ଆଜିଠୁ ତିନିଦିନିଆ ଶଟ୍‌ଡାଉନ୍‌

କଟକ ଅଫିସ,୬ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ସୋମବାରଠାରୁ ବୁଧବାର ରାତି ପର୍ଯ୍ୟନ୍ତ ପୁଣି ଥରେ ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହାର ସଠିକ୍‌ ପାଳନ ପାଇଁ ସାହିଭାଇଙ୍କ ସହଯୋଗ ଲୋଡ଼ିଛି ପ୍ରଶାସନ। ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଅପରାହ୍ନରେ ଏନେଇ ବସିଥିବା ବୈଠକରେ ସିଏମ୍‌ସି ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀ ସାହି ମୁରବିଙ୍କ ସହ ଆଲୋଚନା କରିଛନ୍ତି। କରୋନା ଲଢ଼େଇରେ ସ୍ଥାନୀୟ ବାସିନ୍ଦାଙ୍କ ଭାଗିଦାରୀ ରହିବ। ଏଥିପାଇଁ ପ୍ରତ୍ୟେକ କମ୍ୟୁନିଟିରେ ୧୫ ଜଣିଆ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ) ରହିବେ। ସେମାନେ ସ୍ଥାନୀୟ ଥାନାର ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସରକାରଙ୍କ ସମସ୍ତ ପ୍ରକାର କଟକଣାକୁ କେମିତି କଡ଼ାକଡ଼ି ପାଳନ କରାଯାଇପାରିବ, ଏହି ଏସ୍‌ପିଓମାନେ ତାହାର ତଦାରଖ କରିବେ। ସ୍ଥାନୀୟ ଥାନା ଅଧିକାରୀ ତାଙ୍କୁ ପରାମର୍ଶ ଦେବେ। ବୈଠକରେ ସିଏମ୍‌ସି କମିଶନର ଅନନ୍ୟା ଦାସ, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ପୋଲିସ ଓ:ସିଏମ୍‌ସି ଅଧିକାରୀ, ପୂଜା କମିଟି ପଦାଧିକାରୀ, ବ୍ୟବସାୟୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଗଡ଼ିବ ମୋ’ ବସ୍‌
କଟକ ସହରରେ ବୁଧବାର ରାତି ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଜାରି ହୋଇଛି। ଏହି ସମୟରେ ଅନାବଶ୍ୟକ କାମରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ଜରୁରୀ କାମରେ ହିଁ ଯାନବାହାନ ବ୍ୟବହାର ହୋଇପାରିବ। ତେବେ ଶଟ୍‌ଡାଉନ୍‌ ସତ୍ତ୍ବେ କଟକରେ ମୋ’ ବସ୍‌ ଚଳାଚଳ କରିବ ବୋଲି କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି) ତରଫରୁ ଘୋଷଣା କରାଯାଇଛି। ଜରୁରୀ କାମ ନ ଥିଲେ ବସ୍‌ରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରା ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ନିବେଦନ କରାଯାଇଛି। କଟକର ଅନେକ ବାସିନ୍ଦା ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ସେମାନେ ଯାତାୟତ ପାଇଁ ମୋ’ ବସ୍‌କୁ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମୋ’ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

ସଙ୍ଗରୋଧରେ ଗଲେ ହାଇକୋର୍ଟର ୧୧ କର୍ମଚାରୀ

ଓଡ଼ିଶା ହାଇକୋର୍ଟର ସିଭିଲ୍‌ ରେକର୍ଡ଼ ସେକ୍ସନର ଜଣେ କର୍ମଚାରୀ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ହାଇକୋର୍ଟର ଅନେକ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା ରହିଛି। ତେଣୁ ସିଭିଲ୍‌ ରେକର୍ଡ଼ ରୁମ୍‌ରେ କାର୍ଯ୍ୟ କରୁଥିବା ଅନ୍ୟ ୧୧ ଜଣ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ଯିବାକୁ କୁହାଯାଇଛି। ସେମାନେ ୧୨ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ରବିବାର ଅଗ୍ନିଶମ ବିଭାଗର କର୍ମଚାରୀମାନେ ହାଇକୋର୍ଟର ପାର୍କିଂଠାରୁ ଆରମ୍ଭ କରି ରେକର୍ଡ଼ ବିଭାଗ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ବିଶୋଧନ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ଯେଉଁ ସବୁ ମାମଲା ବିଚାର ପାଇଁ ରହିଥିଲା, ସେସବୁ ଗୁରୁବାର ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଫା ହୋଇନାହିଁ ଘୋଡ଼ାହାଡ଼ ଡ୍ୟାମ ଶାଖା କେନାଲ: ଖରିଫ ଚାଷ ପାଇଁ ମିଳୁନି ପାଣି, ଆନ୍ଦୋଳନ ପାଇଁ…

ଦିଗପହଣ୍ଡି, ,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ପ୍ରଶାସନିକ ଅବହେଳା କାରଣରୁ ଅଞ୍ଚଳର ଚାଷୀମାନେ ଗଭୀର ସମସ୍ୟାର ସମ୍ମୁଖୀନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri