ୍ତି କାଉଡ଼ିଆ
କଟକ ଅଫିସ,୬ା୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହିଦିନ ସହ ଏହାର ପୂର୍ବଦିନ କାଉଡିଆଙ୍କ ଭିଡ଼ ଓ ବୋଲବମ୍ ଧ୍ୱନିରେ କମ୍ପୁଥାନ୍ତା ଗଡ଼ଗଡ଼ିଆ ଘାଟ। କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋଲ୍ବମ୍ ଯାତ୍ରାକୁ ରାଜ୍ୟ ସରକାର ବନ୍ଦ...
ନିର୍ଦ୍ଦେଶାବଳୀ ପାଳନ କରୁଛି ଜେଏସ୍ପିଏଲ୍
ଅନୁଗୋଳ ଅଫିସ୍, ୬ା୭: କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଅନୁଗୋଳ ଜିଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ପକ୍ଷରୁ କୁହାଯାଇଛି। ସିଏସ୍ଆର୍ କାର୍ଯ୍ୟକ୍ରମରେ ଜେଏସ୍ପିଏଲ୍...
ସଂକ୍ରମିତଙ୍କ ତାଲିକା ଭାଇରାଲ
ଅନୁଗୋଳ ଅଫିସ୍, ୬ା୭: ଅନୁଗୋଳ ଜିଲାରେ ପୁଣି ଭାଇରାଲ ହୋଇଛି କରୋନା ସଂକ୍ରମିତଙ୍କ ତାଲିକା। ଗତ ୩ ତାରିଖରେ ପଜିଟିଭ୍ ବାହାରିଥିବା ୨୪ ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ନାମ ଥିବା ଏକ ତାଲିକା ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। କିନ୍ତୁ...
ଶଟ୍ଡାଉନ୍ ନ ମାନି ଗହଳି
ଅନୁଗୋଳ ଅଫିସ୍, ୬ା୭: କରୋନା ସଂକ୍ରମଣ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଚଳିତମାସରୁ ପ୍ରତି ଶନିବାର ଓ ରବିବାରକୁ ଶଟ୍ଡାଉନ ଘୋଷଣା କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ରବିବାର...
ଆଜିଠୁ ତିନିଦିନିଆ ଶଟ୍ଡାଉନ୍
କଟକ ଅଫିସ,୬ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସପ୍ତାହାନ୍ତ ଶଟ୍ଡାଉନ୍ ପରେ ସୋମବାରଠାରୁ ବୁଧବାର ରାତି ପର୍ଯ୍ୟନ୍ତ ପୁଣି ଥରେ ଶଟ୍ଡାଉନ୍ ଜାରି କରାଯାଇଛି। ଏହାର ସଠିକ୍ ପାଳନ...
ମନ୍ଦିର ପୂଜକ କରୋନା ଆକ୍ରାନ୍ତ
ଢେଙ୍କାନାଳ ଅଫିସ, ୬।୭: ଢେଙ୍କାନାଳ ସହରସ୍ଥିତ ଏକ ପ୍ରମୁଖ ମନ୍ଦିରର ଜଣେ ପୂଜକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରକୁ ବିଶୋଧନ କରାଯାଇଛି। ଅନ୍ୟ ସେବାୟତ ଓ...
୪ ହସ୍ପିଟାଲ ପାଇଁ ଗାଇଡ୍ଲାଇନ୍
କଟକ ଅଫିସ୍,୬ା୭: କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର...
ଭଙ୍ଗା କୁଡ଼ିଆରେ ଅସହାୟ ପରିବାର
ଚିତ୍ରଡ଼ା, ୬ା୭(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଚାଟିଆ ଗ୍ରାମର ଚାମଟୁ ବିନ୍ଧାଣିଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ସୁବିଧା ପାଉନାହାନ୍ତି। ଆବାସ ଯୋଜନାରେ...
ରଥଯାତ୍ରାରେ ସାମିଲ ହୋଇଥିଲେ ଅଣସେବକ
ପୁରୀ ଅଫିସ,୬ା୭: ଆଇନର କାଠଗଡ଼ା ଭିତରେ ଦୀର୍ଘଦିନ ଲଢେଇ ଚାଲିଲା। ପ୍ରଥମେ ନାଁ ଓ ପରେ ହଁ କହିଲେ ସୁପ୍ରିମକୋର୍ଟ। ଶେଷରେ ପୁରୀ ରଥଯାତ୍ରାକୁ ଦେଲେ ସର୍ତ୍ତମୂଳକ ଅନୁମତି। ବିନା ଭକ୍ତରେ ହେବ ରଥଯାତ୍ରା। କରୋନା ସଂକ୍ରମଣ ଯେପରି ନ...
ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଏମିତି: ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି
ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ସରକାର ଯେତିକି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି ସେଥିରୁ ଅଧାରୁ ଅଧିକ ପଦବୀ ଖାଲିପଡିଛି। ଏମିତି କି ଗୋଟିଏ ଗୋଟିଏ ବିଭାଗରେ ଡାକ୍ତର ନାହାନ୍ତି। ଏପରି ଦୟନୀୟ ଅବସ୍ଥାରେ ପ୍ରତିଦିନ...
ମରାମତି ହେଲାନି ରତ୍ନଭଣ୍ଡାର
ପୁରୀ ଅଫିସ,୬ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ବହୁ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର। ବାହାର ରତ୍ନଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଇଥାଏ। କିନ୍ତୁ ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ୩୫ବର୍ଷ ହେଲା ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ...
ଶିକ୍ଷକଙ୍କୁ କୋଭିଡ୍ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି
ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍ ଦାୟିତ୍ୱ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନଦେବାକୁ ଓଷ୍ଟା ରାଜ୍ୟ ସଂଘ ଉପ ସଭାପତି ସନ୍ତୋଷ ଜେନା ରବିବାର...
Archives


