ଭଙ୍ଗା କୁଡ଼ିଆରେ ଅସହାୟ ପରିବାର

ଚିତ୍ରଡ଼ା, ୬ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଚାଟିଆ ଗ୍ରାମର ଚାମଟୁ ବିନ୍ଧାଣିଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ସୁବିଧା ପାଉନାହାନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନ ଥିବାରୁ ମୁଣ୍ଡ ଗୁଞ୍ଜିବାକୁ ହୀନସ୍ତା ହେଉଛନ୍ତି। ଦିନବେଳା ଯେତତେନ ଚଳିଯାଉଥିବା ବେଳେ ରାତିରେ ଭୟଭୀତ ଅବସ୍ଥାରେ ପରିବାର ସହ ରହୁଛନ୍ତି।
ଚାମଟୁଙ୍କ ପ୍ରଥମ ସ୍ତ୍ରୀ କୌଣସି କାରଣରୁ ବାପ ଘରକୁ ଚାଲି ଯିବାପରେ ୨୦୦୨ରେ ସେ ଜଣେ ଦୃଷ୍ଟିହୀନ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ସ୍ତ୍ରୀଙ୍କୁ ଧରି ଗାଁ ମୁଣ୍ଡ ବିଲରେ ଛୋଟ କୁଡ଼ିଆଟିଏ କରି ସେଠାରେ ରହି ଆସୁଛନ୍ତି। ଜଙ୍ଗଲରୁ କାଠ ଆଣି ଖଟ ତିଆରି କରି ଗାଁରେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। ରାଶନକାର୍ଡରେ ସମସ୍ତଙ୍କ ନାଁ ଥିବା ବେଳେ ରାଶନ ସାମଗ୍ରୀ ତାଙ୍କ ପ୍ରଥମ ସ୍ତ୍ରୀ ନେଉଛନ୍ତି। ଫଳରେ ଦ୍ୱିତୀୟ ସ୍ତ୍ରୀ ଫୁଲମଣି ଓ ୩ ଝିଅ ଏଥିରୁ ବଞ୍ଚିତ ହେଉଥିବା ଚାମଟୁ କହିଛନ୍ତି। ୩ ଝିଅଙ୍କ ମଧ୍ୟରୁ ସାନ ଝିଅ ଦିବ୍ୟାଙ୍ଗ। ତାଙ୍କ ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ତ୍ରୀ ପାଉଥିବା ଭତ୍ତା ଟଙ୍କା ଖର୍ଚ୍ଚ ହେଉଛି। ତାଙ୍କ ଚାଳଘର ଗତ ଅମ୍ଫନ ବାତ୍ୟାରେ ଭାଙ୍ଗିରୁଜି ଯାଇ ଏବେ ମାଟିରେ ମିଶିବାକୁ ବସିଲାଣି। ପ୍ରଥମ ସ୍ତ୍ରୀ ଓ ପୁଅଠାରୁ ରାଶନକାର୍ଡ ଅଲଗା କରି ଦ୍ୱିତୀୟ ସ୍ତ୍ରୀଙ୍କ ପରିବାର ସହିତ ଏକ ନୂତନ ରାଶନକାର୍ଡ ପାଇଁ ସେ ପ୍ରଶାସନଠାରେ ନିବେଦନ କରିଛନ୍ତି। ବିଭିନ୍ନ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଚାମଟୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘରଟିଏ ମିଳିପାରି ନାହିଁ। ଏନେଇ ଭାଲିଆଡ଼ିହା ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମହାନ୍ତଙ୍କୁ ପଚାରିବାରୁ ରାଶନକାର୍ଡର ସମସ୍ୟା ଆଗାମୀ ୩ଦିନ ମଧ୍ୟରେ ସମାଧାନ କରାଯିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ସେ ଦରଖାସ୍ତ କରି ନ ଥିବାରୁ ତାଲିକାରେ ତାଙ୍କ ନାମ ନାହିଁ । ତେବେ ବିଜୁ ପକ୍କାଘର ନିମନ୍ତେ ବିଡ଼ିଓଙ୍କୁ ଜଣାଇ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri