ବର୍ଷେ ବଢ଼ାଯାଉ ମାନ୍ୟତା ବୈଧତା

କଟକ ଅଫିସ,୧୪ା୮: ଘରୋଇ କଲେଜଗୁଡ଼ିକର ମାନ୍ୟତା ବୈଧତା ଅନ୍ତତଃ ଏକବର୍ଷ ବଢ଼ାଇବା ପାଇଁ ଦାବି କରାଯାଇଛି। ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଏବଂ ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଜବାବ୍‌ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି, ଘରୋଇ କଲେଜଗୁଡ଼ିକ ପରିଚାଳନା ପାଇଁ ଟିଉସନ୍‌ ଫି’ ଉପରେ ନିର୍ଭର କରିଥାନ୍ତି। କରୋନା ଯୋଗୁ ବର୍ତ୍ତମାନ ଫି’ ଆଦାୟ ବନ୍ଦ ରହିଛି। ଫଳରେ କର୍ମଚାରୀଙ୍କୁ ଦରମା ଦେବା ମୁସ୍କିଲ୍‌ ହୋଇପଡ଼ିଛି। ସରକାରୀ କଲେଜ କର୍ମଚାରୀଙ୍କୁ ଦରମା ଦେବାରେ ସରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଘରୋଇ କଲେଜଗୁଡ଼ିକର ଅବସ୍ଥା ସ୍ପଷ୍ଟ ଅନୁମେୟ। ପ୍ରତିବର୍ଷ କଲେଜଗୁଡ଼ିକର ମାନ୍ୟତା ନବୀକରଣ ପାଇଁ ଭିତ୍ତିଭୂମି ଯାଞ୍ଚ କରାଯାଏ। ଏବେ କଲେଜଗୁଡ଼ିକ ବନ୍ଦ ଥିବାରୁ ସମସ୍ତ ଆବଶ୍ୟକତା ପୂରଣ କରିବା ସହଜ ନୁହେଁ। ଏଣୁ ଭିତ୍ତିଭୂମି ଅଭାବ ଦର୍ଶାଇ କଲେଜ୍‌ଗୁଡ଼ିକୁ ହଠାତ୍‌ ବନ୍ଦ କରିଦେବା ଦ୍ୱାରା ବହୁ ଲୋକ ନିଯୁକ୍ତି ହରାଇବେ। ବିଭିନ୍ନ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ର ମଧ୍ୟ ପ୍ରଭାବିତ ହେବେ। କାରଣ ଆବାସିକ କଲେଜରେ ପାଠପଢ଼ା ବ୍ୟତୀତ ବିନା ଅତିରିକ୍ତ ଫି’ରେ ଏଣ୍ଟ୍ରାନ୍ସ ପାଇଁ କୋଚିଂ ଦିଆଯାଇଥାଏ। ଏଭଳି ସମୟରେ ସରକାର ଘରୋଇ କଲେଜ ବନ୍ଦ କରିଦେଲେ ସେମାନେ ଅନ୍ୟ କେଉଁଠାରେ ପୁଣି ଫି’ ଦେଇ ନାମ ଲେଖାଇବା କଷ୍ଟକର ହୋଇପଡ଼ିବ। ଗତବର୍ଷଗୁଡ଼ିକର ଫଳାଫଳକୁ ଦେଖି ଆଉ ଏକ ବର୍ଷ ପାଇଁ ମାନ୍ୟତା ବୃଦ୍ଧିର ଆବଶ୍ୟକତା ରହିଛି। ଏଥିଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ସୁଶାନ୍ତ କୁମାର ଦାସ ମାମଲା ପରିଚାଳନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri