ଆମ ଜିଲା ଖବର

ପୁରୀ ସ୍ବର୍ଗଦ୍ୱାରରେ ହେଲା କଟକଣା

ପୁରୀ ଅଫିସ, ୮।୧: ପୁରୀ ସ୍ବର୍ଗଦ୍ୱାରରେ ସୋମବାରରୁ ଶବଦାହ ଉପରେ କଟକଣା ଲାଗୁ ହୋଇଛି। ଏଣିକି ସ୍ବର୍ଗଦ୍ୱାରରେ ବାହାର ଜିଲାର ଲୋକଙ୍କ ଶବଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲାର ଲୋକ ପରିଚୟ ପତ୍ର ଦେଖାଇ ଶବଦାହ କରିବାକୁ…

ମାଟିତଳେ ଲୁଚାଯାଇଥିଲା ବିସ୍ଫୋରକ

ମାଲକାନଗିରି,୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ନୂତନ କରି ନିର୍ମାଣ ହୋଇଥିବା ଘନବେଡା ସିଓବି ୯ ବାଟାଲିୟନର ବିଏସ୍‌ଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ କିଛି ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଶନିବାର ଯବାନମାନଙ୍କ…

ଗଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ ୯ରୁ ବନ୍ଦ

ଛତ୍ରପୁର,୮।୧(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଏବଂ ଓମିକ୍ରନ୍‌ ଭାରିଆଣ୍ଟ ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନିକ ରଖି କଟକଣା କଡ଼ାକଡ଼ି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାରେ ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ୯ ତାରିଖରୁ ବନ୍ଦ ରହିବ। ମା’ ତାରାତାରିଣୀ,…

ଜଗାକୁ ଦେଖିବାକୁ ଭିଡ଼: ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ ଅଫିସ,୮।୧: ଶ୍ରୀଜିଉଙ୍କୁ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଶନିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଶନିବାରରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏ…

କେନାଲ କାମରେ ଅନିୟମିତତା

ହାଟଡିହୀ,୮।୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି ପକ୍ଷରୁୁ…

ମାଙ୍କଡା ଖୋଳିବାରୁ ପାଣି ନାଳ ନଷ୍ଟ

ଖଇରା, ୮।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ରଟିଣା ବାଲିଶାସନ ନିକଟରେ କେତେଜଣ ବ୍ୟକ୍ତି ମାଙ୍କଡା ଓ ମୋରମ ଖୋଳିବା ନିଶାରେ ଚାଷଜମିକୁ ସଂଯୋଗ କରୁଥିବା ପାଣିନାଳକୁ ନଷ୍ଟ କରି ଦେଇଥିବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ…

ଫ୍ଲାଏଓଭର ନିର୍ମାଣ ଦାବିରେ ରେଳରୋକୋ

ଭଦ୍ରକ ଅଫିସ, ୮।୧ ଭଦ୍ରକ ଷ୍ଟେଶନ ନିକଟ ଡଗରାସାହିଠାରେ ଫ୍ଲାଏଓଭର ନିର୍ମାଣ ଦାବିରେ ଶୁକ୍ରବାର ସ୍ଥାନୀୟ ଲୋକଙ୍କୁ ନେଇ ରେଳରୋକୋ କରାଯାଇଥିଲା। ଲୋକେ ରେଳ ଧାରଣା ଉପରେ ବସି ରହି ପ୍ରତିବାଦ କରିଥିଲେ। ଫଳରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ପୂର୍ବତନ…

ମଧ୍ୟମା ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ

ଖଇରା, ୮।୧(ଡି.ଏନ.ଏ.) ଏବେ ଉଭୟ ମାଟ୍ରିକ ଓ ସଂସ୍କୃତ ଟୋଲର ମଧ୍ୟମା ପରୀକ୍ଷାର୍ଥୀଙ୍କ ସମେଟିଭ ପରୀକ୍ଷା ଚାଲିଥିବା ବେଳେ ଶୁକ୍ରବାର ପ୍ରଶ୍ନପତ୍ରରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ଘଟଣାରେ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଟ୍ରିକ ପରୀକ୍ଷାରେ ଯେଭଳି ପିଲାମାନଙ୍କୁ ଇଛାଧୀନ…

‘ଶିମିଳିପାଳ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ’

ବାରିପଦା ଅଫିସ,୮।୧ ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନିରୁ ମୁକ୍ତ କରିବା ନିମନ୍ତେ ସପ୍ତାହବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୟୂରଭଞ୍ଜ ବନବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଛଉ ପଡ଼ିଆରେ…

ଜିଲା ଛାତ୍ର କଂଗ୍ରେସ କମିଟି ଘୋଷଣା

ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଛାତ୍ର କଂଗ୍ରେସର ଜିଲା କମିଟି ଘୋଷଣା କରାଯାଇଛି। ଉପସଭାପତି ଭାବେ ଦୁର୍ଗାଦତ୍ତ ମିଶ୍ର, ସିଦ୍ଧାନ୍ତ ମିଶ୍ର, ଶାରଦା ମହାନ୍ତି, ଶୁଭଲକ୍ଷ୍ମୀ ରାଉତ, ଇନ୍ଦ୍ରଜିତ୍‌ ସିଂ, ନୀତୀଶ ବେହେରା, ଅଜିତ୍‌ ସାହୁ, ସାଧାରଣ ସମ୍ପାଦକ ଭାବେ ଡୋନେଶ…

ଛେଳିଆବେଡ଼ା ଚାମ୍ପିୟନ

ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଜିଲା କଣ୍ଟାବଣିଆରେ ଚାଲିଥିବା କଣ୍ଟାବଣିଆ କ୍ରିକେଟ୍‌ କପ୍‌ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ କଂଟାବଣିଆ ୱାନ ଷ୍ଟାର କ୍ରିକେଟ କ୍ଲବକୁ ୧୦ ଉଇକେଟରେ ହରାଇ ଅନୁଗୋଳ ଛେଳିଆବେଡା କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି।…

ବାଲିବୋରେ ମଣ୍ଡି ଆରମ୍ଭ

ଭୁବନ, ୮।୧(ଡି.ଏନ୍‌.ଏ.) ଭୁବନ ବ୍ଲକ ବାଲିବୋରେ ଶୁକ୍ରବାରଠାରୁ ଖରିଫ୍‌ ଧାନ ମଣ୍ଡି ଆରମ୍ଭ ହୋଇଛି। ସିଡିପିଓ ଦାୟିତ୍ୱରେ ଥିବା ସୁପରଭାଇଜର ନିର୍ମଳ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମଣ୍ଡିରେ ଧାନ ବିକ୍ରି କରିବାକୁ ୫୪୭ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?