ଭଦ୍ରକରେ ୧୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୧୮ ପଜିଟିଭ୍ ଚିହ୍ନଟ
ଭଦ୍ରକ ଅଫିସ,୧୪ା୮: ଭଦ୍ରକ ଜିଲାରେ ଶୁକ୍ରବାର ୧୧୮ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ମାତ୍ର ୮ ଜଣ ଚି଼ହ୍ନଟ ହୋଇଥିବା ବେଳେ ୧୧୦...
ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ
କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୪ଟି ମହିଳା ଆରୋଗ୍ୟ ସମିତି ଗଠନ...
ବୁଡ଼ାଇଲା ବର୍ଷା: ବଡ଼ଦାଣ୍ଡ ଉବୁଟୁବୁ
ପୁରୀ ଅଫିସ,୧୪ା୮: ପୁରୀରେ ଗୁରୁବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ନିର୍ଦ୍ଧୁମ ବର୍ଷା ହୋଇଥିଲା। ଫଳରେ କିଛି ସମୟ ପାଇଁ ବଡ଼ଦାଣ୍ଡ ଏକପ୍ରକାର ବୁଡ଼ିଯାଇଥିଲା। ବର୍ଷା ଛାଡ଼ିିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅପରାହ୍ନ ପ୍ରାୟ ସାଢେ ୩ଟାରେ ଆକାଶରେ ଘୋଟି...
କଟକ ଷ୍ଟେଶନରେ ଶହେ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା
କଟକ ଅଫିସ,୧୪ା୮: କଟକ ରେଳଷ୍ଟେଶନ ନିକଟରେ ଗୁରୁବାର ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିଛି। ହାଇକୋର୍ଟ ପରେ ରେଳଷ୍ଟେଶନଠାରେ ପ୍ରଥମ ଥର ପାଇଁ ଏହି ଉଚ୍ଚତମ ପତାକା ଲଗାଯାଇଛି। ତ୍ରିରଙ୍ଗାର ଦୈର୍ଘ୍ୟ ୩୦ ବର୍ଗଫୁଟ ଓ ପ୍ରସ୍ଥ ୨୦...
ବର୍ଷେ ବଢ଼ାଯାଉ ମାନ୍ୟତା ବୈଧତା
କଟକ ଅଫିସ,୧୪ା୮: ଘରୋଇ କଲେଜଗୁଡ଼ିକର ମାନ୍ୟତା ବୈଧତା ଅନ୍ତତଃ ଏକବର୍ଷ ବଢ଼ାଇବା ପାଇଁ ଦାବି କରାଯାଇଛି। ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ମହମ୍ମଦ...
ନନ୍ଦିଘୋଷ ରଥ ଖୋଲା ଆରମ୍ଭ
ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଖୋଲା କାମ ଜାରି ରହିଛି। ବୁଧବାର ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଶେଷ ପରେ ଗୁରୁବାରଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖୋଲା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅଁଳା,...
ପ୍ରବେଶ କର ଅନାଦାୟ ନେଇ ଜନସ୍ବାର୍ଥ ମାମଲା: ଅବହେଳାରୁ ୧୩୯ କୋଟି କ୍ଷତି
କଟକ ଅଫିସ,୧୪।୮: ଅବହେଳା ଯୋଗୁ ୧୩୯ କୋଟି ୧୫ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର (ଏଣ୍ଟ୍ରି ଟ୍ୟାକ୍ସ) ଭୂଷଣ ପାୱାର୍ ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ କମ୍ପାନୀ ଠାରୁ ଆଦାୟ ହୋଇପାରିଲା ନାହିଁ। ଏଣୁ ଯେଉଁ ସରକାରୀ ଅଧିକାରୀମାନେ...
ଭଦ୍ରକ-ଚାନ୍ଦବାଲି ରାସ୍ତା ଘଣ୍ଟାଏ ଅବରୋଧ : ମା’ବାପାଙ୍କ ସହ ରାସ୍ତାରେ ଶୋଇଲେ ନିର୍ଯାତିତା
ତିହିଡ଼ି,୧୪।୮(ସ୍ବ.ପ୍ର.)- ଶାଶୁ ଘର ଲୋକଙ୍କ ନିର୍ଯାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରକାଶ ଯେ, ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ...
ଡିଫେନ୍ସ ରୋଡ୍ ନିର୍ମାଣରେ ବାଧକ ଜବରଦଖଲ
ବାଲେଶ୍ୱର ଅଫିସ,୧୪।୮- ବାଲେଶ୍ୱର ସହର ପୂର୍ବରୁ ଥିବା କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ (୯.୨ କି.ମି.) ପ୍ରତିରକ୍ଷା ବିଭାଗ ଦ୍ୱାରା ଏକ ସ୍ବତନ୍ତ୍ର ବାଇପାସ୍ ରାସ୍ତା ଚାନ୍ଦିପୁର ସ୍ଥିତ ଆଇଟିଆର୍ (ସମନ୍ବିତ ପରୀକ୍ଷା ପରିସର)କୁ ନିର୍ମାଣ...
ଛତ୍ରପୁର ଉପଖଣ୍ଡରେ ୮୩% ସୁସ୍ଥ
ଛତ୍ରପୁର,୧୪ା୮(ଡି.ଏନ୍.ଏ.)- ଛତ୍ରପୁର ଉପଖଣ୍ଡରେ ଥିବା ୮ ବ୍ଲକ ଓ ୯ ସହରାଞ୍ଚଳରେ ଟେଷ୍ଟ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜୁଲାଇ ୨୩ରୁ ଗତ ୧୧ ତାରିଖ ମଧ୍ୟରେ ଉପଖଣ୍ଡର ସ୍ଥିତି ଏକ ଗ୍ରାଫ ମାଧ୍ୟମରେ ଦିଆଯାଇଛି।...
ଅଙ୍ଗଦାନ ନେଇ ପ୍ରିୟଙ୍କାରାଣୀଙ୍କ ପରିବାରକୁ ମିଳିଲା ୫ ଲକ୍ଷ
ଛତ୍ରପୁର,୧୪ା୮(ଡି.ଏନ୍.ଏ.)- ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କୁ ମରଣୋତ୍ତର ସୁରଜ ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କ ପରିବାରକୁ ପାଞ୍ଚଲକ୍ଷ...
କଷ୍ଟ ଦୂର କରିବ ନଷ୍ଟ ହେଉଥିବା ପାଣି
ପାଲଲହଡା,୧୪ା୮(ଡି.ଏନ.ଏ.) ନଷ୍ଟ ହେଉଥିବା ଝରଣା ପାଣିରେ ଚାଷୀଙ୍କ ଜଳ କଷ୍ଟ ଦୂର କରାଯିବ। ପାହାଡ଼ ଉପରେ ଚେକ୍ଡ୍ୟାମ ନିର୍ମାଣ କରାଯାଇ ୬୦୦ ଏକର ଜମିକୁ ଜଳସେଚନର ବ୍ୟବସ୍ଥା ହେବ। ଦୁଇଟି ପଞ୍ଚାୟତର ୭୦୦ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଏପରି...
Archives


